ETV Bharat / bharat

ଜି-7ରେ ମୋଦି-ଟ୍ରମ୍ପ କୋଳାକୋଳି

author img

By

Published : Aug 26, 2019, 7:11 PM IST

ଫ୍ରାନ୍ସରେ ଆୟୋଜିତ ଜି-7 ବୈଠକରେ ଟ୍ରମ୍ପ ନା କେବଳ କାଶ୍ମୀର ପ୍ରସଙ୍ଗରେ ମୋଦିଙ୍କୁ ସମର୍ଥନ କରିଛନ୍ତି ବରଂ ସେଠାରେ ସେ ମୋଦିଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ପ୍ୟାରିସ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ବନ୍ଧୁତ୍ବ ପୁଣିଥରେ ଦୁନିଆ ସାମ୍ନାକୁ ଆସିଛି । ଫ୍ରାନ୍ସରେ ଆୟୋଜିତ ଜି-7 ବୈଠକରେ ଟ୍ରମ୍ପ ନା କେବଳ କାଶ୍ମୀର ପ୍ରସଙ୍ଗରେ ମୋଦିଙ୍କୁ ସମର୍ଥନ କରିଛନ୍ତି ବରଂ ସେଠାରେ ସେ ମୋଦିଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଜି-7 ବୈଠକରେ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ କାଶ୍ମୀର ସମେତ ଅନେକ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଆଲୋଚନା ପରେ ମୋଦି ଏବଂ ଟ୍ରମ୍ପ ମିଳିତ ବାବରେ ପ୍ରେସ ବାର୍ତ୍ତା ଦେଇଛନ୍ତି । ତେବେ ସେହି ସମୟରେ ଉଭୟଙ୍କ ବନ୍ଧୁତ୍ବର ଝଲକ ଦେଖିବାକୁ ମିଳିଛି । ପ୍ରେସ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି ସାମ୍ବାଦିକଙ୍କୁ ଏଠାରେ ମଧ୍ୟ ହିନ୍ଦୀରେ ଜବାବ ଦେଇଥିଲେ । ସେ କହିଥିଲେ, ଆପଣମାନେ ଆମକୁ କଥା ହେବାକୁ ଦିଅନ୍ତୁ, ଆମେ ଏଭଳି କଥା ହେଉଥିବୁ । ଆବଶ୍ୟକ ପଡିଲେ ଆପଣମାନଙ୍କୁ ମଧ୍ୟ ଏହାର ସୂଚନା ଦେଇଦେବୁ । ଏହାପରେ ଟ୍ରମ୍ପ ମୋଦିଙ୍କ ପ୍ରସଂଶା କରି କହିଥିଲେ, ପିଏମ ମୋଦି ବହୁତ ଭଲ ଇଂରାଜୀ କୁହନ୍ତି । କିନ୍ତୁ ଆପଣଙ୍କୁ କହିବାକୁ ଚାହୁଁ ନାହାନ୍ତି । ତେବେ ଟ୍ରମ୍ପଙ୍କ ଏହି କଥା ଶୁଣି ମୋଦି ଏବଂ ଟ୍ରମ୍ପ ଉଭୟ ହାତ ଧରାଧରି ହୋଇ ହସିବାକୁ ଲାଗିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.