ETV Bharat / bharat

20 ବର୍ଷ ପରେ ଦାନ୍ତେୱାଡାର ନକ୍ସଲ ଅଞ୍ଚଳରେ ଉଡିଲା ତ୍ରିରଙ୍ଗା

author img

By

Published : Aug 15, 2020, 4:26 PM IST

20 ବର୍ଷର ଅନ୍ଧକାର ପରେ ଦାନ୍ତେୱାଡାରେ ନକ୍ସଲ ଅଞ୍ଚଳରେ ଉଡିଛି ତ୍ରିରଙ୍ଗା । 74ତମ ସ୍ବାଧୀନତା ଦିବସ ଅବସରରେ, ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବଳ କର୍ମଚାରୀ, ମହିଳା କମାଣ୍ଡୋ ଓ ଗ୍ରାମବାସୀ 20 ବର୍ଷ ପରେ ତ୍ରିରଙ୍ଗା ଉଡାଇଛନ୍ତି ।

Tricolor hoisted after 20 years in Naxalgarh,
ନକ୍ସଲ ଅଞ୍ଚଳରେ ଉଡିଲା ତ୍ରୀରଙ୍ଗା

ରାୟପୁର: 20 ବର୍ଷର ଅନ୍ଧକାର ପରେ ନକ୍ସଲ ଅଞ୍ଚଳରେ ଦାନ୍ତେୱାଡାରେ ଉଡିଛି ତ୍ରିରଙ୍ଗା । 74ତମ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବଳ କର୍ମଚାରୀ, ମହିଳା କମାଣ୍ଡୋ ଓ ଗ୍ରାମବାସୀ 20 ବର୍ଷ ପରେ ତ୍ରିରଙ୍ଗା ଉଡାଇଛନ୍ତି । ଉତ୍ସର୍ଗୀକୃତ ନକ୍ସଲମାନେ ଏହି ଅଭିବାଦନ ଗ୍ରହଣ କରିଛନ୍ତି ।

ପ୍ରକାଶଥାଉକି, କାଟେକଲ୍ୟାଣ ବ୍ଲକର ମାର୍ଜୁମ୍ ଏକ ସମ୍ବେଦନଶୀଳ ଗ୍ରାମ। ମାର୍ଜୁମ ଗାଁର ପ୍ରାୟ 300ରୁ ଅଧିକ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଗାଁରେ ନକ୍ସଲମାନଙ୍କ ସାମ୍ରାଜ୍ୟ ରହିଛି । ନକ୍ସଲମାନେ ଏଠାରେ ଶାସନ କରୁଥିଲେ। ନକ୍ସଲମାନେ ସର୍ବଦା ସ୍ବାଧୀନତା ଦିବସକୁ ବଏକଟ କରି ଆସୁଥିଲେ । ଏହିଦିନ ସେମାନ କଳାଦିବସ ଭାବେ ପାଳନ କରନ୍ତି । ବର୍ତ୍ତମାନ ଦାନ୍ତେୱାଡା ଜିଲ୍ଲାର ଗ୍ରାମବାସୀ ନକ୍ସଲବାଦରୁ ଦୂରେଇ ରହିଛନ୍ତି । ଗ୍ରାମବାସୀ ମୁଖଧାରା ସହ ଜଡିତ ହୋଇଛନ୍ତି । ଏହା ସହିତ ସ୍ଥାନୀୟ ନକ୍ସଲମାନେ ଆତ୍ମସମର୍ପଣ କରିବାକୁ ଉତ୍ସାହିତ ହେଉଛନ୍ତି ।

45 ଦିନ ପୂର୍ବରୁ ଦାନ୍ତେୱାଡା ଜିଲ୍ଲାରେ ଲୋନ୍ ଭେରାଟୁ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ପୋଲିସ କ୍ରମାଗତ ଭାବରେ ସଫଳତା ହାସଲ କରୁଛି । ବର୍ତ୍ତମାନ ସୁଦ୍ଧା 102 ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଲାଲ୍ ସଲାମିକୁ ସମର୍ଥନ କରୁଥିବା ନକ୍ସଲ ବର୍ତ୍ତମାନ ଭାରତ ମା ପାଇଁ କାର୍ଯ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.