ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 28, 2020, 5:11 PM IST

1-ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନକୁ ମନା

ଜିରୋ ନାଇଟ ସେଲିବ୍ରେସନ ଉପରେ ଲାଗିଲା ରୋକ୍ । ରାଜଧାନୀରେ ଚଳିତ ବର୍ଷ ଜିରୋ ନାଇଟ ସେଲିବ୍ରେସନ ଉପରେ ବିଏମସି ପକ୍ଷରୁ କଟକଣା। ଏନେଇ ସୋମବାର ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

2-62ତମ IPS ବାର୍ଷିକ ସମ୍ମିଳନୀ: ଓଡିଶା ପୋଲିସର ମାଓ ଦମନକୁ ପ୍ରଶଂସା କଲେ ସିଡିଏସ ବିପିନ ରାୱତ

ଓଡିଶାର ମାଓ ଦମନ ପଦକ୍ଷେପକୁ ପ୍ରଶଂସା କଲେ ସିଡିଏସ ବିପିନ ରାୱତ । 62 ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀରେ ଭର୍ଚ୍ଚୁଆଲରେ ସାମିଲ ହୋଇ ଓଡିଶା ପୋଲିସର ପ୍ରଶଂସା କରିଛନ୍ତି ସିଡିଏସ ।

3-ନୂଆ ଭୂତାଣୁ ସଂକ୍ରମଣ ନେଇ ଆତଙ୍କ: 62 ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

ନୂଆ ଭୂତାଣୁ ସଂକ୍ରମଣ ନେଇ ଚିନ୍ତା । 181 ଜଣ ବ୍ରିଟେନରୁ ଓଡିଶା ଫେରିଛନ୍ତି । 62 ଜଣଙ୍କ ପତ୍ତା ପାଉନି ସ୍ବାସ୍ଥ୍ୟ ବିଭାଗ ।

4-‘ବିଜେପିର ହାତ ବାରିସି CBI’

ରାଜ୍ୟ ସିବିଆଇ ମୁଖ୍ୟାଳୟ ଘେରାଉ କଲା କଂଗ୍ରେସ । ତ୍ରିରଙ୍ଗା ଶୋଭାଯାତ୍ରାରେ ଆସି ଘେରାଉ କରିଛି କଂଗ୍ରେସ । ଚିଟଫଣ୍ଡ ମାମଲାରେ ତଦନ୍ତରେ ଢିଲା କରୁଥିବାରୁ କଂଗ୍ରେସ ଘେରାଉ କରିଛି ।

5-ଟ୍ରାଫିକ ସିଗନାଲ ଭେଳିକି: ଜଳୁନି ଲାଇଟ୍‌, କମୁନି ଦୁର୍ଦ୍ଦଶା

ଦୀର୍ଘ 2 ବର୍ଷ ହେବ ରାୟଗଡାରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଯେଉଁଥିପାଇଁ ଜଣେ ସାଧାରଣ ଲୋକ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି । ଯାହା ଉପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ।

6-ସିମଲାରେ ବରଫପାତ ପାଇଁ 5ମ ଜାତୀୟ ରାଜପଥ ବନ୍ଦ

ସିମଲାରେ ଚଳିତ ବର୍ଷର ପ୍ରଥମ ବରଫପାତ ହେବା ପରେ ବରଫ ଜମା ରହିଥିବା ଯୋଗୁଁ 5 ନମ୍ବର ଜାତୀୟ ରାଜପଥକୁ ବନ୍ଦ ରଖାଯାଇଛି ।

7-ଅମିତ ଶାହାଙ୍କୁ ଭେଟିବେନି ଗାଙ୍ଗୁଲି, ଗୁଜବକୁ କଲେ ଖଣ୍ଡନ

ଅମିତ ଶାହାଙ୍କ ସାକ୍ଷାତ କରିବେନି ସୌରଭ ଗାଙ୍ଗୁଲି । ମିଡିଆରେ ଚାଲିଥିବା ଏହି ଗୁଜବକୁ ଖଣ୍ଡନ କଲେ ଗାଙ୍ଗୁଲି ।

8-ସୌନ୍ଦର୍ଯ୍ୟପୂର୍ଣ୍ଣ ମାଲିଗୁଡା ଟ୍ରେନ ଟନେଲ, ଫଟୋ ସେୟାର କଲେ ପିୟୁଷ ଗୋୟଲ

ରେଳବାଇ ମନ୍ତ୍ରୀ ପିୟୁଷ ଗୋୟଲ ସୋସିଆଲ ମିଡିଆ ଟ୍ବିଟରରେ ଓଡିଶାର ମାଲିଗୁଡା ଟନେଲର ଏକ ଫଟୋ ସେୟାର କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।

9-ମେଲବୋର୍ଣ୍ଣ ଟେଷ୍ଟ ବିଜୟ ଦ୍ବାରଦେଶରେ ଭାରତ

ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର 133/6 ରହିଛି । ଫଳରେ ଘରୋଇ ଦଳ ପାଖରେ ଶେଷ 4ଟି ୱିକେଟ ଥିବାବେଳେ ମାତ୍ର 2 ରନରେ ଆଗୁଆ ରହିଛି ।

10-ପରଲୋକରେ ଏଆର୍ ରେହମାନଙ୍କ ମା'

ମ୍ୟୁଜିକ୍ କମ୍ପୋଜର ଏଆର୍ ରେହମାନଙ୍କ ମା'ଙ୍କ ଦେହାନ୍ତ । ରେହମାନଙ୍କ ମା' କରିମା ବେଗମଙ୍କ ଦେହାନ୍ତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.