ETV Bharat / bharat

ହେଲଦି ଡାଏଟ ପାଇଁ ଆପଣାନ୍ତୁ ‘କଫି ଡାଏଟ’ - ସାଧାରଣ ସ୍ବାସ୍ଥ୍ୟ ଖବର

ସମୟ ସହ ଲୋକଙ୍କ ବଦଳେ ଡାଏଟ ପ୍ରତି ନିଶା । କେବେ କିଏ ପତଳା ହେବା ପାଇଁ ଡାଏଟ କରୁଛି ତ ପୁଣି କେବେ କିଏ ଫିଟନେସ ଚକ୍କରରେ ଆରମ୍ଭ କରୁଛି ଡାଏଟ । ତେବେ ଏହି ଡାଏଟର ରହିଛି ବିଭିନ୍ନ ପ୍ରକାର । ଅଧିକ ପଢନ୍ତୁ...

ହେଲଦି ଡାଏଟ ପାଇଁ ଆପଣାନ୍ତୁ ‘କଫି ଡାଏଟ’
author img

By

Published : Nov 24, 2019, 4:13 AM IST

Updated : Nov 24, 2019, 4:21 AM IST

ହାଇଦ୍ରାବାଦ: ସମୟ ସହ ଲୋକଙ୍କ ବଦଳେ ଡାଏଟ ପ୍ରତି ନିଶା । କେବେ କିଏ ପତଳା ହେବା ପାଇଁ ଡାଏଟ କରୁଛି ତ ପୁଣି କେବେ କିଏ ଫିଟନେସ ଚକ୍କରରେ ଆରମ୍ଭ କରୁଛି ଡାଏଟ । ତେବେ ଏହି ଡାଏଟର ରହିଛି ବିଭିନ୍ନ ପ୍ରକାର । ଏହା ଖାଦ୍ୟ ଡାଏଟ ହୋଇପାରେ କିମ୍ବା ପାନୀୟ ଡାଏଟ ବି ହୋଇପାରେ । ଏଠାରେ ଆମେ କହୁଛୁ କଫି ଡାଏଟ କଥା । ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ବି ଏପରି ଡାଏଟ ଆପଣ ମେଣ୍ଟେନ କରିପାରିବେ ।

ଜାଣନ୍ତୁ କ’ଣ ଏହି କଫି ଡାଏଟ:

କଫିକୁ ଏକ ମାଦକ ଦ୍ରବ୍ୟ କୁହାଯାଉଥିଲେ ହେଁ ଏହାର ରହିଛି ଏନେକ ଉପକାରୀ ଗୁଣ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଶରୀରରେ ଥିବା ଚର୍ବିକୁ ନଷ୍ଟ କରିବାରେ ସାହାଯ୍ୟ କରେ ।

ଏହି ଡାଏଟରେ ଆପଣଙ୍କୁ ଦିନ ତମାମ ସର୍ବନିମ୍ମ ତିନି କପ୍‌ କଫି ପିଇବାକୁ ହେବ । ତେବେ ଧ୍ୟାନ ରଖିବେ ଯେପରି କଫିରେ କ୍ରିମ କିମ୍ବା ଚିନି ନମିଶିଥିବ । ଏଥିସହ ଦିନ ତମାମର ଖାଦ୍ୟରେ କିଛି ହାଲୁକା ଯଥା ପତ୍ର ଜାତୀୟ ପନିପରିବା, ଫଳ ଓ ଶସ୍ୟ ଜାତୀୟ ଖାଦ୍ୟ ରଖିବା ଭୁଲନ୍ତୁନି ।

ଏହା ଦ୍ବାରା ଓଜନ ହ୍ରାସ ପାଇବା ସହ ଏହାର ପ୍ରଭାବ ଆପଣ ପ୍ରଥମ ଦୁଇ ଦିନରେ ହିଁ ଦେଖିପାରିବେ । ଦିନକୁ ତିନି କପ୍‌ କଫି ପିଇବା ଦ୍ବାରା ଆପଣଙ୍କ ଭୋକ କମ ହେବ ସତ କିନ୍ତୁ ଏହା ଦ୍ବାରା ଆପଣଙ୍କ ଶରୀରକୁ ଏକ ସନ୍ତୁଳିତ ଡାଏଟ ମିଳିପାରିବ । ଯାହା ଦ୍ବାରା ଶରୀରରେ ଚର୍ବିର ମାତ୍ରା ମଧ୍ୟ ଆପେ ହ୍ରାସ ପାଇବ । ତେବେ ଅଧିକ ଇଫେକ୍ଟ ପାଇଁ ଆପଣ ଖାଇବା ପୂର୍ବରୁ କଫି ପିଅନ୍ତୁ ।

ତେବେ ଏହି କଫି ଡାଏଟ ଶରୀର ପାଇଁ ଯେତିକି ଲାଭଦାୟକ ସେତିକି କ୍ଷତି ମଧ୍ୟ ପହଞ୍ଚାଇପାରେ । ଏଥିପାଇଁ ଆପଣଙ୍କୁ କେତୋଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ଯଦି ଆପଣଙ୍କୁ ବ୍ଲଡ ପ୍ରେସର, ଇନସୋମିଆ ଓ ମୁଣ୍ଡବ୍ୟଥା ଭଳି ଅସୁବିଧା ଅଛି ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ପରେ କଫି ଡାଏଟ ଆପଣାନ୍ତୁ ।

Intro:Body:

BLANK FOR LINK 

Conclusion:
Last Updated : Nov 24, 2019, 4:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.