ETV Bharat / bharat

କନେଷ୍ଟବଳଙ୍କୁ କୋର୍ଟରେ ଛିଡା କରି ଫସିଲେ ବିଚାରପତି - ଡିଜିପି

ଆଗ୍ରାରେ ଜଣେ ବିଚାରପତି ନିଜ ପଦବୀର ଦୁରୁପଯୋଗ କରିବାରୁ ତାଙ୍କୁ ବଦଳି କରାଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର/@Uppolice
author img

By

Published : Jul 28, 2019, 11:19 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବିଚାରପତି ନିଜ ପଦବୀର ଦୁରୁପଯୋଗ କରିବାରୁ ତାଙ୍କୁ ବଦଳି କରାଯାଇଛି । ଗତ ଶୁକ୍ରବାର ବ୍ୟକ୍ତିଗତ କାରଣ ପାଇଁ ବିଚାରପତି କନେଷ୍ଟବଳଙ୍କୁ ଏକ ଘଣ୍ଟା ପାଇଁ ନିଜ କୋର୍ଟ ରୁମରେ ଛିଡା ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଘଟଣା ଅନୁସାରେ, ଅତିରିକ୍ତ ଜିଲ୍ଲା ମୁଖ୍ୟ ନ୍ୟାୟାଧୀଶ କୋର୍ଟ ପାଖରେ ନିଜ ଗାଡିରେ ଆସୁଥିଲେ । ହେଲେ ପୋଲିସ ଗାଡି ଚଳାଉଥିବା କନେଷ୍ଟବଳ ଜଣକ 2 କିଲୋମିଟର ପର୍ଯ୍ୟନ୍ତ ବିଚାରପତିଙ୍କ ଗାଡିକୁ ଅତିକ୍ରମ କରିବାକୁ ସୁଯୋଗ ଦେଇ ନ ଥିଲେ । ଏହାପରେ ବିଚାରପତି କନେଷ୍ଟବଳଙ୍କୁ ସମନ ଜାରି କରିବା ସହ ହାଜିର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତାଙ୍କୁ ଏକ ଘଣ୍ଟା ପାଇଁ ଠିଆ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

up
ଫଟୋ ସୌଜନ୍ୟ: ଟ୍ବିଟର/@Uppolice

ଏହି ଘଟଣା ପରେ କନେଷ୍ଟବଳ ଜଣକ ଭାଙ୍ଗି ପଡିଥିଲେ । ଏପରିକି ସ୍ବେଚ୍ଛାକୃତ ଅବସର ନେବାକୁ ସ୍ଥିର କରିଥିଲେ । ଆଗ୍ରା ପୋଲିସ ମୁଖ୍ୟଙ୍କ ପାଖରେ କଥିତ ଭାବରେ ସେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଉତ୍ତରପ୍ରଦେଶ ପୋଲିସ ଟ୍ବିଟ କରିବା ପରେ ପ୍ରଶାସନ ତାଙ୍କୁ ବଦଳି କରିଛି ।

ଡିଜିପି ଓପି ସିଂ ଏହି ଘଟଣାକୁ ବେଶ ଗୁରୁତର ଭାବରେ ନେଇଥିବା କହିଛନ୍ତି । ସେହିପରି ଖାକି ପୋଷାକରେ ଥାଇ ମଧ୍ୟ କନେଷ୍ଟବଳଙ୍କୁ ଅଦାଲତ ମଧ୍ୟରେ ଅପମାନିତ କରିବାକୁ ସେ ନିନ୍ଦା କରିଛନ୍ତି । ଆମେ ସବୁ ପୋଲିସ ଅଧିକାରୀଙ୍କ ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟାକରିବୁ ବୋଲି ପ୍ରକାଶ କରିଛନ୍ତି । ପୋଲିସଙ୍କ ମର୍ଯ୍ୟାଦା ରକ୍ଷା କରିବାକୁ ସେ ସାଧାରଣ ଜନତାଙ୍କୁ ଆହ୍ବାନ କରିଛନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.