ETV Bharat / bharat

ମୁମ୍ବାଇରେ ତିନି ସେନା ପକ୍ଷରୁ କୋରୋନ ଯୋଦ୍ଧାଙ୍କୁ ସଲାମ - କୋରୋନା ଭାଇସ ଲକ୍ଷଣ

ମୁମ୍ବାଇବାସୀ ଆଶ୍ଚର୍ଯ୍ୟ ହୋଇ ଆକାଶକୁ ଚାହିଁଲେ ରବିବାର ସକାଳେ ଏଠାରେ କୋରୋନା ଭାଇରସ୍ ବିରୋଧରେ ଯୁଦ୍ଧରେ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କ କାର୍ଯ୍ୟକୁ ପ୍ରଂଶସା କରି ତିନି ସେନା ଦ୍ବାରା ପୁଷ୍ପବର୍ଷଣ କରାଯାଇଛି । ଅଧିକ ପଢନ୍ତୁ...

tri-services-salute-corona-frontline-warriors-in-mumbai
ମୁମ୍ବାଇରେ ତିନି ସେନା ପକ୍ଷରୁ କୋରୋନ ଯୋଦ୍ଧାଙ୍କୁ ସଲାମ
author img

By

Published : May 3, 2020, 2:14 PM IST

ମୁମ୍ବାଇ: ସାରା ଦେଶରେ କୋରୋନା ଯୋଦ୍ଧାଙ୍କୁ ସଲାମ କରୁଛି ଭାରତୀୟ ବାୟୁସେନା । ମୁମ୍ବାଇବାସୀ ଆଶ୍ଚର୍ଯ୍ୟ ହୋଇ ଆକାଶକୁ ଚାହିଁଲେ ରବିବାର ସକାଳେ ଭାରତୀୟ ସେନା ପକ୍ଷରୁ କୋରୋନା ଭାଇରସ୍ ବିରୋଧରେ ଯୁଦ୍ଧରେ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କ କାର୍ଯ୍ୟକୁ ପ୍ରଂଶସା କରି ତିନି ସେନା ଦ୍ବାରା ପୁଷ୍ପବର୍ଷଣ କରାଯାଇଛି ।

ଭାରତୀୟ ସେନାର ହେଲିକପ୍ଟର ଏବଂ ଯୁଦ୍ଧ ବିମାନ ଗୁଡିକ ସୁନ୍ଦରଭାବରେ ମେରାଇନ୍ ଡ୍ରାଇଭ୍ ଏବଂ ମୁମ୍ବାଇର ଅନ୍ୟାନ୍ୟ ସ୍ଥାନ ଉପରେ ଉଡ଼ିଲା । କାରଣ ଭାରତୀୟ ତିନି ସେନା ପକ୍ଷରୁ ଏହି ସଂଗ୍ରାମରେ ଜଡିତ ଡାକ୍ତର, ନର୍ସ, ପରିମଳ କର୍ମଚାରୀ, ପୋଲିସ ମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛି ।

ଏହି ହେଲିକପ୍ଟର ଗୁଡିକ INS ଅଶ୍ବିନୀ,ଜେଜେ ହସପିଟାଲ, କେଏମ ହସପିଟାଲ, କସ୍ତୁର୍ବା ହସପିଟାଲରେ ସେନା ପକ୍ଷରୁ ପୁଷ୍ପ ବର୍ଷଣ କରିଥିଲେ । ରାଜଭବନରୁ ସୁଖୋଇ -30 ବିମାନ ମାର୍ଚ୍ଚପାଷ୍ଟ କରି ମେରାଇନ୍ ଡ୍ରାଇଭର ଅଭିମୁଖେ ଉଡ଼ିଯାଇଥିଲା । ଏହାପରେ ଏମଆଇ17 ଏବଂ ଚେତକ ଚପର ଦ୍ବାରା ଦକ୍ଷିଣ ମୁମ୍ବାଇର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ ଡାକ୍ତରଖାନାଗୁଡ଼ିକରେ ଫୁଲ ବର୍ଷା କରିଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.