ବେଙ୍ଗାଲୁରୁ: ଫେସବୁକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡା ଓ ମୁଖ୍ୟମନ୍ତ୍ରୀଙ୍କ ପୁଅ ନିଖିଲ କୁମାରସ୍ବାମୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପଡିଛି ମହଙ୍ଗା । ଏହି ମାମଲାରେ ଆଜି (ମଙ୍ଗଳବାର) 2 ଜଣଙ୍କୁ ଗିରଫ କରିଛି ପୋଲିସ ।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସିଦ୍ଧରାଜ୍ଜୁ ଓ ଜୟରାଜ୍ଜୁ ବୋଲି ଜଣାପଡିଛନ୍ତି । ସୂଚନାଥାଉକି, ମେ 23 ତାରିଖରେ ଫେସବୁକ ଲାଇଭରେ ସେମାନେ ଏହି ଅଶାଳୀନ ପୋଷ୍ଟ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନେ ଏହାକୁ ଫେସବୁକରୁ ଡିଲିଟ କରି ଦେଇଥିଲେ ।
ତେବେ ଏହି ଅଭିଯୁକ୍ତ 2 ଜଣ କର୍ଣ୍ଣାଟକ ରାମନଗର ଜିଲ୍ଲାର ବୋଲି ଜଣାପଡିଛନ୍ତି ।