ETV Bharat / bharat

24 ଘଣ୍ଟା ମଧ୍ୟରେ 2553 ନୂଆ କୋରୋନା ପଜିଟିଭ, 72 ମୃତ୍ୟୁ ରେକର୍ଡ - corona lockdown

Total number of COVID19 positive cases in India rises to 42,533 including 29,453 active cases and 1373 deaths
24 ଘଣ୍ଟା ମଧ୍ୟରେ 2553 ନୂଆ କୋରୋନା ପଜିଟିଭ, 72 ମୃତ୍ୟୁ ରେକର୍ଡ
author img

By

Published : May 4, 2020, 9:44 AM IST

08:59 May 04

24 ଘଣ୍ଟା ମଧ୍ୟରେ 2553 ନୂଆ କୋରୋନା ପଜିଟିଭ, 72 ମୃତ୍ୟୁ ରେକର୍ଡ

Total number of COVID19 positive cases in India rises to 42,533 including 29,453 active cases and 1373 deaths
24 ଘଣ୍ଟା ମଧ୍ୟରେ 2553 ନୂଆ କୋରୋନା ପଜିଟିଭ, 72 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 2553ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ 72ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 42533କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1373ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 29453 ଜଣ ଚିକିତ୍ସିତ ହେଉଥିବା ବେଳେ 11707  ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 12974 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 5428, ଦିଲ୍ଲୀରେ 4549, ରାଜସ୍ଥାନରେ 2886, ଉତ୍ତରପ୍ରଦେଶରେ 2645, ତାମିଲନାଡୁରେ 3023, ଆନ୍ଧ୍ରପ୍ରଦେଶରେ 1583,  ତେଲେଙ୍ଗାନା 1082, କର୍ଣ୍ଣାଟକରେ 614 ଓ କେରଳରେ 500 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 548 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 290, ମଧ୍ୟପ୍ରଦେଶରେ 156, ଦିଲ୍ଲୀରେ 64, ତେଲେଙ୍ଗାନାରେ 29, ତାମିଲନାଡୁରେ 30, କର୍ଣ୍ଣାଟକରେ 25 ଓ ଆନ୍ଧ୍ରପ୍ରଦେଶରେ 33 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.