ETV Bharat / bharat

କୋରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍ ତିଆରି କରୁଛନ୍ତି ଆଦିବାସୀ ମହିଳା - Tribal women in Banswara make PPE kits

କୋରୋନା ଯୋଦ୍ଧାଙ୍କ ପାଇଁ ବଂଶୱାରା ଡୁଙ୍ଗରପୁରର 700ରୁ ଅଧିକ ଆଦିବାସୀ ମହିଳା ପିପିଇ କିଟ୍ ସିଲେଇ କରୁଛନ୍ତି । କେନ୍ଦ୍ର ବୟନ ମନ୍ତ୍ରାଳୟ ଦ୍ବାରା 1 ଲକ୍ଷ ପିପିଇ କିଟ୍ ପାଇଁ ଜିଲ୍ଲାର ରେନୱିୟର ନାମକ ଏକ କମ୍ପାନୀକୁ କାମ ଦିଆଯାଇଥିଲା । ଏହି କମ୍ପାନୀ ଅଧୀନରେ ଜିଲ୍ଲାର 700 ଆଦିବାସୀ ମହିଳା ପିପିଇ କିଟ୍ ସିଲେଇ କରୁଛନ୍ତି ।

Tribal women in Banswara make PPE kits for corona warriors
କୋରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍ ତିଆରି କରୁଛନ୍ତି ଆଦିବାସୀ ମହିଳା
author img

By

Published : May 11, 2020, 7:08 PM IST

ଜୟପୁର: କୋରୋନା ସହ ସାରା ଦେଶ ଏକଜୁଟ ହୋଇ ଲଢେଇ କରୁଥିବା ବେଳେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଓ ପୋଲିସ କର୍ମୀମାନେ । ଏହି ଯୋଦ୍ଧା ପ୍ରତିଦିନ ଲୋକଙ୍କୁ ସୁରକ୍ଷା ଦେବାକୁ କୋରୋନା ସହ ଲଢୁଛନ୍ତି । ଏମିତିରେ ଏମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ଆଦିବାସୀ ମହିଳା । କୋରୋନା ଯୋଦ୍ଧାଙ୍କ ପାଇଁ ବଂଶୱାରା ଡୁଙ୍ଗରପୁରର 700ରୁ ଅଧିକ ଆଦିବାସୀ ମହିଳା ପିପିଇ କିଟ୍ ସିଲେଇ କରୁଛନ୍ତି । କେନ୍ଦ୍ର ବୟନ ମନ୍ତ୍ରାଳୟ ଦ୍ବାରା 1 ଲକ୍ଷ ପିପିଇ କିଟ୍ ପାଇଁ ଜିଲ୍ଲାର ରେନୱିୟର ନାମକ ଏକ କମ୍ପାନୀକୁ କାମ ଦିଆଯାଇଥିଲା । ଏହି କମ୍ପାନୀ ଅଧୀନରେ ଜିଲ୍ଲାର 700 ଆଦିବାସୀ ମହିଳା ପିପିଇ କିଟ୍ ସିଲେଇ କରୁଛନ୍ତି ।

କମ୍ପାନୀ ମାଲିକ ଦିନବନ୍ଧୁ ତ୍ରିବେଦୀ କହିଛନ୍ତି ଯେ, କୋରେନା ସଙ୍କଟ ସମୟରେ ଗରିବ, ବିଧବା ଏବଂ ଅଭାବୀ ମହିଳାମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ନିୟମିତ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବା ଆମର ପ୍ରଥମ ପ୍ରାଥମିକତା ଥିଲା । କାରଣ କୋରୋନା ଲକଡାଉନ କାରଣରୁ ଅନେକ ନିଜ ରୋଜଗାରର ବାଟ ହରାଇଥିଲେ ।

ସେ କହିଛନ୍ତି ଯେ, ଏହି କାମ ପାଇଁ ଆମେ ବଂଶୱାରାରୁ 700 ମହିଳାଙ୍କୁ ନିଯୁକ୍ତି ଦେଇଛୁ । ମାସିକ ସେମାନଙ୍କୁ 9 ହଜାର 500 ଟଙ୍କା ଦିଆଯିବା ସହ ନେବା ଆଣିବାର ସୁବିଧା ମଧ୍ୟ ଦିଆଯାଉଛି । ଏତତବ୍ୟତୀତ ଦ୍ବିପ୍ରହରେ ମାଗଣା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ବୟନ ମନ୍ତ୍ରାଳୟ ପକ୍ଷରୁ ଆମକୁ 1 ଲକ୍ଷ ପିପିଇ କିଟ୍ ତିଆରି ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ଆମେ ଠିକ୍ ସମୟରେ ପୂରଣ କରିବାକୁ ଏକ ଶକ୍ତିଶାଳୀ ଟିମ୍ ଚାହୁଁଛୁ ।

ଗୁଣାତ୍ମକ କାର୍ଯ୍ୟ କରିବା ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମର ଧାରଣା ଥିଲା । ଆମେ ବଂଶୱାରା ଆଦିବାସୀ ମହିଳାଙ୍କୁ କାମ ଦେଇଛୁ । ସେମାନଙ୍କୁ ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ତାଲିମ ଦେଇଥିଲୁ ବୋଲି କହିଛନ୍ତି ଦିନବନ୍ଧୁ ତ୍ରିବେଦୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ଏହି କାମକୁ ଆମେ ଏକ ମାସ ମଧ୍ୟରେ ଶେଷ କରିବୁ ବୋଲି ବିଶ୍ବାସ ରହିଛି । କାରଣ ଏହି ମହିଳାମାନେ ଦକ୍ଷ ଅଟନ୍ତି ।

ଅନ୍ୟପଟେ ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିପିଏ କିଟ୍ ଉତ୍ପାଦନ ପାଇଁ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଉଦାହରଣସ୍ୱରୂପ, ଆମେ ବଂଶୱାରା ଏବଂ ଅନ୍ୟମାନଙ୍କ ପାଇଁ 650ଟି ପିପି କିଟ୍ ଉତ୍ପାଦନ କରୁଛୁ । ଆମର ଟେକ୍ନିକାଲ କର୍ମଚାରୀ ସେମାନଙ୍କୁ ଗାଇଡ୍ କରୁଛନ୍ତି। କାଟିବା ଏବଂ ସିଲେଇ କରିବା ପରେ ଆମକୁ ପିପିଇ କିଟକୁ ପାଣି ଏବଂ ବାୟୁ ପ୍ରମାଣିତ କରିବା ପାଇଁ ଟ୍ୟାପ୍ କରିବା ଆବଶ୍ୟକ ରହିଛି । ଆଉ ଏହି ମହିଳାମାନେ ଏହି କଳା ଏବେ ଶିଖି ସାରିଛନ୍ତି ଏବଂ ଶୀଘ୍ର ସିଲେଇ କରୁଛନ୍ତି।

ଭିୱାଣ୍ଡୀ (ଥାନେ)ରେ ଥିବା କମ୍ପାନୀର ପ୍ଲାଣ୍ଟ ମଧ୍ୟ ପିପିଇ କିଟ୍ ଉତ୍ପାଦନ କରୁଛି । ସେଠାରେ ୟୁପି ଏବଂ ବିହାରର ପ୍ରାୟ 1200 କର୍ମଚାରୀ ନିୟୋଜିତ ଅଛନ୍ତି । ଯେଉଁ ସମୟରେ ପ୍ରବାସୀମାନେ କୋରୋନା ପାଇଁ ନିଜ ଗ୍ରାମକୁ ଫେରୁଥିଲେ ସେତେବେଳେ ଆମର ଶ୍ରମିକମାନେ କୋରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍ ଉତ୍ପାଦନ ପାଇଁ କଠିନ ପରିଶ୍ରମ କରୁଛନ୍ତି ବୋଲି ଦିନବନ୍ଧୁ କହିଛନ୍ତି ।

ତେବେ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ରହିବା ଓ ଖାଇବାର ସୁବିଧା ଯୋଗାଇ ଦିଆଯାଇଛି । ଆମେ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରିବା ସହ ସେମାନଙ୍କୁ ସାନିଟାଇଜର, ଗ୍ଲୋବସ ଏବଂ ମାସ୍କ ଯୋଗାଉଛୁ ବୋଲି କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.