ETV Bharat / bharat

50 ବର୍ଷ ପୁରୁଣା ‘ଗାନ୍ଧୀ ଗଛ’କୁ ଓପାଡିଦେଲା ତୁଳସୀ !

ଆମେଠିରେ ସ୍ମୃତିଙ୍କ ବିଜୟ ଭାଙ୍ଗିଲା 50 ବର୍ଷର ରେକର୍ଡ । କଂଗ୍ରେସର ହାତ ଛାଡୁ ନଥିବା ଆମେଠିବାସୀ ଧରିଲେ ପଦ୍ମ । ପ୍ରଥମ ବିଜେପି ନେତା ଭାବେ କଂଗ୍ରେସ ଅଧ୍ୟକ୍ଷଙ୍କୁ ପରାସ୍ତ କରି ସମସ୍ତଙ୍କ ନଜରରେ ସ୍ମୃତି ଇରାନୀ ।

ଫାଇଲ ଫଟୋ
author img

By

Published : May 24, 2019, 2:50 PM IST

ନୂଆଦିଲ୍ଲୀ: ବଦଳିଗଲା 5 ଦଶନ୍ଧିର ଇତିହାସ । ଭାଙ୍ଗିରୁଜି ଚୁରମାର ହୋଇଗଲା ରେକର୍ଡ । ସ୍ଥାପନ ହେଲା ନୂଆ ରେକର୍ଡ । ଲେଖାହେଲା ନୂଆ ଇତିହାସ । ଆମେ କହୁଛୁ ଆମେଠି ମହାସମରର ଫଳାଫଳ କଥା । ଗାନ୍ଧୀ ପରିବାରର ଗଡ ଭାବେ ପରିଚିତ ଆମେଠି ଆସନରେ ଏଥର ବିଜୟୀ ହୋଇଛନ୍ତି ସୁପର ସ୍ମୃତି । ତେବେ ଇତି ମଧ୍ୟରେ ସ୍ମୃତି ଦୁଇ ଦୁଇଟି ରେକର୍ଡ କରିଛନ୍ତି । ଆମେଠିରେ ଐତିହାସହିକ ବିଜୟ ଲାଭ କରିଥିବା ବେଳେ ବିଜେପିର ପ୍ରଥମ ନେତା ଭାବେ କଂଗ୍ରେସ ଦଳର ଅଧ୍ୟକ୍ଷଙ୍କୁ ପରାସ୍ତ କରିଛନ୍ତି ।

ତେବେ ରାହୁଲଙ୍କୁ ତାଙ୍କ ଗଡରେ ହରାଇବା ସ୍ମୃତିଙ୍କ ପାଇଁ ଏତେଟା ସହଜ ନଥିଲା । 2014 ନିର୍ବାଚନରେ ହାରିବା ସତ୍ତ୍ବେ ସ୍ମୃତି ଏଥର ଆମେଠି ବାସୀଙ୍କ ଦିଲ୍ ଜିତିବାରେ ସଫଳ ହୋଇଛନ୍ତି । ଆମେଠି ଆସନରୁ ଗାନ୍ଧି ପରିବାରରୁ 50 ବର୍ଷର ରାଜୁତି ଓ ପ୍ରାଧାନ୍ୟରେ ରୋକ ଲଗାଇଛନ୍ତି ସ୍ମୃତି । ରାହୁଲ ଗାନ୍ଧୀଙ୍କ ଠାରୁ ପାଖାପାଖି 45, 453 ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ସ୍ମୃତି ।

ଆମେଠିରୁ ପୁଣି ଥରେ କ୍ଷମତା ପାଇବେ ବୋଲି ଅହରହ ପ୍ରୟାସ ଜାରି ରଖିଥିଲେ ଇରାନୀ । ଗତ ନିର୍ବାଚନର ନିଜର ପରାଜୟକୁ ଶଶକ୍ତି କରି ଭାଙ୍ଗି ଦେଇଛନ୍ତି ବହୁ ବର୍ଷର ରେକର୍ଡ । ଆମେଠିରୁ ବିପୁଳ ଭୋଟରେ ସ୍ମୃତି ବିଜୟ ଲାଭ କରିବା ପରେ ଦଳର ସମସ୍ତ କର୍ମକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଓ ପାର୍ଟି ଅଧ୍ୟକ୍ଷଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

2014 ନିର୍ବାଚନ ଓ 2019 ଭିତରେ ସେ 23 ଥର ଆମେଠି ଗସ୍ତ କରିଛନ୍ତି । ଏପରିକି କେତେକ ଗାଁକୁ ଯାଇ ଲୋକଙ୍କୁ ଶାଢୀ, ଜୋତା, ଏବଂ ବହି ବାଣ୍ଟିଥିଲେ । ଆଉ ତାଙ୍କର ଏହି ଗସ୍ତରେ କେନ୍ଦ୍ରୀୟ ମନ୍ତ୍ରୀ ସଞ୍ଜୀବ ବଲୟାନ ଓ ଦିବଙ୍ଗତ ମନୋହର ପାରିକର ମଧ୍ୟ ସାଥୀରେ ଯାଉଥିଲେ ।

ତେବେ ସମ୍ୃତିଙ୍କ ଗରିବ ଲୋକଙ୍କୁ ଜିନିଷ ବିତରଣ କରିବା ନେଇ ଆଙ୍ଗୁଠି ଉଠାଇଥିଲେ କଂଗ୍ରେସ ଉପାଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧୀ । ଆମେଠିବାସୀଙ୍କୁ ଗରିବ ତଥା ଭିକ୍ଷା ଦେଉଥିବା ଆରୋପ ଲଗାଇଥିଲେ ପ୍ରିୟଙ୍କା । କିନ୍ତୁ ସମସ୍ତ ଆରୋପ ପ୍ରତ୍ୟାରୋପ ପରେ ମଧ୍ୟ ଆମେଠିବାସୀଙ୍କ ପ୍ରଚୁର ଭୋଟ ଚମକାଇ ଦେଇଛି ସମ୍ପୂର୍ଣ୍ଣ ଭାରତବାସୀଙ୍କୁ ।

ତେବେ କହିବାକୁ ଗଲେ, ସ୍ମୃତିଙ୍କ ସବୁଠି ବିଜୟ ଥିଲା ଆମେଠିକୁ ମୋଦିଙ୍କ ଗସ୍ତ । ଚଳିତ ବର୍ଷ ମାର୍ଚ୍ଚରେ ମୋଦି ଏଠାରେ AK-47 ବନ୍ଧୁକ କାରଖାନ ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ । ସେପଟେ ୟୁପିଏ ନେତୃତାଧିନ କଂଗ୍ରେସ କେବଳ ଫୁଟ ପାର୍କ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇ ରହିଯାଇଥିଲା । ଯାହା ତାଙ୍କ ପାଇଁ ବଡ ପରିବର୍ତ୍ତନ ସାବ୍ୟସ୍ତ ହୋଇଛି ।

ଏଥିସହ ସ୍ମୃତିଙ୍କ ସାଥ ଦେଇଥିଲା ପୁରା ବିଜେପି । ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ପ୍ରଧାନମନ୍ତ୍ରୀ । ଯୋଗୀଙ୍କ ରୋଡ ଶୋ' ଆଉ ବିଜେପିର ସହଯୋଗ ଥିଲା ସମୃତିଙ୍କ ତାକତ ହିଁ ତାଙ୍କ ସଫଳର ମୁଖ୍ୟ କାହାଣୀ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.