ETV Bharat / bharat

କାଲି ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ୍‌, ହ୍ବିପ୍‌ ଜାରି କଲା ବିଜେପି

author img

By

Published : Jul 29, 2019, 11:00 PM IST

ମଙ୍ଗଳବାର ରାଜ୍ୟସଭାରେ ତିନି ତଲାକ୍‌ ବିଲ୍‌ ଆଗତ କରିବେ କେନ୍ଦ୍ର ସରକାର । ଏନେଇ ବିଜେପି ସାଂସଦଙ୍କୁ ହ୍ବିପ୍‌ ଜାରି କରାଯାଇଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେବାପରେ ମଙ୍ଗଳବାର ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ୍‌ । ଏନେଇ ସମସ୍ତ ବିଜେପି ସାଂସଦଙ୍କୁ ହ୍ବିପ୍‌ ଜାରି କରିଛି ଦଳ । ତେବେ ରାଜ୍ୟସଭାରେ ତିନି ତଲାକ ବିଲ୍‌କୁ ପାରିତ କରିବା ପାଇଁ ମୋଦି ସରକାର ଅଣ-ଏନଡିଏ ଏବଂ ଅଣ-ୟୁପିଏ ଦଳ ଉପରେ ନିର୍ଭର କରିବେ ।

ରାଜ୍ୟସଭାରେ ବିଜେପି ନିକଟରେ ସଂଖ୍ୟା ଗରିଷ୍ଠତା ରହିନାହିଁ । କିନ୍ତୁ ବିଜୁ ଜନତା ଦଳ, ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ୱାଇଏସଆର କଂଗ୍ରେସ ଏଥିପାଇଁ ବିଜେପିକୁ ସହଯୋଗ କରିବେ ବୋଲି ଆକଳନ କରାଯାଉଛି । ଗତ ସପ୍ତାହରେ ସୂଚନା ଅଧିକାର ସଂଶୋଧନ ବିଲ୍‌କୁ ପାରିତ କରିବା ପାଇଁ ଏହି ସବୁ ଦଳ ବିଜେପିକୁ ସହାଯ୍ୟ କରିଥିଲେ । ତେଣୁ ତିନି ତଲାକ ବିଲ୍‌କୁ ରାଜ୍ୟସଭାରେ ପାରିତ କରିବା ପାଇଁ ମଧ୍ୟ ଏମାନେ ସହଯୋଗ କରିବେ ବୋଲି ଆଶା କରୁଛି ବିଜେପି ।

ସୂଚନାଯୋଗ୍ୟ ଯେ, ଜୁଲାଇ 25 ତାରିଖରେ ତିନି ତଲାକ ବିଲ୍‌ ଲୋକସଭାରେ ପାରିତ ହୋଇଛି । ଏହି ବିଲ୍‌ରେ ତିନି ତଲାକକୁ ବେଆଇନ ଦର୍ଶାଇ ଏଥିରେ 3 ବର୍ଷର ଜେଲଦଣ୍ଡ ଏବଂ ଜୋରିମାନାର ପ୍ରାବଧାନ ରହିଛି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.