ନୂଆଦିଲ୍ଲୀ: ଭାରତରେ ଅହେତୁକ ଭାବେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନଜରରେ ରଖି କୋଭିଡ ଟେଷ୍ଟରେ ମଧ୍ୟ ବୃଦ୍ଧି କରାଯାଇଛି । ଦୈନିକ ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ ଲକ୍ଷାଧିକ କୋରୋନା ଟେଷ୍ଟ କରାଯାଉଛି। ଯାହାକୁ ନେଇ 2 କୋଟି ପାଖାପାଖି ପହଞ୍ଚିଛି ଏହି ଟେଷ୍ଟ ।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆସିଏମଆର) ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 5 ଲକ୍ଷ 25 ହଜାର 689ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଜୁଲାଇ 31 ତାରିଖ ସୁଦ୍ଧା 1 କୋଟି 93 ଲକ୍ଷ 58 ହଜାର 659ଟି ଟେଷ୍ଟ କରାଯାଇଛି । ଏହି ସମୟରେ ଦେଶରେ ଶୁକ୍ରବାର ସୁଦ୍ଧା 16 ଲକ୍ଷ 95 ହଜାର 988ରେ ପହଞ୍ଚିଛି କୋରୋନା ସଂକ୍ରମଣ ସଂଖ୍ୟା । ସେହିପରି ଏଥିରେ ବର୍ତ୍ତମାନ ସୁଦ୍ଧା 36 ହଜାର 511 ଜଣଙ୍କର ମୃତ୍ୟୁ ହୋଇ ସାରିଛି ।