ETV Bharat / bharat

ମଧ୍ୟପ୍ରଦେଶ ବିଜେପିରେ କନ୍ଦଳ, ଭନୱର ସିଂ ଶେଖାୱତଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

author img

By

Published : Jun 29, 2020, 7:27 AM IST

ମଧ୍ୟପ୍ରଦେଶରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ବିରୋଧରେ କହିବା ବରିଷ୍ଠ ନେତା ଭନୱର ସିଂ ଶେଖାୱତଙ୍କୁ ମହଙ୍ଗା ପଡିଛି । ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ବିଜେପିରେ କନ୍ଦଳ, ଭନୱର ସିଂ ଶେଖାୱତଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ
ମଧ୍ୟପ୍ରଦେଶ ବିଜେପିରେ କନ୍ଦଳ, ଭନୱର ସିଂ ଶେଖାୱତଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୋପାଳ: ମଧ୍ୟପ୍ରଦେଶରେ ବିଜେପି ମଧ୍ୟରେ କନ୍ଦଳ ଦେଖିବାକୁ ମିଳିଛି । ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ଓ ବରିଷ୍ଠ ନେତା ଭନୱର ସିଂ ଶେଖାୱତଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତର୍ଦ୍ବନ୍ଦ୍ବ କନ୍ଦଳର ସୁତ୍ରପାତ କରିଛି । ଏହାକୁ ପ୍ରଶମିତ କରିବାକୁ ଶେଖାୱତଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ରାଜ୍ୟରେ ହେବାକୁ ଥିବା 24ଟି ବିଧାନସଭା ଉପନିର୍ବାଚନର ପ୍ରସ୍ତୁତି ଦଳ କରୁଥିବାବେଳେ ଏପରି ସମସ୍ୟା ଦେଖାଦେଇଛି । ଗୋଟିଏ ପଟେ ବିରୋଧୀ କଂଗ୍ରେସ ତୈଳଦର ବୃଦ୍ଧି ଓ ଭାରତ-ଚୀନ ବିବାଦ ନେଇ ବିଜେପିକୁ ଘେରୁଥିବାବେଳେ ମଧ୍ୟପ୍ରଦେଶରେ ଦଳର ଏପରି କନ୍ଦଳ ଦଳକୁ ଅଡୁଆରେ ପକାଇବ ବୋଲି କୁହାଯାଉଛି ।

କୈଳାସ ବିଜୟବର୍ଗୀୟଙ୍କ ବିରୋଧରେ ଶେଖାୱତ ଏକ ସଙ୍ଗୀନ ମାମଲା ଆଣିବା ପରେ ଏପରି ସ୍ଥିତି ହୋଇଛି । ପ୍ରଥମେ ରାଜ୍ୟ ସଭାପତି କୈଳାସ ବିଜୟବର୍ଗୀୟଙ୍କ ସମର୍ଥନରେ ବାହାରିବା ସହ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ଓ ଏହାକୁ ବୁଝାଯିବ ବୋଲି କହିଥିଲେ । ହେଲେ ପରେ ଏନେଇ ଶେଖାୱତଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବା ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଥାଉକି, ଶନିବାର ଶେଖାୱତ, କୈଳାସ ବିଜୟବର୍ଗୀୟଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । କୈଳାସ ଦଳ ପାଇଁ କ୍ଷତିକାରକ ବୋଲି ସେ କହିଥିଲେ । ସେହିପରି କୈଳାସ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବଦଳାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରୁଥିବା କହିଥିଲେ । ଏହାସହ ମଧ୍ୟପ୍ରଦେଶର କ୍ରିକେଟ ଆସୋସିଏସନ ନିର୍ବାଚନରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କୈଳାସଙ୍କୁ 3 ଥର ହରାଇଥିବାରୁ ଏହାର ପ୍ରତିଶୋଧ ନେବା ତଥା ସିନ୍ଧିଆଙ୍କ ପତିଆର ହ୍ରାସ କରିବା ପାଇଁ ଉପନିର୍ବାଚନରେ ବିଜେପିକୁ ହରାଇବାର ଯୋଜନା କୈଳାସ କରିଥିବା ସେ କହିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.