ETV Bharat / bharat

TOP NEWS @7PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

ନଜର ପକାନ୍ତୁ NEWS@7PMର ବଡ ଖବର ଉପରେ...

TOP NEWS @7PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @7PM:ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 3, 2020, 7:02 PM IST

1.ପୁଣି କୃଷି କାର୍ଯ୍ୟରେ ଆଗରେ ଓଡିଶା, ନବରଙ୍ଗପୁରକୁ ନୀତି ଆୟୋଗଙ୍କ ପ୍ରଶଂସା

କୃଷି କାର୍ଯ୍ୟରେ ଅଭିନବ ପ୍ରଦ୍ଧତି ସହ ଜଳ ସଂରକ୍ଷଣ କରି ନୂତନ ପ୍ରଣାଳୀରେ ସ୍ଥାୟୀ ଉନ୍ନତ ଚାଷ ପାଇଁ ଓଡିଶାକୁ ସଫଳତା ।

2.ବଗଲା ଜମି ବିବାଦ ପ୍ରତିବାଦରେ ବିଜେପିର ଡିଜିଟାଲ ସ୍ଵାକ୍ଷର ଅଭିଯାନ ଆରମ୍ଭ

ବଗଲା ଧର୍ମଶାଳା ଜମିରେ ଲଜିଂ ମାଲିକଙ୍କୁ ଥଇଥାନ କରିବା ନେଇ ବିକ୍ରି ପ୍ରସଙ୍ଗରେ ବିଜେପି ପକ୍ଷରୁ ଡିଜିଟାଲ ସ୍ବାକ୍ଷର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ।

3.କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି, ଡିଜି ଓ ଆଇଜିଙ୍କ ସହ ଜେଲ ବିଭାଗକୁ ଚିଠି

କଏଦୀ ଓ ଅଭିଯୁକ୍ତଙ୍କ ପାଇଁ ନୂଆ କୋଭିଡ ଏସଓପି ଜାରି । ଏନେଇ ଜେଲ ବିଭାଗ, ଡିଜି ଓ ଆଇଜିଙ୍କ ସହ ସ୍ବାସ୍ଥ୍ୟ ସଚିବଙ୍କୁ ଗୃହ ପକ୍ଷରୁ ଏକ ଚିଠି ପଠାଯାଇଛି ।

4.ନେପାଳରେ ଭାରତ ବିରୋଧୀ ପ୍ରଦର୍ଶନ ପାଇଁ ପାଣ୍ଠି ଯୋଗାଉଛି ଚୀନ

ନେପାଳ ସ୍ଥିତ ଚୀନ ଦୂତାବାସ ଭାରତ-ନେପାଳ ସୀମା କ୍ଷେତ୍ରରେ ଭାରତ ବିରୋଧୀ ପ୍ରଦର୍ଶନର ଆୟୋଜନ ପାଇଁ 2.5 କୋଟି (ନେପାଳ ମୂଦ୍ରା) ଆର୍ଥିକ ସହାୟତା ପ୍ରଦାନ କରିଛି ।

5.ଜେଇଇ ପରୀକ୍ଷା ଦେବା ପାଇଁ ୭୫ କିମି ସାଇକେଲ ଯାତ୍ରା କଲେ ପରୀକ୍ଷାର୍ଥୀ

ଜେଇଇ-ମେନ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ 6 ଘଣ୍ଟା ଧରି ୭୫ କିମି ବାଟ ସାଇକ୍ଲିଂ କରି ପହଞ୍ଚିଲେ ୧୯ ବର୍ଷୀୟ ଛାତ୍ର ଦିଗନ୍ତ ମଣ୍ଡଳ । ସୁନ୍ଦରବନର ଗୋସବାରୁ ସୁବରବ ସହରରେ ପହଞ୍ଚିବା ପାଇଁ ଦିଗନ୍ତଙ୍କ ସହ ତାଙ୍କ ବାପା ରବି ମଧ୍ୟ ୬ ଘଣ୍ଟା କାଳ ସାଇକ୍ଲିଂ କରିଥିଲେ ।

6.କଂଗ୍ରେସ ନେତା କେସି ଭେନୁଗୋପାଳଙ୍କ ଚିଠିର ଜବାବ ଦେଲା ଫେସବୁକ

କଂଗ୍ରେସ ମହାସଚିବ କେ.ସି ଭେନୁଗୋପାଳଙ୍କ ଲେଖିଥିବା ଚିଠିର ଜବାବ ରଖିଛି ଫେସବୁକ । ଆମେ ଅଣ ପକ୍ଷପାତୀ ଏବଂ ଆମର ପ୍ଲାଟଫର୍ମ ଏକ ଏପରି ସ୍ଥାନ, ଯେଉଁଠାରେ ଲୋକମାନେ ସ୍ବାଧୀନତାର ସହ ନିଜର ମତ ରଖିପାରିବେ ବୋଲି ଫେସବୁକ ପକ୍ଷରୁ କୁହାଯାଇଛି ।

7.ଅନ୍ତର୍ଜାତୀୟ ବିମାନ ସେବାକୁ ଚୀନର ଗ୍ରୀନ ସିଗନାଲ, ପାକିସ୍ତାନ ସମେତ 8ଟି ଦେଶକୁ ମଞ୍ଜୁରୀ

ଦୀର୍ଘ 6 ମାସ ପରେ ଚୀନରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି । ପାକିସ୍ତାନ ସମେତ ଆଠଟି ଦେଶରୁ ବିମାନ ଉଡାଣକୁ ମଞ୍ଜୁରୀ ଦିଆଯାଇଛି ।

8.ଆଇପିଏଲ-2020: ବିସିସିଆଇର ବରିଷ୍ଠ ମେଡିକାଲ ଟିମ ସଦସ୍ୟ କୋରୋନା ପଜିଟିଭ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିିସିସିଆଇ)ର ଜଣେ ବରିଷ୍ଠ ମେଡିକାଲ ଟିମ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇପିଏଲ 2020 ପାଇଁ ସେ ୟୁଏଇରେ ରହିଛନ୍ତି ।

9.ୟୁଏସ ଓପନ: ତୃତୀୟ ରାଉଣ୍ଡରେ ନୋଭାକ ଜୋକଭିକ

ଚଳିତ ୟୁଏସ ଓପନର 3ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ଖେଳାଳି ନୋଭାକ ଜୋକଭିକ ।

10.ସୁଶାନ୍ତଙ୍କ କେସ: ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଲେ ଥେରାପିଷ୍ଟ ସୁଜନ ୱାକର

ଗୁରୁବାର ସୁଶାନ୍ତଙ୍କ ଥେରାପିଷ୍ଟ ସୁଜନ ୱାକରଙ୍କୁ ମଧ୍ୟ ଜେରା କରୁଛି ସିବିଆଇ । ଏହାସହ ରିଆଙ୍କ ବାପା ମଧ୍ୟ ତୃତୀୟଥର ନିଜ ବୟାନ ଦେଉଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.