ETV Bharat / bharat

ଟିଆରଏସ ବିଧାୟକ ଏସ ରାମାଲିଙ୍ଗା ରେଡ୍ଡିଙ୍କ ପରଲୋକ - ଟିଆରଏସ ବିଧାୟକ ଏସ ରାମାଲିଙ୍ଗା ରେଡ୍ଡିଙ୍କ ପରଲୋକ

ସିଦ୍ଧିପେଟ ଜିଲ୍ଲା ଡୁବ୍ବାକାର ଟିଆରଏସ ବିଧାୟକ ଏସ ରାମାଲିଙ୍ଗା ରେଡ୍ଡିଙ୍କ ପରଲୋକ । ଗୁରୁବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ...

TRS MLA from Dubbaka, S.Ramalinga Reddy passed away today due to heart attack
ଟିଆରଏସ ବିଧାୟକ ଏସ ରାମାଲିଙ୍ଗା ରେଡ୍ଡିଙ୍କ ପରଲୋକ, ହୃଦଘାତ ନେଲା ଜୀବନ
author img

By

Published : Aug 6, 2020, 4:55 PM IST

ହାଇଦ୍ରାବାଦ: ସିଦ୍ଧିପେଟ ଜିଲ୍ଲାର ଡୁବ୍ବାକାର ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ) ବିଧାୟକ ଏସ ରାମାଲିଙ୍ଗା ରେଡ୍ଡିଙ୍କ ପରଲୋକ । ଗୁରୁବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା ।

ବିଧାୟକ ରାମାଲିଙ୍ଗା ନିକଟରରେ କମ୍ପାନୀଲର ଏକ ଘରୋଇ ହସ୍ପିଟାଲରେ ନିଜର ଆଣ୍ଠୁ ଅସ୍ତ୍ରୋପଚାର କରାଇଥିଲେ । ଏହା ପରେ ସେ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ତାଙ୍କୁ ଗାଚ୍ଛିବୋଲିର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରଲୋଜିକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ପ୍ରାୟ ସାଢେ 2ଟାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଗାଁ ଡୁବ୍ବାକା ଜିଲ୍ଲାର ଚିତ୍ତପୁରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ତାଙ୍କର ଆକସ୍ମିକ ଦେହାନ୍ତ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଚକିତ କରିଛି । ଆଉ ଏହି ଅବସରରେ ସେ ପ୍ରୋ-ତେଲେଙ୍ଗାନା ଆନ୍ଦୋଳନରେ ରାମାଲିଙ୍ଗା ରେଡ୍ଡିଙ୍କ ସକ୍ରିୟ ଭୂମିକାକୁ ମନେ ପକାଇବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ପ୍ରକାଶ ଥାଉ କି, ରାମାଲିଙ୍ଗା ରେଡ୍ଡି ବିଧାନସଭାର ଏଷ୍ଟିମେଟସ କମିଟିର ସଭାପତି ଥିଲେ । ସେ 2014ରେ ଡୁବ୍ବାକା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ 2018 ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ସେ ବିଜୟ ହାସଲ କରିଥିଲେ । ତେବେ ବିଧାୟକ ରାମାଲିଙ୍ଗା ଜଣେ ସାମ୍ବାଦିକ ମଧ୍ୟ ଥିଲେ ଏବଂ 2004 ପର୍ଯ୍ୟନ୍ତ ଏକ ତେଲୁଗୁ ଦୈନିକ ଖବର କାଗଜରେ କାମ କରୁଥିଲେ ।

2004ରେ ସେ ଡୋମାଟା ନିର୍ବାଚନମଣ୍ଡଳୀରୁ ଟିଆରଏସ ଟିକେଟରେ ପ୍ରତିଦ୍ବନ୍ଦିତା କରି ରାଜନୀତିରେ ପ୍ରବେଶ କରିଥିଲେ ଏବଂ ବିଜୟ ହାସଲ କରିଥିଲେ । 2008ରେ ଅନୁଷ୍ଠିତ ଉପ-ନିର୍ବାଚନରେ ମଧ୍ୟ ବିଜୟ ହାସଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.