ETV Bharat / bharat

ଚେନ୍ନାଇ ପରେ ମହାରାଷ୍ଟ୍ର, କୋରୋନା ମୃତ୍ୟୁ ତଥ୍ୟରେ ନାହିଁ ତାଳମେଳ - ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ତଥ୍ୟରେ ନାହିଁ ତାଳମେଳ

ଭାରତରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ଦିଲ୍ଲୀ ଓ ମହାରାଷ୍ଟ୍ର ପକ୍ଷରୁ ନୂଆ ମୃତ୍ୟୁ ସଂଖ୍ୟା ପ୍ରଦାନ କରାଯିବା ପରେ ଏପରି ଅଚାନକ ବୃଦ୍ଧି ଘଟିଛି । ଅଧିକ ପଢନ୍ତୁ...

ଚେନ୍ନାଇ ପରେ ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ତଥ୍ୟରେ ନାହିଁ ତାଳମେଳ

author img

By

Published : Jun 18, 2020, 4:48 PM IST

ମୁମ୍ବାଇ: ନିକଟରେ ଚେନ୍ନାଇରେ କୋରୋନାଜନିତ ମୃତ୍ୟୁ ତଥ୍ୟରେ ତାଳମେଳ ନଥିବା ଖବର ସାରା ଦେଶର ଚହଳ ପକାଇଥିଲା । ସରକାରୀ ତଥ୍ୟ ଏବଂ ପୌରପରିଷଦ ତଥ୍ୟ ମଧ୍ୟରେ 2 ଗୁଣା ପାର୍ଥକ୍ୟ ଥିଲା । ପ୍ରକୃତ ସଂଖ୍ୟାଠାରୁ ସରକାରୀ ସଂଖ୍ୟା ଅଧା ଥିଲା ଯାହାକୁ ନେଇ ତାମିଲନାଡୁ ସରକାର ସମାଲୋଚନାର ଶିକାର ହୋଇଥିଲେ । ବର୍ତ୍ତମାନ ସମାନ ଅବସ୍ଥା ମହାରାଷ୍ଟ୍ରରେ ଦେଖାଯାଇଛି । ଭାରତରେ କୋରୋନାଜନିତ ମୃତ୍ୟୁ ସଂଖ୍ୟାରେ ହଠାତ୍ ବିପୁଳ ପରିମାଣରେ ବୃଦ୍ଧି ପାଇଛି । ଦିଲ୍ଲୀ ଓ ମହାରାଷ୍ଟ୍ର ପକ୍ଷରୁ ନୂଆ ମୃତ୍ୟୁ ସଂଖ୍ୟା ପ୍ରଦାନ କରାଯିବା ପରେ ଏପରି ଅଚାନକ ବୃଦ୍ଧି ଘଟିଛି । ମହାରାଷ୍ଟ୍ରରେ 1328ଟି ନୂଆ ମୃତ୍ୟୁ ସଂଖ୍ୟା ଆଉଥରେ ଗଣନା ପରେ ସ୍ପଷ୍ଟ ହୋଇଛି । ଏହାକୁ ପ୍ରକୃତ ସଂଖ୍ୟାରେ ପୂର୍ବରୁ ଗଣିନଥିଲେ ସରକାର ।

କାରଣ ମୋଟ୍ ମୃତ୍ୟୁ ସଂଖ୍ୟା ଗଣନାବେଳେ ଏହି ତଥ୍ୟ ମିଳିନଥିଲା । ଏବେ ଆଉ ଥରେ ଗଣିବା ପରେ ଏହି ନୂଆ ସଂଖ୍ୟା ଚିହ୍ନଟ ହୋଇଥିବା ଜଣାପଡିଛି । ଆଗରୁ ଏହି ସଂଖ୍ୟା ଖୁବ୍ ଥିଲା । କିନ୍ତୁ ପୁଣି ତର୍ଜମା କରିବା ପରେ ମୋଟ୍ ସଂଖ୍ୟାରେ ହଠାତ୍ ବୃଦ୍ଧି ପାଇଛି । ତେବେ ଏହା ପଛରେ ବେସରକାରୀ ହସ୍ପିଟାଲ ଦାୟୀ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରିନ୍ସିପାଲ ସେକ୍ରେଟାରୀ ଭୂଷଣ ଗାଗରାନୀ କହିଛନ୍ତି । ଘରୋଇ ହସ୍ପିଟାଲ ପକ୍ଷରୁ ଏହା ଉପରେ କମ୍ ଓ ଅସମ୍ପୂର୍ଣ୍ଣ ସୂଚନା ଦିଆଯାଇଥିବା କହିଛନ୍ତି । ଏହାସହ ସରକାରୀ ରେକର୍ଡ ରଖୁଥିବା ଅଧିକାରୀଙ୍କୁ ମଧ୍ୟ ଦୁର୍ବଳ ଗଣନା ପାଇଁ ସମାଲୋଚନା କରିଛନ୍ତି । ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦର ନିୟମ ଅନୁସାରେ ଗଣନା ହୋଇନଥିବା ସେ ମାନିଛନ୍ତି ।

ଏଥିପାଇଁ ସଂଖ୍ୟାରେ ତାଳମେଳ ନଥିବା ଭୂଷଣ ସ୍ବୀକାର କରିଛନ୍ତି । କେତେକ ଘରୋଇ ହସ୍ପିଟାଲ ମୃତ୍ୟୁ ତଥ୍ୟ ଲୁଚାଇଥିଲେ । ହସ୍ପିଟାଲର ରେକର୍ଡରେ ଏହା ଲେଖାଯାଇନଥିଲା । ଏହା ସମ୍ପର୍କରେ ଜାଣିବା ପରେ ଗତ ସପ୍ତାହରେ ସମସ୍ତ ଜିଲ୍ଲାପାଳ ଏବଂ ପୌର ପରିଷଦକୁ ସଠିକ୍ ତଥ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଭୂଷଣ କହିଛନ୍ତି । ପୂର୍ବରୁ କେତେକ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ୍ ରହୁଥବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଭାରତ ସରକାରଙ୍କୁ ସତର୍କ କରାଇଥିଲେ । ଭବିଷ୍ୟତରେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ସେମାନେ କହିଥିଲେ । ରାଜ୍ୟମାନେ ଅଳ୍ପସଂଖ୍ୟକ ଟେଷ୍ଟ କରୁଥିବାବେଳେ ପ୍ରକୃତ ସଂଖ୍ୟା ଜାଣିବା କଷ୍ଟକର ହୋଇପଡୁଛି । ଫଳରେ ରାଜ୍ୟଙ୍କ ପକ୍ଷରୁ ଦିଆଯାଉଥିବା ତଥ୍ୟ ପଛରେ ଭୁଲ୍ ପ୍ରମାଣିତ ହେଉଛି । ଆଉ କିଛି ରାଜ୍ୟରେ ଅନ୍ୟ ରୋଗର ଲକ୍ଷଣ ଥିବା ରୋଗୀଙ୍କ କୋଭିଡ 19ରେ ମୃତ୍ୟୁ ହେଲେ ତାହାକୁ କୋରୋନାଜନିତ ମୃତ୍ୟୁରେ ଗଣାଯାଉନାହିଁ । ଏହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.