ETV Bharat / bharat

ସପ୍ତମ ଦିନରେ ଟିଏସଆରଟିସି କର୍ମଚାରୀଙ୍କ ଆନ୍ଦୋଳନ - ସପ୍ତମ ଦିନରେ ଟିଏସଆରଟିସି କର୍ମଚାରୀଙ୍କ ଆନ୍ଦୋଳନ

ଗତ 5 ତାରିଖରୁ ଟିଏସଆରଟିସିର କର୍ମଚାରୀମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ଆନ୍ଦୋଳନ ଆଜି ସପ୍ତମ ଦିବସରେ ପହଞ୍ଚିଛି । ତେବେ ଟିଏସଆରଟିସି ମଜଦୁର ସଂଘ ଗୁରୁବାର ରାଜ୍ୟପାଳଙ୍କୁ ଭେଟି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି କରିଥିବା ଜଣାପଡ଼ିଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 11, 2019, 5:54 PM IST

ହାଇଦ୍ରାବାଦ: ସପ୍ତମ ଦିନରେ ପହଞ୍ଚିଛି ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (ଟିଏସଆରଟିସି)ର କର୍ମଚାରୀମାନଙ୍କ ଆନ୍ଦୋଳନ । ଶୁକ୍ରବାର କର୍ମଚାରୀମାନେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ।

ଏନେଇ ଟିଏସଆରଟିସି ମଜଦୁର ସଂଘର ସଭାପତି କେ. ହନୁମନ୍ଥା କହିଛନ୍ତି, ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି । ମାତ୍ର ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ରାଜି ନାହାଁନ୍ତି । ସେପଟେ ଆମେ ଗୁରୁବାର ରାଜ୍ୟପାଳଙ୍କୁ ଭେଟିଥିଲୁ । ଏହା ପରେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ କିମ୍ବା ପ୍ରତିକ୍ରିୟା ଦେବାକୁ ସରକାର ପ୍ରସ୍ତୁତ ନଥିବା ହନୁମନ୍ଥା ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ସରକାର ଯେପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେଇଛନ୍ତି, ସେ ପର୍ଯ୍ୟନ୍ତ ଆମେମାନେ ଶାନ୍ତିଶୃଙ୍ଖଳାର ସହ ଆନ୍ଦୋଳନକୁ ଜାରି ରଖିବୁ । ରାଜ୍ୟର ବିଭିନ୍ନ ସ୍ଥାନରେ ରାଲି ମଧ୍ୟ କରିବୁ ବୋଲି ସେ କହିଛନ୍ତି । ଏହାର ଶୀଘ୍ର ସମାଧାନ କରାଯାଉ । ଆଜି ପାର୍ଟି ଏବଂ ସଂଘ ଗୁଡିକ ମଧ୍ୟରେ ଆଲୋଚନା କରାଯିବ । ଆମକୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ ଆମେ ନିବେଦନ କରୁଛୁ ବୋଲି ସେ କହିଥିଲେ ।

ସେହିପରି ଟିଏସଆରଟିସିର ଜଣେ ଗାଡ଼ି ଚାଳକ କହିଛନ୍ତି କି, ଆମେମାନେ ବର୍ତ୍ତମାନ ଆନ୍ଦୋଳନ ଜାରି ରଖିଛୁ । ଏହା ସହିତ ଆଗକୁ ଯଦି କୌଣସି ସମାଧାନ ନ ବାହାରେ, ତେବେ ଆମେମାନେ ଶାନ୍ତିପୂର୍ଣ୍ଣ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଲି କରିବୁ । ଆମେମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଦରମା ମିଳିନାହିଁ । ରାଜ୍ୟ ଗଠନରେ ଆମେମାନେ ପ୍ରମୁଖ ଭୁମିକା ତୁଲାଇଥିଲୁ । ଆମମାନଙ୍କ ଜୀବିକାକୁ ବିପଦରେ ପକାଇ ରାଜ୍ୟ ଗଠନରେ ସହାୟତା କରିଥିଲୁ । ମାତ୍ର ବର୍ତ୍ତମାନ ଆମମାନଙ୍କ ଦାବି ଅଣଦେଖା କରାଯାଉଛି ବୋଲି ଉକ୍ତ ଗାଡ଼ି ଚାଳକ ଜଣକ କହିଛନ୍ତି ।

ସୂଚନା ଯୋଗ୍ୟ ଗୁରୁବାର ଏହି ଘଟଣା ଉପରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଟିଏସଆରଟିସିର କର୍ମଚାରୀମାନେ ଗତ 5 ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି ।

Intro:Body:

prabhu

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.