ETV Bharat / bharat

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 16, 2020, 12:57 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ରାଜ୍ୟରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା ଥେରାପି

ରାଜ୍ୟରେ ଦ୍ରୁତଗତିରେ ବଢୁଛି କୋରୋନା ସଂକ୍ରମଣ । ଆଜି କଟକର ଅଶ୍ବିନୀ ହସ୍ପିଟାଲରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଯାଇଛି ପ୍ଲାଜମା ଥେରାପି ଚିକିତ୍ସା। ଅଧିକ ଖବର ପଢନ୍ତୁ...

2. କୋରୋନା କବଳରେ ବୁର୍ଲା ଭୀମସାରର 4 କୋରୋନା ଯୋଦ୍ଧା

ଗୁରୁବାର ଜିଲ୍ଲାରେ 4 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 4 ଜଣ ବୁର୍ଲା ଭୀମସାର କୋଭିଡ ଯୋଦ୍ଧା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

3. ପାରିବାରିକ କଳହ: ବାପାକୁ ହତ୍ୟା କଲେ ମା ଓ 2 ଝିଅ

ପାରିବାରିକ କଳହର କରୁଣ ପରିଣତି । ବାପା ହତ୍ୟାକାଣ୍ଡରେ ମା' ଦୁଇ ଭଉଣୀଙ୍କ ସମ୍ପୃକ୍ତି ଅଭିଯୋଗ । ଅଧିକ ପଢନ୍ତୁ...

4. ନବମ ଶ୍ରେଣୀ ଭୂଗୋଳ ବହିରେ ତ୍ରୁଟି ଥିବା ମାନିଲେ ମନ୍ତ୍ରୀ

ନବମ ଶ୍ରେଣୀର ଭୂଗୋଳ ବହିରେ ତ୍ରୁଟି ଅଛି। ଏହାକୁ ସ୍ବୀକାର କରିବା ସହ ତ୍ରୁଟିକୁ ସଂଶୋଧନ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଅଧିକ ଖବର ପଢନ୍ତୁ...

5. କୁଳଭୂଷଣ ଯାଦବଙ୍କୁ ନିସର୍ତ୍ତ କନସୁଲାର ଆକ୍ସେସ ପ୍ରଦାନ କରିବାକୁ ଭାରତର ଦାବି

ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ନିସର୍ତ୍ତ କନସୁଲାର ଆକସେସ ପ୍ରଦାନ କରିବାକୁ ପାକିସ୍ତାନ ନିକଟରେ ଦାବି କରିଛି ଭାରତ । କୁଳଭୂଷଣ ଯାଦବ ପାକିସ୍ତାନର ସାମରିକ ଅଦାଲତରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିଦେଇଥିବା ପାକିସ୍ତାନ କିଛିଦିନ ତଳେ ଦାବି କରିଥିଲା ।

6. ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ, 68 ଛୁଇଁଲା ମୃତ୍ୟୁ ସଂଖ୍ୟା

ଆସାମରେ ସଙ୍ଗୀନ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ବନ୍ୟା ଫଳରେ ମୃତ୍ୟୁ ସଂଖ୍ୟା 68କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

7. ବଡ ଧରଣର ସାଇବର୍ ଆଟାକକୁ ନେଇ ଟ୍ବିଟରର ସ୍ପଷ୍ଟୀକରଣ

ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ବିଟରରେ ସବୁଠାରୁ ବଡ ସାଇବର୍ ଆକ୍ରମଣ । ଏହି ସମୟ ମଧ୍ୟରେ ବଡ ବ୍ୟବସାୟୀ, ରାଜନେତାଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି । ଏଥିରେ ବାରାକ ଓବାମା, ଏଲୋନ୍ ମସ୍କ, ବିଲ୍ ଗେଟ୍ସ ଓ ଆପଲ୍ ଭଳି ଆକାଉଣ୍ଟ୍ ଅନ୍ତର୍ଭୁକ୍ତ ।

8. କୋରୋନାରେ ମହାରାଷ୍ଟ୍ର ପୂର୍ବତନ ନିର୍ବାଚନ ଆୟୋଗଙ୍କ ଦେହାନ୍ତ

ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ମହାରାଷ୍ଟ୍ର ପୂର୍ବତନ ନିର୍ବାଚନ ଆୟୋଗ ନିଲା ସତ୍ୟନାରାୟଣଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

9. ଭାରତ ଆମେରିକାର ଜଣେ ମହାନ ସହଯୋଗୀ: ମାଇକ୍ ପୋମ୍ପିଓ

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଭାରତ ଆମେରିକାର ଜଣେ ମହାନ ସହଯୋଗୀ । ଏହାସହ ଚୀନ ସୀମାରେ ଲାଗି ରହିଥିବା ବିବାଦ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ପୋମ୍ପିଓ ଲଗାତାର ନିଜ ପ୍ରତିପକ୍ଷ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରୁଛନ୍ତି।

10. ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଅଷ୍ଟ୍ରେଲିଆ ଟ୍ରେନିଂ ଟିମ ଘୋଷଣା

ଗତ ବର୍ଷ ଅକ୍ଟୋବରରୁ ଅଷ୍ଟ୍ରେଲିଆ ପାଇଁ କୌଣସି ମ୍ୟାଚ ଖେଳିନଥିବା ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲଙ୍କୁ ସ୍ଥାନ ମିଳିଛି । ପିଟର ହାଣ୍ଡ୍ସକମ୍ବ, କୁଲଟର ନାଇଲ ଓ ସନ ମାର୍ଶଙ୍କୁ ସାମିଲ କରାଯାଇନାହିଁ । ତେବେ ମାର୍କସ ଷ୍ଟୋନିସଙ୍କୁ ସ୍ଥାନ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.