ନୂଆଦିଲ୍ଲୀ: ଭାରତରେ ଦୃତ ଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଏପରି ସ୍ଥଳରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋରୋନା ସଂକ୍ରମଣ ସଂଖ୍ୟାକୁ ବଢାଇ ଦିଆଯାଇଛି । ଏନେଇ ବିଭିନ୍ନ ପ୍ରାନ୍ତରେ ଅନେକ ସଂଖ୍ୟାରେ କୋରୋନା ଟେଷ୍ଟ ଲ୍ୟାବ ଖୋଲାଯାଇଛି ।
ତେବେ ଗତ 24 ଘଣ୍ଟାରେ 4 ଲକ୍ଷ 77 ହଜାର 23 ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଦେଶରେ ଅଗଷ୍ଟ 9 ସୁଦ୍ଧା 2 କୋଟି 45 ଲକ୍ଷ 83 ହଜାର 558ଟି କୋରୋନା ଟେଷ୍ଟ ସରିଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ।
ଅତ୍ୟଧିକ ଟେଷ୍ଟ କରି ବଢୁଥିବା ସଂକ୍ରମଣକୁ କିପରି ଆୟତ୍ତ କୁ ଅଣାଯିବ ସେନେଇ ଆଇସିଏମଆର ପକ୍ଷରୁ ନିରନ୍ତର ଚେଷ୍ଟା ଜାରି ରହିଛି । ତେବେ ବର୍ତ୍ତମାନ ଦେଶରେ 22,15,075 ପାର କରିଛି ସଂକ୍ର