ETV Bharat / bharat

ତୀର୍ଥଯାତ୍ରୀଙ୍କୁ ଆଶ୍ବସ୍ତି, ରାତ୍ରୀଯାପନ ପାଇଁ ଭୋଗିବେନି ଅସୁବିଧା

ତୀର୍ଥ ଯାତ୍ରା ସମୟରେ ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସେଥିମଧ୍ୟରୁ ରାତ୍ରୀଯାପନ ପ୍ରମୁଖ ସମସ୍ୟା। ତେବେ ଋଷିକେଶରେ ଯାତ୍ରୀଙ୍କ ପାଇଁ ଅତିଥିଗୃହ ନିର୍ମାଣ କରାଯାଇଛି।

author img

By

Published : Apr 3, 2019, 7:51 PM IST

ଫାଇଲ ଫଟୋ

ଋଷିକେଶ (ଉତ୍ତରାଖଣ୍ଡ): ଚାରିଧାମ ଯାତ୍ରାରେ ଦେଶ ବିଦେଶରୁ ଋଷିକେଶକୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ଯାତ୍ରା ସମୟରେ ରାତ୍ରୀଯାପନ କରିବାରେ ଯାତ୍ରୀ ଯେପରି ଅସୁବିଧା ଭୋଗିବେନି ସେ ନେଇ ରାଜ୍ୟ ସରକାର ଅତ୍ୟାଧୁନିକ ସୁବିଧା କରିଛନ୍ତି । ଯାହାର ନାଁ ରହିଛି ଅତିଥିଗୃହ। 15 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଶିବିର ।

ସୂଚନାନୁଯାୟୀ, ଏହି ଖର୍ଚ୍ଚ ପାଇଁ ଅଧା ଟଙ୍କା ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଓ ଟେହରୀ ଡେଭଲପମେଣ୍ଟ କରପୋରେସନ ବହନ କରିବ। ତେବେ ଚାରଧାମ ଯାତ୍ରା ଋଷିକେଶ ଓ ହରିଦ୍ବାର ଠାରୁ ଆରମ୍ଭ ହୋଇଥାଏ । ଏହି ଯାତ୍ରା ଦିର୍ଘ ଦିନର ହୋଇଥିବାରୁ ଯାତ୍ରୀଙ୍କୁ ଯେପରି ରହିବାରେ କୌଣସି ଅସୁବିଧା ନହୁଏ ସେଥିପାଇଁ ଜିଏମବିଏନ ପକ୍ଷରୁ ଚାରଧାମ ରାସ୍ତାରେ 50ରୁ ଅଧିକ ଅତିଥିଗୃହନିର୍ମାଣ କରାଯାଇଛି।

ଦେଶ ବିଦେଶରୁ ତୀର୍ଥଯାତ୍ରା ପାଇଁ ଆସୁଥିବା ଯାତ୍ରୀ ସହରରେ ହୋଟେଲ ଓ ଧର୍ମଶାଳାରେ ରହୁନ୍ତି । ହେଲେ ଯାତ୍ରୀଙ୍କ ସଂଖ୍ୟା ଅଧିକା ହେବାରୁ ହୋଟେଲ ଓ ଧର୍ମଶାଳାରେ ଯାଗା କମ ଥିବାରୁ ସେମାନେ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ରାତି ବିତାଇଥାନ୍ତି। ତେଣୁ ତୀର୍ଥଯାତ୍ରୀଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ନିର୍ବାଚନ ସମୟ ରେ ମାଓବାଦୀଙ୍କ ସକ୍ରିୟ
ରାଉରକେଲା- ନିର୍ବାଚନ ର ବହିଷ୍କାର କରିବା ପାଇଁ ପ୍ରଚା ବିତରଣ କରୁଥିବା ମାଓବାଦୀ ମାନେ ରାଉରକେଲା କୁ ଲାଗି ଥିବା ଝାରଖଣ୍ଡ ସୀମାନ୍ତ ମନୋହରପୁର ଥାନା ଅଂଚଳ ରେ ଏକ ଯାତ୍ରୀ ଗାଡି ରାତି ରେ ପୋଡି ଦେଇଛନ୍ତି। ମନୋହରପୁର ଥାନା ର ଦଉତୁମ୍ବା ଗାଁ ରେ ଏହି ଗାଡି ପଡିବ ସହିତ କେତୋଟି ହାତ ଲେଖା ଚିଠି ପୋଷ୍ଟେର ଭଳି ଲଗାଇ ବେଦାନ୍ତ ପାଇଁ ଜମି ଦଳାଳି କୁ ବିରୋଧ କରିଛନ୍ତି। ଘଟଣା ପରେ ଅଂଚଳ ରେ ଝାରଖଣ୍ଡ ପୋଲିସ ତଥା crpf ଆସି ତଦନ୍ତ ଆରମ୍ଭ କରିଛି। ଝାରଖଣ୍ଡ ର ମୁଖ୍ୟମମନ୍ତ୍ରୀ କଲି ସୁନ୍ଦରଗଡ ଜିଲ୍ଲା ରେ ନିର୍ବାଚନ ପ୍ରଚାର ପାଇଁ ଆସୁ ଥିବା ବେଳେ ମାଓବାଦୀଙ୍କ ସୀମାନ୍ତ ରେ ଗାଡି ପୋଡି ଘଟଣା ଚିନ୍ତା ର କାରଣ ହୋଇଛି।
ଏହି ଭଳି ମିଳୁଥିବା ଖବର ମୁତବିକ ସୁନ୍ଦରଗଡ ଜିଲ୍ଲା ରେ ମଧ୍ୟ ମାଓବାଦୀ ସକ୍ରିୟ ହେଉ ଛନ୍ତି। ପିତାଗାଓଁ ନିକଟ ରାଜଗାଙ୍ଗପୁର ଥାନା ଅଂଚଳ ର ଏକ ଗାଁ ନିକଟରେ କେତେକ ମାଓବାଦୀଙ୍କୁ ଦେଖିବା ପରେ ଲୋକ ମାନେ ଆତଙ୍କିତ ହୋଇ ଛନ୍ତି। ନିର୍ବାଚନ ସମୟ ରେ ଏମାନଙ୍କ ସକ୍ରିୟତା ଚିନ୍ତା ର କାରଣ ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.