ETV Bharat / bharat

ପୋଲିସ ଉପରକୁ 700 ପ୍ରବାସୀ ଶ୍ରମିକଙ୍କ ପଥରମାଡ, 2 ପୋଲିସ କର୍ମଚାରୀ ଆହତ - 700 ପ୍ରବାସୀ ଶ୍ରମିକଙ୍କ ପଥରମାଡ

ପ୍ରବାସୀ ଶ୍ରମିକଙ୍କ ପଥର ମାଡରେ କେରଳର 2 ପୋଲିସ ଅଫିସର ଆହତ ହୋଇଛନ୍ତି । ରବିବାର ପ୍ରାୟ 700 ଶ୍ରମିକ ଓରୁଭାଥିଲିକୋଟାରେ ଏକାଠି ହୋଇ ଘରକୁ ଯିବାକୁ ଦାବି କରିଥିଲେ ।

pelted stones in Thiruvananthapuram
700 ପ୍ରବାସୀ ଶ୍ରମିକଙ୍କ ପଥରମାଡ
author img

By

Published : May 11, 2020, 2:04 PM IST

ଥିରୁଅନନ୍ତପୁରମ୍: ପ୍ରବାସୀ ଶ୍ରମିକଙ୍କ ପଥର ମାଡରେ କେରଳର 2 ପୋଲିସ ଅଫିସର ଆହତ ହୋଇଛନ୍ତି । ରବିବାର ପ୍ରାୟ 700 ଶ୍ରମିକ ଓରୁଭାଥିଲିକୋଟାରେ ଏକାଠି ହୋଇ ଘରକୁ ଯିବାକୁ ଦାବି କରିଥିଲେ । ପୋଲିସ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବା ସମୟରେ ଶ୍ରମିକମାନେ ପଥର ମାଡ କରିଥିଲେ ।

ଏହି 700 ଶ୍ରମିକ ଅକ୍କୁଲାମ୍ ପାଖ ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ରବିବାର ସନ୍ଧ୍ୟାରେ ସେଠାରେ ସେମାନେ ଘରକୁ ଯିବା ପାଇଁ ବନ୍ଦୋବସ୍ତ କରନ୍ତୁ ବୋଲି ଦାବି କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଘଟଣା ବିଷୟରେ ଜାଣିବା ପରେ ସେଠାରେ ପୋଲିସ ପହଞ୍ଚିଥିଲା ଓ ଭିଡ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ପରେ ପୋଲିସର ଏକ ବଡ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ କରିଥିଲା। ପୋଲିସ ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା କରି ସେମାନଙ୍କ ଅନୁରୋଧକୁ ବିଚାର କରାଯିବ ବୋଲି ଆଶ୍ବସନା ଦେଇଛନ୍ତି।

ସମାନ ପ୍ରତିବାଦ ରାଜ୍ୟର କନ୍ନୁର୍, କୋଜିକୋଡେରେ ବି ଦେଖିବାକୁ ମିଳିଥିଲା । ପ୍ରକାଶଥାଉକି, କେରଳ ବର୍ତ୍ତମାନ ସୁଦ୍ଧା 24 ହଜାରରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ଶ୍ରମିକ ଟ୍ରେନ ଯୋଗେ ନିଜ ନିଜ ରାଜ୍ୟକୁ ପଠାଇ ସାରିଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.