ETV Bharat / bharat

ସ୍ବାଧୀନତାର 73 ବର୍ଷ ପରେ ଅଲୀରାଜପୁରକୁ ଗଡିଲା ଟ୍ରେନ

author img

By

Published : Oct 30, 2019, 11:59 PM IST

ଦେଶ ସ୍ବାଧୀନ ହେବାର 73 ବର୍ଷ ପରେ ମଧ୍ୟପ୍ରଦେଶର ଅଲୀରାଜପୁର ଜିଲ୍ଲାକୁ ଗଡିଛି ଟ୍ରେନ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଳ: ଦେଶ ସ୍ବାଧୀନ ହେବାର 73 ବର୍ଷ ପରେ ମଧ୍ୟ ପ୍ରଦେଶର ଅଲୀରାଜପୁର ଜିଲ୍ଲାକୁ ଗଡିଛି ଟ୍ରେନ । ଏଠାକାର ସେଜା ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଟ୍ରେନ ଅକ୍ଟୋବର 30 ତାରିଖ ବୁଧବାର ପହଞ୍ଚିଛି । ସ୍ଥାନୀୟ ଲୋକେ ଟ୍ରେନ ଓ ଲୋକ ପାଇଲଟଙ୍କୁ ଫୁଲ ମାଳ ଦେଇ ସ୍ବାଗତ କରିଛନ୍ତି । ଟ୍ରେନ ଆସିବା ଖୁସିରେ ଏଠାକାର ଲୋକେ ବାଣ ଫୁଟାଇବା ସହ ମିଠା ବାଣ୍ଟି ଉତ୍ସବ ପାଳିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

2008ରେ ସେତେବେଳର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମୟରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଥିଲା । ଦୀର୍ଘ 11 ବର୍ଷ ପରେ ଏହା ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଥିଲା । ଦୀର୍ଘ ଦିନର ଅପେକ୍ଷା ପରେ ରେଳସେବା ମିଳିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏହା ଦ୍ବାରା ଯିବା ଆସିବା କରିବା ସୁବିଧା ହେବା ସହ ବାଣିଜ୍ୟ ବ୍ୟବସାୟ କରିବା ମଧ୍ୟ ସହଜ ହେବ । ନିଜ ନିର୍ବାଚନମଣ୍ଡଳୀରେ ରେଳସେବା ପହଞ୍ଚିବା ପରେ ପ୍ରତିକ୍ରିୟା ରଖି ସେଠାକାର ଲୋକସଭା ସାଂସଦ ଗୁମାନ ସିଂହ ଡାମୋର କହିଛନ୍ତି ଯେ, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହାଦ୍ବାରା ଜିଲ୍ଲାବାସୀ ବେଶ ଉପକୃତ ହେବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.