ETV Bharat / bharat

କୋରୋନା ଭୟ: କାଲକା-ଶିମଲା ଟ୍ରାକ୍‌ରେ ଗଡିବନି ଟ୍ରେନ୍‌

author img

By

Published : Mar 21, 2020, 4:30 AM IST

ହିମାଚଳ ପ୍ରଦେଶରେ 2ଜଣ କୋରାନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ସତର୍କତା ଓ ସୁରକ୍ଷାକୁ ନଜରରେ ରଖି କାଲକା-ଶିମଲା ଟ୍ରାକରେ ସମସ୍ତ ରେଳ ଚଳାଚଳକୁ ସ୍ଥଗିତ କରାଯାଇଛି ।

kalka-shimla track
kalka-shimla track

ଶିମଲା: ଦେଶରେ କ୍ରମାଗତ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ହିମାଚଳପ୍ରଦେଶରେ କୋରୋନାର 2ଟି ପଜିଟିଭି ମାମଲା ସାମ୍ନାକୁ ଆସିଛି । ତେବେ ଏହି ପରିସ୍ଥିତିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକପ୍ରିୟ କାଲକା-ଶିମଲା ରୁଟ୍‌ରେ କୌଣସି ଟ୍ରେନ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ପ୍ରଦେଶ ସରକାର ।

ଏହି ରୁଟ୍‌ରେ ଚାଲୁଥିବା 5ଟି ଟ୍ରେନକୁ ସ୍ଥଗିତ କରାଯାଇଛି । ସେଗୁଡିକ ହେଲା, କାଲକା-ଶିମଲା ପ୍ୟାସେଞ୍ଜର, ହିମ ଦର୍ଶନ ଟ୍ରେନ, ଶିବାଲିକ ଡିଲ୍କ୍ସ ଏକ୍ସପ୍ରେସ୍‌, ଶିମଲା ମେଲ, ହିମାଲୟନ କ୍ବିନ ।

ତେବେ ଆଗାମୀ ନିର୍ଦ୍ଦେଶ ଆସିବା ଯାଏଁ ସମସ୍ତ ଟ୍ରନ୍‌ ଚଳାଚଳ ବନ୍ଦ ରହିବ । ପ୍ରଦେଶ ସରକାର ପର୍ଯ୍ୟଟକଙ୍କ ଆଗମନ ରେଳସେବା ମାଧ୍ୟମରେ ନହେଉ । ଏହାକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ।

ଏପଟେ ଶୁକ୍ରବାର ଦିନ କାଲକା-ଶିମଲା ରେଳମାର୍ଗରେ ଅନେକ ପର୍ଯ୍ୟଟକ ଶିମଲା ପହଞ୍ଚିଛନ୍ତି । ସୂଚନାନୁସାରେ, ମହାରାଷ୍ଟ୍ର ସମେତ ଅନେକ ସ୍ଥାନରୁ ରେଳମାର୍ଗ ଯୋଗେ ପର୍ଯ୍ୟଟକ ଶିମଲା ପହଞ୍ଚିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.