ETV Bharat / bharat

ବାଣ ତିଆରି ବେଳେ ବିସ୍ଫୋରଣ, ଦମ୍ପତି ମୃତ

ବାଣ ତିଆରି ସମୟରେ ଅଘଟଣ । ଚାଲିଗଲା ଦୁଇ ଜୀବନ ।

author img

By

Published : Sep 29, 2020, 12:44 PM IST

Two die in fire explosion in Puducherry
ବାଣ ତିଆରି ସମୟରେ ଅଘଟଣ, ଦୁଇ ମୃତ

ପୁଡୁଚେରୀ: ଆରିୟଙ୍କାପୁରମରେ ବାଣ ତିଆରି ସମୟରେ ଅଘଟଣ । ବିସ୍ଫୋରଣରେ ଦମ୍ପତି ମୃତ । ସୂଚନାନୁସାରେ, ଆରିୟଙ୍କାପାମରେ ନେପୋଲିୟନ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ସହ ମିଶି ଘରେ ବାଣ ପ୍ରସ୍ତୁତ କରୁଥିଲେ । ହଠାତ୍ ବିସ୍ପୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା । ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ନିଆଁରେ ଜଳି ଗୁରୁତର ହୋଇଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପ୍ରାୟ ଏକ ଘଣ୍ଟା ପରେ ଦମ୍ପତିଙ୍କୁ ଉଦ୍ଧାର କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପୁଡୁଚେରି ସରକାରୀ ଡାକ୍ତରଖାନାକୁ ନିଆଯିବା ବାଟରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଅଘଟଣ ସମୟରେ ଘରେ ଆଉ କେହି ନ ଥିଲେ ଓ ସରକାରଙ୍କ ବିନା ଅନୁମତିରେ ଘରେ ବାଣ ତିଆରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.