ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ଦେଖି ଟିକେଟ ଚେକିଂର ନୂଆ ବ୍ୟବସ୍ଥା ଆରମ୍ଭ କଲା ଭାରତୀୟ ରେଳ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ଡିଭିଜନ ପକ୍ଷରୁ ପ୍ରୟାଗରାଜ ରେଳୱେ ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ବେଳେ ବିମାନବନ୍ଦର କଣ୍ଟାକ୍ଟ ଲେସ ଟିକେଟ ଚେଂକି ବ୍ୟବସ୍ଥା ଲାଗୁ କରାଯାଇଛି ।
ରେଲୱେ ଷ୍ଟେସନରେ କଣ୍ଟାକ୍ଟ ଲେସ ଟିକେଟ ଚେକିଂ ଏବଂ ସାମାଜିକ ଦୂରତା ନିୟମକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର କିଛି ରେଳ ଷ୍ଟେସନରେ ଯୋଗାଯୋଗହୀନ ଟିକେଟ୍ ଯାଞ୍ଚ ବ୍ୟବସ୍ଥା ବା ( Contact Less Ticket Cheaking )ଲାଗୁ କରାଯାଇଛି। ପ୍ରୟାଗରାଜ ରେଳ ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ଦ୍ବାରରେ ବିମାନବନ୍ଦର ଭଳି କଣ୍ଟାକ୍ଟ ଲେସ ଟିକେଟ୍ ଚେକିଙ୍ଗ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାସହ ପ୍ରୟାଗରାଜ ରେଳ ଷ୍ଟେସନ ଭିତରେ ବିମାନବନ୍ଦରର ଭଳି ପ୍ରବେଶ ଦ୍ବାରରେ ସର୍ବେ ପ୍ରଥମେ ସମସ୍ତ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଏ, ଏହାଯାହା ପରେ ବୋର୍ଡିଂ ପ୍ରକ୍ରିୟା ଆରମ୍ଭ ହୁଏ ।
କେମିତି ହେବ ଟିକେଟ ଚେକିଂ ?
ଟ୍ରେନ ଟିକେଟ ବୁକିଂ କରିବା ସମୟରେ ରେଳବାଇ ପକ୍ଷରୁ ଏକ QR Code ର URL (ଲିଙ୍କ), ଯାତ୍ରୀଙ୍କ ମୋବାଇଲକୁ SMS ମାଧ୍ୟମରେ ପଠାଯିବ । ଷ୍ଟେସନରେ ପ୍ରବେଶ କରିବା ସମୟରେ କିମ୍ବା ଟ୍ରେନ ଭିତରେ ଟିକେଟ ଚେଂକି ସମୟରେ ଯାତ୍ରୀଙ୍କୁ SMSରେ ଉପଲବ୍ଧ ଏହି QR କୋଡ ର URL ଉପରେ କ୍ଲିକ କରିବାକୁ ପଡିବ । ଏହା କରିବା ପରେ ଯାତ୍ରୀଙ୍କ ମୋବାଇଲ ବ୍ରାଉଜରରେ QR code ଦେଖାଯିବ ।
ଏହା ଦ୍ବାରା ଟ୍ରେନରେ ଯାତ୍ରା କରିବା ସମୟରେ, ଟିଟିଇ ଯାତ୍ରୀଙ୍କ ମୋବାଇଲରେ ଦେଖାଯାଉଥିବା QR Code ଟିକୁ ସ୍କାନ କରିପାରିବେ । QR, କୋଡ ସ୍କାନରକୁ ଫ୍ରି ଆପ୍ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା IOS ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ହ୍ୟାଣ୍ଡ ହେଲ୍ଡ ଟର୍ମିନାଲ ଜରିଆରେ ମଧ୍ୟ QR କୋଡ କୁ ସ୍କାନ କରିବାରେ ସକ୍ଷମ ହୁଏ । ଯାହା ମାଧ୍ୟମରେ ଯାତ୍ରୀଙ୍କ PNR ର ସମସ୍ତ ବିବରଣୀ TTE ଫୋନରେ ଆସିଯାଏ ।
ଖୁବଶୀଘ୍ର ଭାରତୀୟ ରେଳ ବିଭାଗ ପକ୍ଷରୁ , ରିଜର୍ଭ ଟିକେଟର ଯାଞ୍ଚ କରିବାକୁ ଏହି ବ୍ୟବସ୍ଥାକୁ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି । ଏହି ବ୍ୟବସ୍ଥାକୁ ଲାଗି କରିବା ପାଇଁ, ଟିକେଟ୍ ର QR କୋଡ ସୃଷ୍ଟି କରିବାକୁ ସିଷ୍ଟମ ଉପରେ ଅଧିକ ଫୋକସ କରାଯାଉଛି । ଲକ୍ଷ୍ନୌ ମଣ୍ଡଳର ଗୋରଖପୁର ଜଙ୍କସନ ରେଳ ଷ୍ଟେସନରେ ସଂରକ୍ଷଣ ଟିକେଟ ର QR code ସ୍କାନ କରିବା ପାଇଁ ଏକ ଅଲଗା ପ୍ରକାର ସ୍କାନର ଲଗାଯିବା ଉପରେ କାମ ଚାଲିଛି ।