ETV Bharat / bharat

ଦେଶରେ 17 ଲକ୍ଷ ପାର କଲା କୋରୋନା ସଂକ୍ରମଣ, 37364 ମୃତ - india corona update

କୋରୋନା ସଂକ୍ରମଣ ମାମଲାରେ ସର୍ବାଧିକ ଦେଶ ମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି ଭାରତ । ପ୍ରତ୍ୟେକ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଦେଶରେ 17 ଲକ୍ଷ ପାର କଲା କୋରୋନା ସଂକ୍ରମଣ ସଂଖ୍ୟା, 37,364 ମୃତ

author img

By

Published : Aug 2, 2020, 10:47 AM IST

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣଙ୍କ ସଂଖ୍ୟା । କିଛି ଦିନ ହେବ ପ୍ରତ୍ୟେକ ଦିନ 50 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ମାମଲା ରେକର୍ଡ ହେଉଛି । ଏହି ସମୟ ଭିତରେ ଦେଶରେ ଲାଗୁ ହୋଇଥିବା ଲକଡାଉନକୁ ମଧ୍ୟ କୋହଳ କରାଯାଇଛି । ଯାହାକୁ ନେଇ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଆଶଙ୍କା ଦେଖାଦେଖାଦେଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଗତ 24 ଘଣ୍ଟାରେ 54 ହଜାର 736ଟି କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ 853 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ଅଗଷ୍ଟ 1 ସୁଦ୍ଧା 17 ଲକ୍ଷ 50 ହଜାର 727 ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ସେହିପରି ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 37 ହଜାର 364 ରେ ପହଞ୍ଚିଛି ।

ସେହପିରି ଭାରତରେ ସୁସ୍ଥ ହାର ଅନ୍ୟ ଦେଶ ତୁଳନାରେ ବେଶ ଭଲ ରହିଛି । 17 ଲକ୍ଷ 50 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତଙ୍କ ମଧ୍ୟରୁ 11 ଲକ୍ଷ 45 ହଜାର 630 ଜଣ ସୁସ୍ଥ ହୋଇଛନ୍ତି । ଏବେ ମୋଟ 5 ଲକ୍ଷ 67 ହଜାର 730ଚି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.