ଭୋପାଳ: ସାରାଦେଶ କୋରୋନାକୁ ନେଇ ଚିନ୍ତିତ ଥିବା ବେଳେ ମଧ୍ୟପ୍ରଦେଶରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାଜ୍ୟକ ଉଜୈନ ଜିଲ୍ଲାର ରାସ୍ତା ଉପରେ ଶୋଇଥିବା ଦିନମଜୁରିଆଙ୍କ ଉପରେ ମାଡିଗଲା ଟ୍ରକ । ଏହି ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଶ୍ରମିକମାନେ କୋରୋନା ଭାଇରସର ଯାଞ୍ଚ କରିବା ଅପେକ୍ଷାରେ ରାସ୍ତାରେ ଶୋଇ ପଡିଥିଲେ ।
ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରଙ୍କୁ 25 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା କରିବେ ବୋଲି ଘୋଷଣା କରିଛନ୍ତି । ସେପଟେ ପୋଲିସ ରିପୋର୍ଟ ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ରାଜସ୍ଥାନର ଜୈସଲମେରରୁ ଶ୍ରମିକଙ୍କୁ ଉଜୈନ ଅଣାଯାଇଥିଲା । ସେଥିରୁ 12 ଜଣ ମୋହନପୁରାର ଥିଲେ । ସେମାନେ ନିଜ ଗାଁକୁ ଯିବାକୁ ବାହାରିଥିଲେ, ହେଲେ ଗାଁ ଲୋକେ ସେମାନଙ୍କୁ ପ୍ରଥମେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରମିକମାନେ ଚାଲି ଚାଲି ଡାକ୍ତରଖାନା ଯାଉଥିଲେ ।
ତେବେ ମୃତକଙ୍କ ସହପାଠୀମାନେ ଅଭିଯୋଗ କରିଛନ୍ତି ଯେ ଏହି ଶ୍ରମିକମାନଙ୍କ ପାଇଁ ରାତି ବିତାଇବା ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାଁନ୍ତି, ତେଣୁ 12 ଜଣ କର୍ମଚାରୀ ରାସ୍ତା କଡ଼ରେ ଶୋଇବାକୁ ବାଧ୍ୟ ହୋଇଥିଲେ । ତେବେ ଏନେଇ ସିଂ କହିଛନ୍ତି ଯେ ମଧ୍ୟପ୍ରଦେଶ ସରକାର ଉଜୈନର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଶ୍ରମିକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ତୁରନ୍ତ ନିଷ୍ପତ୍ତି ନେବା ଉଚିତ ।
@IANS