ETV Bharat / bharat

ନିରାଡମ୍ବରରେ ପାଳିତ ହେବ କି ତୃଣମୂଳର ପ୍ରତିଷ୍ଠା ଦିବସ ସମାରୋହ ? - tmc foundation day

ତୃଣମୂଳ କଂଗ୍ରେସ ପାଇଁ ଅଧିକାରୀ ଏବେ ଏକ ସମାପିତ ଅଧ୍ୟାୟ । ଏବେ ସେ ବିଜେପିରେ । ତାଙ୍କ ସହିତ ଆହୁରି ଅନେକ ତୃଣମୂଳ କଂଗ୍ରେସ ନେତା ବି ତୃଣମୂଳ ଛାଡ଼ି ଗୈରିକ ଶିବିରରେ ଯୋଗ ଦେଇଥିଲେ । ଏହା ଫଳରେ, ସଂପ୍ରତି ତୃଣମୂଳ କଂଗ୍ରେସର ସ୍ଥିତି ବାସ୍ତବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁଭକ କରୁଛନ୍ତି । ଅଧିକ ପଢନ୍ତୁ...

ନିରାଡମ୍ବରରେ ପାଳିତ ହେବ କି ତୃଣମୂଳର ପ୍ରତିଷ୍ଠା ଦିବସ ସମାରୋହ ?

author img

By

Published : Jan 1, 2021, 2:07 PM IST

କୋଲକାତା: ଶୁକ୍ରବାର ଦିନ ତୃଣମୂଳ କଂଗ୍ରେସର ପ୍ରତିଷ୍ଠା ଦିବସ ସମାରୋହ କେତେ ନିରାଡମ୍ବର ଭାବରେ ପାଳିତ ହେବ ? ପ୍ରତି ବର୍ଷ, ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହକାରେ ତୃଣମୂଳ କଂଗ୍ରେସର ନେତା ଓ କର୍ମୀମାନେ ସାରା ରାଜ୍ୟରେ ଏହି ପ୍ରତିଷ୍ଠା ଦିବସ ସମାରୋହ ପାଳନ କରିଥାଆନ୍ତି । ହେଲେ ଏ ବର୍ଷ କ’ଣ ହେବାକୁ ଯାଉଛି ? ପୂର୍ବର ସେହି ଉତ୍ସାହ ଲାଗି ରହିଥିବ କି ? ନା ଏ ବର୍ଷ ନିହାତି ସାଧାରଣ ଭାବରେ ଏହି ସମାରୋହ ପାଳିତ ହେବ ? 2020 ବର୍ଷର ଶେଷ ଦିନରେ ଏହି ସବୁ ପ୍ରଶ୍ନ ହିଁ ପଶ୍ଚିମ ବଙ୍ଗର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକଥା ନିଶ୍ଚିତ ଭାବରେ ସତ ଯେ, ଏଭଳି ଚର୍ଚ୍ଚିତ ପୂର୍ବାନୁମାନର କାରଣ ଅନୁଧ୍ୟାନ କରିବା ସେତେ ବେଶୀ କଷ୍ଟସାଧ୍ୟ ନୁହେଁ । ପଶ୍ଚିମ ବଙ୍ଗରେ 34 ବର୍ଷର ବାମପନ୍ଥୀ ଶାସନର ଅନ୍ତ ଘଟାଇ 2011 ମସିହାରେ ଶାସନ କ୍ଷମତାକୁ ଆସିବା ପରଠାରୁ ବର୍ତ୍ତମାନ ସମୟରେ ହିଁ ତୃଣମୂଳ କଂଗ୍ରେସ ସର୍ବାଧିକ ଅଶାନ୍ତ ପର୍ଯ୍ୟାୟ ମଧ୍ୟ ଦେଇ ଗତି କରୁଛି । 2007- 08ର ଯେଉଁ ଦୁଇଟି ଭୂମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ଯୋଗୁଁ ତୃଣମୂଳ କଂଗ୍ରେସର ଅଭ୍ୟୁତ୍‌ଥାନ ଘଟିଥିଲା, ସେଥିରେ ଶୁଭେନ୍ଦୁ ଅଧିକାରୀ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେହିଭଳି, 2016 ମସିହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ଓ ବାମ ସାମ୍ମୁଖ୍ୟର ରାଜନୈତିକ ସଂଯୋଗ ତନ୍ତ୍ରକୁ ଧୂଳିସାତ୍‌ କରିବାରେ ମଧ୍ୟ ଅଧିକାରୀ ପ୍ରମୁଖ ଭୂମିକା ତୁଲାଇଥିଲେ ।

ତୃଣମୂଳ କଂଗ୍ରେସ ପାଇଁ ଅଧିକାରୀ ଏବେ ଏକ ସମାପିତ ଅଧ୍ୟାୟ । ଏବେ ସେ ବିଜେପିରେ । ତାଙ୍କ ସହିତ ଆହୁରି ଅନେକ ତୃଣମୂଳ କଂଗ୍ରେସ ନେତା ବି ତୃଣମୂଳ ଛାଡ଼ି ଗୈରିକ ଶିବିରରେ ଯୋଗ ଦେଇଥିଲେ । ଏହା ସହିତ, ରାଜ୍ୟର ବିଭିନ୍ନ ଜିଲ୍ଲାରେ,ବିଭିନ୍ନ ସ୍ତରରେ କାର୍ଯ୍ୟରତ ତୃଣମୂଳ କଂଗ୍ରେସ ନେତାମାନେ ମଧ୍ୟ ଶୁଭେନ୍ଦୁଙ୍କୁ ସମର୍ଥନ ଜ୍ଞାପନ କରିବାର ସଂକେତ ଦେଇସାରିଲେଣି । ଏହା ଫଳରେ, ସଂପ୍ରତି ତୃଣମୂଳ କଂଗ୍ରେସର ସ୍ଥିତି ବାସ୍ତବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁଭକ କରୁଛନ୍ତି । ସୁତରାଂ, ଏଭଳି ଏକ ସ୍ଥିତିର ପ୍ରଭାବ ଯେ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଉପରେ ମଧ୍ୟ ପଡ଼ିବ, ତାହା ନିଶ୍ଚିତ । ହେଲେ, ତୃଣମୂଳ କଂଗ୍ରେସର ନେତାମାନେ ଏହି ଯୁକ୍ତିକୁ ଗ୍ରହଣ କରିବା ଲାଗି ଅନିଚ୍ଛୁକ । ଈଟିଭି ଭାରତକୁ ତୃଣମୂଳ କଂଗ୍ରେସ ନେତା ବୈଶ୍ବାନର ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ, ବିଭିନ୍ନ ସମୟରେ ଆୟୋଜିତ ଗଣ ଆନ୍ଦୋଳନ ମାଧ୍ୟମରେ ଏହି ଦଳ ଗଠିତ ହୋଇଥିଲା । ସେ କହିଲେ, “ଏବେ ଆମେ କ୍ଷମତାରେ ଅଛୁ । ହେଲେ, ଗୋଟିଏ ସମୟରେ ଆମ ଆଗରେ ବହୁ ବାଧାବିଘ୍ନ ରହିଥିଲା । ସଂଘର୍ଷ ଓ ଆନ୍ଦୋଳନ ଜରିଆରେ ଆମେ ଏହିଠାରେ ପହଞ୍ଚିଛୁ । ଦଳ ଗଠନର ପ୍ରାରମ୍ଭିକ ପର୍ଯ୍ୟାୟରେ ଆମ ସହିତ ଥିବା ବହୁ ବ୍ୟକ୍ତି ସହିଦ ହୋଇଗଲେଣି । ଆମେ ସେମାନଙ୍କୁ ମନେ ପକାଇବୁ ଏବଂ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଦଳର ପ୍ରତିଷ୍ଠା ଦିବସ ପାଳନ କରିବୁ ।” ଦଳରୁ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ଘଟଣାକୁ ଗୁରୁତ୍ବ ଦେବା ଲାଗି ମଧ୍ୟ ସେ ଅନାଗ୍ରହୀ । ସେ କହିଲେ, “ଶୁଭେନ୍ଦୁ ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ ନୁହଁନ୍ତି । ଯେତେବେଳେ ମୁଁ ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ଥିଲି, ସେ ସମୟରେ

ସେମାନେ ଛାତ୍ର ପରିଷଦ ସହ ସଂପୃକ୍ତ ଥିଲେ । ସେ ଯୁବ ଆନ୍ଦୋଳନ ସହ ମଧ୍ୟ ସଂପୃକ୍ତ ଥିଲେ । ସେ ଥିଲେ କୋଣ୍ଟାଇ ପୌରାଞ୍ଚଳରେ ଜଣେ କାଉନ୍‌ସିଲର ମାତ୍ର । ମମତା ବାନାର୍ଜୀଙ୍କ ପୃଷ୍ଠପୋଷକତା କାରଣରୁ ସେ ଜଣେ ସାଂସଦ ହୋଇପାରିଥିଲେ । ସେ ନିଜେ ନିଜର ଦଳ ଗଢ଼ି ପାରିବେ କି ? ଏବେ ସେ ଆମକୁ ଅପଦସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ଅନେକ ମଧ୍ୟ ଏହିଭଳି ବିଶ୍ବାସଘାତକତାର ଖେଳ ଖେଳିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ କେହି ହେଲେ କିଛି କରିବାରେ ସକ୍ଷମ ହେଲେନାହିଁ ।” ସେ ଯାହା ହେଉନା କାହିଁକି, ଆହୁରି ଅନେକ ନେତା ବି ଶୁଭେନ୍ଦୁଙ୍କ ସ୍ବରରେ ସ୍ବର ମିଳାଉଥିବାରୁ, ଏବେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ ମମତା ବାନାର୍ଜୀ କ’ଣ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିବେ ? ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁଭବ କରନ୍ତି ଯେ, ଏଥର ଦଳର ପ୍ରତିଷ୍ଠା ଦିବସ ସମାରୋହ ପାଳନକୁ ସେହି ସବୁ ପ୍ରଶ୍ନ ଓ ସନ୍ଦେହ ନିଶ୍ଚିତ ଭାବରେ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେବେ, ଏଥିରେ ସମ୍ମତ ହେବାକୁ ଅନିଚ୍ଛା ପ୍ରକାଶ କରନ୍ତି ବୈଶ୍ବାନର ଚାଟାର୍ଜୀ । ସେ କହିଲେ, “ତୃଣମୂଳ କଂଗ୍ରେସ

ଗୋଟିଏ ଦୂରଗାମୀ ଏକ୍‌ସପ୍ରେସ୍‌ ଟ୍ରେନ୍‌ ଭଳି । କେତେକ ଯାତ୍ରୀ ଅଧାବାଟରୁ ଓହ୍ଲାଇ ଯାଇପାରନ୍ତି । କିନ୍ତୁ, ମମତା ବାନାର୍ଜୀ ଯେଉଁ ପର୍ଯ୍ୟନ୍ତ ଅଛନ୍ତି, ସେଥିରେ ଆଉ କାହାରି ଆବଶ୍ୟକତା ନାହିଁ ।” ଅନ୍ୟପକ୍ଷରେ, ବିରୋଧୀ ଦଳଗୁଡ଼ିକ ତୃଣମୂଳ କଂଗ୍ରେସର ବର୍ତ୍ତମାନ ସ୍ଥିତିକୁ ଉପଭୋଗ କରୁଥିବା ଭଳି ମନେହୁଏ । ବରିଷ୍ଠ କଂଗ୍ରେସ ନେତା ଏବଂ ପଶ୍ଚିମ ବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଅବଦୁଲ ମନ୍ନାନ କହିଛନ୍ତି ଯେ, “ସେମାନେ ନିଜେ ଲଗାଇଥିବା ନିଆଁ ହିଁ ଏବେ ତୃଣମୂଳକୁ ଗ୍ରାସିବାକୁ ବସିଛି । ସେତେବେଳେ ଯେଉଁମାନେ ଏହି ନିଆଁ ଧାସର କଷ୍ଟ ଭୋଗିଥିଲେ, ସେମାନେ ଏବେକାର ସ୍ଥିତିକୁ ଉପଭୋଗ କରୁଛନ୍ତି । ଦଳ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବା ଆଗରୁ, ଶେଷଥର ପାଇଁ ସେମାନେ ପ୍ରତିଷ୍ଠା ଦିବସ ପାଳନ କରି ନିଅନ୍ତୁ ।” ପଶ୍ଚିମ ବଙ୍ଗ ବିଧାନସଭାରେ ବାମ ଦଳର ନେତା ସୁଜାନ ଚକ୍ରବର୍ତ୍ତୀ ମଧ୍ୟ ଅନୁରୂପ ମତାମତ ଦେଇଛନ୍ତି । ସେ କହିଛନ୍ତି, “ନିଶ୍ଚିହ୍ନ ହୋଇଯିବା ପୂର୍ବରୁ ପ୍ରତିଷ୍ଠା ଦିବସ ପାଳନ ଅର୍ଥହୀନ । ମୁଁ ବୁଝିପାରୁନି ଯେ ସାଂପ୍ରତିକ ସ୍ଥିତିରେ ନାଚଗୀତ ଓ ସଂଗୀତ ମାଧ୍ୟମରେ ସମାରୋହ ପାଳନର କେତେଦୂର ଯଥାର୍ଥ।”

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.