ପାଟନା: ବିହାରର ସମସ୍ତିପୁରରେ ଅଭାବନୀୟ ଘଟଣା । ଏଠାରେ ବଳଦ ଗାଡିକୁ ଏକ ଟ୍ରେନ ଧକ୍କା ଦେଇଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ଦୁର୍ଘଟଣାରେ 2 ଜଣ ଗୁରୁତର ଥିବା ଜଣାପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ସମସ୍ତିପୁର-ଖଗଡିୟା ଡିଭିଜନ ସ୍ଥିତ ରେଳ ଷ୍ଟେସନରେ ହିଁ ହୋଇଛି ।
ଗୁରୁବାର ସକାଳେ କଟକର ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟତିଲକ ଏକ୍ସପ୍ରେସର 8ଟି କୋଚ ଲାଇନଚ୍ୟୁତ ହୋଇଥିଲା । ଏଥିରେ 16 ଜଣ ଆହତ ହୋଇଥିଲେ । ଘଟଣାରେ ଆହତ ହୋଇଥିବା ଯାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।