ETV Bharat / bharat

ମହାରାଷ୍ଟ୍ରରେ ସଙ୍କଟଜନକ ସ୍ଥିତି: 24 ଘଣ୍ଟାରେ 18 ମୃତ

ମହାରାଷ୍ଟ୍ରରେ ଏବେ ମୋଟ ମୃତ୍ୟୁ ସଂଖ୍ୟା 178 ଛୁଇଁଛି । ମୁମ୍ବାଇରେ ସ୍ଥିତି ଅଧିକ ଖରାପ ହୋଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ସଙ୍କଟଜନକ ସ୍ଥିତି: 24 ଘଣ୍ଟାରେ 18 ମୃତ
ମହାରାଷ୍ଟ୍ରରେ ସଙ୍କଟଜନକ ସ୍ଥିତି: 24 ଘଣ୍ଟାରେ 18 ମୃତ
author img

By

Published : Apr 15, 2020, 2:05 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ତ୍ତମାନ ସ୍ଥିତି ସଙ୍କଟଜନକ ହୋଇଛି । ପ୍ରତିଦିନ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମଙ୍ଗଳବାର ଗୋଟିଏ ଦିନରେ 18 ଜଣଙ୍କ ମୃତ୍ୟୁ ହୋଇଛି ।

ଫଳରେ ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା 178 ଛୁଇଁଛି । ମୁମ୍ବାଇରେ ସ୍ଥିତି ଅଧିକ ଖରାପ ହୋଇଛି । ଏଠାରେ ହିଁ ସର୍ବାଧିକ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବାହାରିଛି । ସେହିପରି ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ 350 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଛି ।

ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ହଜାର ପାର କରିଛି । ଏବେ ସୁଦ୍ଧା ମୋଟ 2684 ଜଣ କୋରୋନା ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଏହାସହ 259 ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.