ETV Bharat / bharat

ମୋଦିଙ୍କ କଥା ବୁଝିପାରିଲେନି ପାକ ଆଙ୍କର, ଜମେଇକି ହେଲେ ଟ୍ରୋଲ

ପାଗଲ ହେଲେଣି ପାକ ଆଙ୍କର । ମୋଦିଙ୍କ ପାଟିରୁ ବାହାରିଥିବା ଅଭିନନ୍ଦନ ଅର୍ଥ ବୁଝିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଭୁଲରେ ଏପରି କିଛି କହି ଏବେ ହାସ୍ୟର ପାତ୍ର ବନିଛନ୍ତି ଏହି ଆଙ୍କର ଓ ତାଙ୍କ ମିଡିଆ ।

author img

By

Published : May 27, 2019, 6:38 PM IST

Updated : May 27, 2019, 8:13 PM IST

ଫଟୋ ସୌଜନ୍ୟ- ସୋସିଆଲ ମଡିଆ @madhuvanti_s

ନୂଆଦିଲ୍ଲୀ: ବାଉଳା ହେଉଛନ୍ତି ପାକିସ୍ତାନ ଆଙ୍କର । ଏଯାଏଁ ମୁଣ୍ଡରୁ ଖସିନି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭୂତ । ହିନ୍ଦୀ ବୁଝିବାକୁ ଦରକାର ପଡିପାରେ ଡିକ୍ସିନାରୀ । ମୋଦି ଭାଷଣରେ ରହିଥିବା ଅଭିନନ୍ଦନ(ଶୁଭେଚ୍ଛା) ଶବ୍ଦର ଅର୍ଥ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭାବି ପଢି ଚାଲିଥିଲେ ନ୍ୟୁଜ । ଏ ନେଇ ଟ୍ବିଟରରେ ଜମେଇକି ଟ୍ରୋଲ ହୋଇଛି ପାକ ମିଡିଆ ।

ଶନିବାର ଜିତିବା ଖୁସିରେ ନରେନ୍ଦ୍ର ମୋଦି ଏନଡିଏର 353 ସାଂସଦଙ୍କୁ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଥିଲେ । ବିଜେପିର ପ୍ରତ୍ୟେକ ସଦସ୍ୟଙ୍କୁ ବିଜୟର ଶ୍ରେୟ ଦେବା ସହ ଅଭିନନ୍ଦନ ଦେଇଥିଲେ । ହେଲେ ଏହାକୁ ଭୁଲ ବୁଝି ପାକ ଆଙ୍କର ପଢିଛନ୍ତି ଏପରି କିଛି , ଯେଉଁଥିପାଇଁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି ।

‘ଅଭିନନ୍ଦନଙ୍କୁ ଏବେ ବି ଭୁଲିନାହାଁନ୍ତି ନରେନ୍ଦ୍ର ମୋଦି । ଜିତିବା ଖୁସିରେ ଅଭିନନ୍ଦନଙ୍କୁ ହିରୋ ଭାବେ ଉପସ୍ଥାପନ କରାଯାଉଛି। ’ ଏ ନେଇ ନ୍ୟୁଜ ପଢିବା ସମୟରେ କହିଛନ୍ତି ପାକ ଆଙ୍କର । ହେଲେ ମୋଦି ୱିଙ୍ଗ କମାଣ୍ଡର ଅଭିନନ୍ଦନ ନୁହେଁ ଶୁଭେଚ୍ଛା ସ୍ବରୁପ ଦିଆଯାଉଥିବା ଅଭିନନ୍ଦନ କହିଛନ୍ତି । ଏହାକୁ ଜାଣିବା ପରେ ଏବେ ଏହା ଟ୍ବିଟରରେ ଟ୍ରୋଲ ହେବାକୁ ଲାଗିଛି । ୟୁଜର୍ସ ବିଭିନ୍ନ ପ୍ରକାର କଟାକ୍ଷ କରି ପାକ ଓ ସେମାନଙ୍କ ମିଡିଆକୁ କଟାକ୍ଷ କରୁଥିବା ନଜର ଆସିଛି ।

Slug - post poll violence erupts in Niali,rep- narayan,ctc,avo,27.05.19

ଆଂଙ୍କର -ନିଆଳି ରେ ନିର୍ବାଚନ ପରବର୍ତ୍ତି ହିନ୍ସା। ୨୦୧୯ ସାଧାରଣ ନିର୍ବାଚନ ର ଫଳ ପ୍ରକାଶ ପାଇବାର ମାତ୍ର ଦିନ କେଇଟା ପରେ  ରାଜନୈତିକ ପରବର୍ତ୍ତି ହିଂସାକାଣ୍ଡ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପୋଖରୀଗାଁରେ । କିଛି ବିଜେପି ସମର୍ଥକ ଙ୍କୁ ଘରୁ ଡାକି ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ନାବାଳିକାଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଦୁଇ ଜଣଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ ହୋଇଛି। ହିଂସାକାଣ୍ଡରେ ନାବାଳିକାଙ୍କ ହାତ ଭାଙ୍ଗି ଯାଇଛି ।  ଗୁରୁତର ଦୁଇଜଣଙ୍କୁ  ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ଆହତ ମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ୱର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ତେବେ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି।

Visuals through mail....
Last Updated : May 27, 2019, 8:13 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.