ETV Bharat / bharat

ଆମେରିକା ଏୟାରବେସରେ ମିସାଇଲ ମାଡ, ରାଷ୍ଟ୍ରପତି ଟ୍ରମ୍ପ କହିଲେ ‘All is Well’

author img

By

Published : Jan 8, 2020, 11:21 AM IST

ବୁଧବାର ସକାଳେ ପୁଣି ଇରାକସ୍ଥିତ ଦୁଇଟି ଆମେରିକୀୟ ଏୟାରବେସ ଉପରେ 12ଟି ମିସାଇଲ ମାଡ କରିଛି ଇରାନ। ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଟ୍ବିଟ କରି କହିଛନ୍ତି ଯେ ‘All is well’।

ଟ୍ରମ୍ପଙ୍କ ଟ୍ବିଟ all is well
ଆମେରିକା ଏୟାରବେସରେ ମିସାଇଲ ମାଡ, ଟ୍ରମ୍ପ କହିଲେ All is Well

ୱାସିଂଟନ: ଇରାନ ସେନା କମାଣ୍ଡର ସୁଲେମାନୀର ହତ୍ୟା ପରେ ଇରାକ ସ୍ଥିତ ଆମେରିକୀୟ ଏୟାରବେସ ଉପରେ ଘନଘନ ଆକ୍ରମଣ କରୁଛି ଇରାନ। ବୁଧବାର ସକାଳେ ଇରାକରେ ଦୁଇଟି ଆମେରିକୀୟ ଏୟାରବେସ ଉପରେ 12ଟି ମିସାଇଲ ମାଡ କରିଛି ଇରାନ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିଯାଇଛି। ଏ ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏହି ଆକ୍ରମଣ ପରେ ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ସହ କଥା ହୋଇ ଟ୍ବିଟ କରି କହିଛନ୍ତି ଯେ ‘All is Well’।

ମିସାଇଲ ଆକ୍ରମଣ ପରେ ପ୍ରତିକ୍ରିୟା ରଖି ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟ କରି କହିଛନ୍ତି, ‘ଏହା ଯୋଗୁଁ ହୋଇଥିବା କ୍ଷୟକ୍ଷତି ନେଇ ଆକଳନ କରାଯାଉଛି। ଆମ ନିକଟରେ ଦୁନିଆର ସବୁଠାରୁ ବଡ ଓ ଶକ୍ତିଶାଳୀ ସେନା ରହିଛି। ଆସନ୍ତାକାଲି ସକାଳେ ମୁଁ ମିସାଇଲ ଆକ୍ରମଣ ପ୍ରସଙ୍ଗରେ ମୋର ପ୍ରତିକ୍ରିୟା ରଖିବି।’

ମିସାଇଲ ମାଡ ପରେ ଇରାନ ବିଦେଶ ମନ୍ତ୍ରୀ ଜବାଦ ଜରୀଫ କହିଛନ୍ତି ଯେ, ଜାତିସଙ୍ଘ ଚାର୍ଟରର ଅନୁଚ୍ଛେଦ 51 ଅନୁସାରେ ଆତ୍ମରକ୍ଷା ପାଇଁ ଏହି ପଦକ୍ଷେପ ନେଇଛୁ। ଆମେ କୌଣସି ଯୁଦ୍ଧର ସମ୍ଭାବନାକୁ ବଢାଉନାହୁଁ । ଆମ ବିରୋଧରେ ହେଉଥିବା ଆକ୍ରମଣର ଜବାବ ଦେଉଛୁ।

ଆକ୍ରମଣ ପରେ ଇସ୍ରାଏଲ ଓ ସାଉଦି ଆରବରେ ହାଇଆଲର୍ଟ ଜାରି କରାଯାଇଛି। ଇସ୍ରାଏଲର ହାଇଫା ସହର ଓ ସାଉଦି ଆରବ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛି ଇରାନ। ଏଭଳି ଧମକ ମିଳିବା ପରେ ଉଭୟ ଇସ୍ରାଏଲ ଏବଂ ସାଉଦି ସେନା ସତର୍କ ହୋଇ ଉଠିଛନ୍ତି। ସେପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୈନ୍ୟ କମାଣ୍ଡରଙ୍କ ସହ ଏକ ବୈଠକ ଡାକିଛନ୍ତି। ଏହି ଦେଶର ସୁରକ୍ଷା ବାବଦରେ ଆଲୋଚନା କରାଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.