ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 25, 2020, 9:01 PM IST

1.ମଙ୍ଗଳବାର ରାଜ୍ୟରେ ସର୍ବାଧିକ ସୁସ୍ଥ, 59 ହଜାର ଆରୋଗ୍ୟ ସଂଖ୍ୟା

ମଙ୍ଗଳବାର ରାଜ୍ୟରେ ସର୍ବାଧିକ 2546 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ ।

2.RT-PCR ଟେଷ୍ଟ ଦାମ କମାଇଲେ ରାଜ୍ୟ ସରକାର

ଘରୋଇ ମେଡ଼ିକାଲରେ RT PCR କୋଭିଡ ଟେଷ୍ଟ ଦାମ କମାଇଲେ ସରକାର । ପୂର୍ବରୁ ରହିଥିବା 22 ଶହ ଟଙ୍କାକୁ ହ୍ରାସ କରି 12 ଶହ ରଖିଛନ୍ତି ସରକାର ।

3.ଚଳିତବର୍ଷ ପେଣ୍ଡାଲରେ ପୂଜା ପାଇବେନି ମା'

ପୂଜା ମଣ୍ଡପ ବା ପେଣ୍ଡାଲ ମାନଙ୍କରେ ହେବନାହିଁ ଦୂର୍ଗାପୂଜା । ମାତ୍ର ଲୋକେ ଚାହିଁଲେ ନିଜ ଘରେ ମା'ଙ୍କ ପୂଜା କରିପାରିବେ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

4.ଆସନ୍ତା 24 ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା, 9 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ଆଗକୁ ଅତିପ୍ରବଳ ବର୍ଷା ହେବା ନେଇ ସ୍ପଷ୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ ।

5.କୋରୋନା କାୟା: ମୟୂରଭଞ୍ଜରେ ୨୪୧୪ରେ ପହଞ୍ଚିଲା ପଜିଟିଭ ମାମଲା

ମୟୂରଭଞ୍ଜ ଜିଲ୍ଲାରେ ପୁଣି ୧୩୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୧୪ ରେ ପହଞ୍ଚିଛି । ସେଥିମଧ୍ୟରୁ ୧୨୩୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧୭୧ଟି ସକ୍ରିୟ ମାମଲା ରହିଛି ।

6.ସେପ୍ଟେମ୍ବର 14ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ସଂସଦ ବ୍ୟାପାର ଉପରେ କ୍ୟାବିନେଟ କମିଟି 14 ସେପ୍ଟେମ୍ବରରୁ 1 ଅକ୍ଟୋବର ପର୍ଯ୍ୟନ୍ତ ଅଧିବେଶନ ଚଳାଇବାକୁ ପ୍ରସ୍ତାବ ଦେଇଛି ।

7.ଶିବୁ ସୋରେନଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ବର । ରାଞ୍ଚିରୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର ।

8.ଭୁଶୁଡିଲା 5 ମହଲା କୋଠା: 12 ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମହାରାଷ୍ଟ୍ର କାଜଲପୁର ଅଞ୍ଚଳରେ 5 ମହଲା କୋଠା ଭୁଶୁଡିବା ଘଟଣା । ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି । କୋଠା ତଳେ 18 ଜଣ ଚାପି ହୋଇ ରହି ଥିବା ଆଶଙ୍କା ।

9.ଆଇପିଏଲ 2020: ପ୍ରଥମ ଥର ହେବ ଡୋପ ଟେଷ୍ଟ

ଆଇପିଏଲରେ ପ୍ରଥମ ଥର ପାଇଁ ହେବ ଡୋପ ଟେଷ୍ଟ । ଡୋପ୍ କଣ୍ଟ୍ରୋଲ ପାଇଁ ନ୍ୟାସନାଲ ଡୋପିଂ ଏଜେନ୍ସି(NADA) ୟୁଏଇରେ ହେବାକୁ ଥିବା ଆଇପିଏଲର ମେଗା ଇଭେଣ୍ଟରେ ନମୁନା ସଂଗ୍ରହ କରିବ ।

10.ସୋସିଆଲ ମିଡିଆରେ ପରସ୍ପରକୁ ଫଲୋ କଲେ ବିକ୍କୀ-ମାନୁଷୀ, ଫ୍ୟାନ୍ସଙ୍କୁ ମିଳିଲା ହିଣ୍ଟ

ୟଶରାଜ ବ୍ୟାନର ଆଗାମୀ କମେଡି ଫିଲ୍ମକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ ବିକ୍କୀ । ଏବେ ଶୁଣିବାକୁ ମିଳୁଛି ତାଙ୍କ ସହ ରୋମାନ୍ସ କରିବେ ମାନୁଷୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.