ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି। ଏହି ରାଲିରେ 5 ହଜାର ଟ୍ରାକ୍ଟର ସାମିଲ ହୋଇଥିବା ବେଳେ 5 ହଜାର ଲୋକଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଛି। 3 ଟି ରୁଟରେ ଚାଷୀଙ୍କୁ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ।
ଏହାପୂର୍ବରୁ ଚାଷୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଛି। ବ୍ୟାରିକେଡ୍ ଭାଙ୍ଗି ଚାଷୀ ଧସେଇ ପଶୁଥିବା ବେଳେ ଚାଷୀଙ୍କ ଉପରକୁ ପୋଲିସର ଲାଠିଚାର୍ଜ। ଏହାସହ ପରିସ୍ଥିତିକୁ ଆୟତକୁ ଆଣିବାକୁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ।