ETV Bharat / bharat

ଭାଗ୍ୟ ବଦଳାଇ ଦେଲେ ଟ୍ରମ୍ପ - melania

ଟ୍ରମ୍ପ ପରିବାରଙ୍କ ତାଜ ପରିଦର୍ଶନର ଦାୟିତ୍ବଭାର ଥିଲା ଗାଇଡ ନିତୀନ ସିଂଙ୍କ ଉପରେ । ସେ ତାଜମହଲର ସୁନ୍ଦରତାଠାରୁ ଆରମ୍ଭ କରି କାରିଗରି ପର୍ଯ୍ୟନ୍ତ ପ୍ରତିଟି ବିଷୟବସ୍ତୁକୁ ଖୁବ୍ ନିଖୁଣତାର ସହ ପରିବେଷଣ କରିଥିଲେ । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ଭିଜିଟ ପରେ ବଦଳିଲା ଭାଗ୍ୟ
ଟ୍ରମ୍ପଙ୍କ ଭିଜିଟ ପରେ ବଦଳିଲା ଭାଗ୍ୟ
author img

By

Published : Feb 25, 2020, 1:36 PM IST

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ସହ ପତ୍ନୀ ଏବଂ ଝିଅ, ଜ୍ବାଇଁ ମଧ୍ୟ ଆସିଛନ୍ତି । ତେବେ ଗସ୍ତର ପ୍ରଥମ ଦିନରେ ଟ୍ରମ୍ପ ପରିବାର ଦିଲ୍ଲୀ ଆଗ୍ରା ପରିଦର୍ଶନରେ ଯାଇଥିଲେ । ଆଉ ଟ୍ରମ୍ପ ପରିବାରଙ୍କ ତାଜ ପରିଦର୍ଶନର ଦାୟିତ୍ବଭାର ଥିଲା ଗାଇଡ ନିତୀନ ସିଂଙ୍କ ଉପରେ । ସେ ତାଜମହଲର ସୁନ୍ଦରତାଠାରୁ ଆରମ୍ଭ କରି କାରିଗରି ପର୍ଯ୍ୟନ୍ତ ପ୍ରତିଟି ବିଷୟବସ୍ତୁକୁ ଖୁବ୍ ନିଖୁଣତାର ସହ ପରିବେଷଣ କରିଥିଲେ । ସନ୍ଧ୍ୟା 4ଟା ପର୍ଯ୍ୟନ୍ତ ଜଣେ ସାଧାରଣ ଗାଇଡ ଥିଲେ ମାତ୍ର ଦୁଇ ଘଣ୍ଟା ପରେ ସେ ହୋଇଗଲେ ‘ଇଣ୍ଟରନ୍ୟାସନାଲ ସେଲିବ୍ରେଟି’ ।

ଟ୍ରମ୍ପଙ୍କ ଭିଜିଟ ପରେ ବଦଳିଲା ଭାଗ୍ୟ

ଟ୍ରମ୍ପ ଏବଂ ମେଲାନିଆଙ୍କୁ ତାଜମହଲକୁ ପରିଦର୍ଶନ କରାଇ ଖୁବ୍ ଖୁସି ଅଛନ୍ତି ସେ । ତାଙ୍କ ଖୁସିର କୌଣସି ଠିକଣା ନାହିଁ । ତାଙ୍କ ବୁଝାଇବା ଶୈଳୀରେ ଟ୍ରମ୍ପ ଖୁସି ହୋଇ ତାଙ୍କୁ ଉପହାର ସ୍ବରୂପ ଏକ ବ୍ୟାଚ୍ ପ୍ରଦାନ କରିଛନ୍ତି । ଏନେଇ ନିତୀନ କୁହନ୍ତି, ମୁଁ ଏହାକୁ ସାରା ଜୀବନ ଯତ୍ନର ସହକାରେ ରଖିବି । ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ଟ୍ରମ୍ପ ଏବଂ ମେଲାନିଆଙ୍କୁ ତାଜମହଲ ପରିଦର୍ଶନ କରାଇଥିବା ନିତୀନ ସିଂ ତାଜଗଞ୍ଜର କଟରା ଫୁଲେଲର ବାସିନ୍ଦା । ସୋମବାର ସେ ଟ୍ରମ୍ପ ଦମ୍ପତିଙ୍କୁ ତାଜମହଲ ସହ ଜଡିତ ସମସ୍ତ ଛୋଟ ବଡ ଘଟଣାକ୍ରମକୁ ଖୁବ୍ ସୁନ୍ଦର ଭାବରେ ବୁଝାଇଥିଲେ ।

ଏହାସହ ସେ ତାଜମହଲ ସହ ଜଡିତ ପ୍ରେମର ସଂଜ୍ଞାକୁ ମଧ୍ୟ ଖୁବ୍ ସୁନ୍ଦର ଭାବରେ ପ୍ରତିପାଦିତ କରିଥିଲେ । ଆଉ ଏହାକୁ ଶୁଣି ଖୁବ୍ ଭାବୁକ ହୋଇଥିଲେ ଟ୍ରମ୍ପ ଦମ୍ପତି । ତେବେ ଗାଇଡ୍ ନିତୀନ ସିଂ ଏହା ପୂର୍ବରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ତାଜମହଲ ପରିଦର୍ଶନ କରାଇଛନ୍ତି । ଯେଉଁଥିରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ବ୍ରାଜିଲ ରାଷ୍ଟ୍ରପତି ଜାରେଡ ବୋଲସୋନାରୋ, କାନ୍ନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.