ETV Bharat / bharat

‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେବ ପାରମ୍ପରିକ ନୃତ୍ୟ ରାସ

author img

By

Published : Feb 21, 2020, 9:35 AM IST

24 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅହମଦାବାଦର ସର୍ଦ୍ଦାର ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତର ପାରମ୍ପରିକ ଲୋକନୃତ୍ୟ ରାସ ପ୍ରଦର୍ଶନ କରାଯିବ । ଅଧିକ ପଢନ୍ତୁ...

Namaste Trump
ନମସ୍ତେ ଟ୍ରମ୍ପ

ଅହମଦାବାଦ: 24 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ନେତା ତଥା ଭାରତର ଖୁବ ଭଲ ବନ୍ଧୁଙ୍କୁ ସ୍ବାଗତ କରିବା ପାଇଁ ଭବ୍ୟ ଆୟୋଜନ କରାଯାଉଛି । ଟ୍ରମ୍ପଙ୍କ ସ୍ବାଗତ ପାଇଁ 24 ତାରିଖରେ ଅହମଦାବାଦର ସର୍ଦ୍ଦାର ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ତେବେ ଏହି କାର୍ଯ୍ୟକ୍ରମରେ ଭାରତର ପାରମ୍ପରିକ ଲୋକନୃତ୍ୟ ରାସ ପ୍ରଦର୍ଶନ କରାଯିବ ।

ନମସ୍ତେ ଟ୍ରମ୍ପ

ଗୁଜୁରାଟ ପୌରବନ୍ଦରର ଏକ ପ୍ରସିଦ୍ଧ ଲୋକନୃତ୍ୟ ମଣ୍ଡଳୀ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଏହି ପାରମ୍ପରିକ ଲୋକନୃତ୍ୟ ପ୍ରଦର୍ଶନ କରିବେ । ଛାୟା ମେହେର ମନିୟାରା ଏବଂ ଲୀରବାଇ ରାସ ମଣ୍ଡଳୀ ଏହି ଲୋକନୃତ୍ୟ ପାଇଁ ପ୍ରସିଦ୍ଧ । ଏହି ମଣ୍ଡଳୀ ଦେଶ ବିଦେଶରେ ନିଜ କଳାର ପ୍ରଦର୍ଶନ କରିସାରିଛନ୍ତି । ତେବେ ଏହି ନୃତ୍ୟ ମଣ୍ଡଳୀ ଫେବୃଆରୀ 23 ରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ସ୍ବାଗତ ପାଇଁ ଅହମଦାବାଦ ପହଞ୍ଚିବେ । ପୁରୁଷ ଏବଂ ମହିଳାଙ୍କର ଏହି 2 ମଣ୍ଡଳୀ ଏନେଇ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.