ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 22, 2020, 6:45 PM IST

1.ରାଜଧାନୀରେ କମୁଛି ସଂକ୍ରମଣ, ଆଜି 201 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ 201 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ 28 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।

2.ନିରାଡମ୍ବର ନବରାତ୍ର ପୂଜା, ବିଧି ବଞ୍ଚାଇବାକୁ ହିଙ୍ଗୁଳା ପୀଠରେ ଚାଲିଛି ପୂଜାର୍ଚ୍ଚନା

ବିନା ଜାକଜକମରେ ହେଉଛି ଜଗତଜନନୀ ମାଆ ଦୁର୍ଗାଙ୍କ ପୂଜା । ବିନା ଭକ୍ତରେ ମା' ହିଙ୍ଗୁଳାଙ୍କ ପୀଠରେ ନିରାଡମ୍ବର ଭାବେ ଚାଲିଛି ପୂଜାର୍ଚ୍ଚନା ।

3.‘ଲେହ’କୁ ଚୀନର ଦେଖାଇଲା ଟ୍ବିଟର, କଡା ଚେତାବନୀ ଦେଲା କେନ୍ଦ୍ର

ଲଦାଖର ରାଜଧାନୀ ଲେହର ଅବସ୍ଥିତିକୁ ଚୀନରେ ଦର୍ଶାଇବା ନେଇ ଟ୍ବିଟରକୁ କଡା ଚେତାବନୀ ଦେଇଛି ଭାରତ ।

4.ଆକାଶରେ ଉଡିବା ପାଇଁ ପ୍ରସ୍ତୁତ ନୌସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ

କୋଚିର ଦକ୍ଷିଣ ନାଭାଲ କମାଣ୍ଡ ପକ୍ଷରୁ ଡର୍ନିଅର ଏୟାରକ୍ରାଫ୍ଟରେ ନୌସେନାର ପ୍ରଥମ ବ୍ୟାଚ୍‌ ମହିଳା ପାଇଲଟଙ୍କ ପ୍ରଶିକ୍ଷଣ ଶେଷ ହୋଇଛି ।

5.ଖୁବ୍ ଶୀଘ୍ର ଚନ୍ଦ୍ରରେ 4G ସେବା

ଚନ୍ଦ୍ରରେ ପ୍ରତିଷ୍ଠା ହେବ 4G ନେଟୱାର୍କ । ଏନେଇ ଅଣ୍ଟାଭିଡିଛି ଆମେରିକାର ସ୍ପେଶ୍ ଏଜେନ୍ସି ନାସା । ପ୍ରମୁଖ ଟେଲିକମ୍ କମ୍ପାନୀ ନୋକିଆକୁ ଏହି ଗୁରୁଦାୟିତ୍ବ ପ୍ରଦାନ କରାଯାଇଛି । ନୋକିଆ ପ୍ରଥମେ 4G / LTE ନେଟୱାର୍କ ସ୍ଥାପନ କରିବ ଓ ପରେ ଏହାକୁ 5G ରେ ରୂପାନ୍ତର କରିବାକୁ ଯୋଜନା କରିଛି।

6.ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶଙ୍ଖନାଦ କଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲ ଭାବରେ ପଶ୍ଚିମବଙ୍ଗ ଦୁର୍ଗାପୂଜା ମଣ୍ଡପର ଉଦଘାଟନ କରିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ।

7.ଫେଷ୍ଟିଭଲ ସେଲ: ପ୍ରତି ସେକେଣ୍ଡରେ 110 ଅର୍ଡର ପାଉଛି ଫ୍ଲିପକାର୍ଟ

ଫ୍ଲିପକାର୍ଟ ଏହାର ବାର୍ଷିକ ପାର୍ବଣ ସେଲ ମଧ୍ୟରେ ପ୍ରତି ସେକେଣ୍ଡ 110 ଅର୍ଡର ପାଇଛି । ମୋବାଇଲ ଫୋନ, ଫ୍ୟାସନ ଓ ଫର୍ନିଚର ସମେତ ବିଭିନ୍ନ ବର୍ଗରେ ଏହି ଅର୍ଡର ମିଳିଛି ।

8.ଆଇପିଏଲ 2020: ଟ୍ବିଟରରେ ମହମ୍ମଦ ସିରାଜଙ୍କୁ ଅଜସ୍ର ପ୍ରଂଶସା

କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦୁଇଟି ମେଡନ ୱିକେଟ ଓଭର ବୋଲିଂ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ଆରସିବି ବୋଲର ମହମ୍ମଦ ସିରାଜ ।

9.IPL 2020: କର ବା ମର ମ୍ୟାଚରେ ରୟାଲ୍ସ-ସନରାଇଜର୍ସ ଲଢେଇ

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଆଜି(ଗୁରୁବାର) ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । 40ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା ।

10.ହ୍ରିତିକଙ୍କ ମା' ପିଙ୍କିଙ୍କୁ କୋରୋନା

ଅଭିନେତା ହ୍ରିତିକ ରୋଶନଙ୍କ ମା ପିଙ୍କି ରୋଶନ କୋରୋନା ପଜିଟିଭ ବୋଲି ଜଣାପଡିଛି । ପିଙ୍କି ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.