ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 18, 2020, 3:09 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଓଡିଶା ପ୍ରଦେଶ ଯୁବ କଂଗ୍ରେସର 10 ଜିଲ୍ଲାର ନୂଆ ଜିଲ୍ଲା ସଭାପତି ନିଯୁକ୍ତ

ଭାରତୀୟ ଯୁବ କଂଗ୍ରେସର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର 10ଟି ଜିଲ୍ଲାର ନୂଆ ଜିଲ୍ଲା ସଭାପତି ନିଯୁକ୍ତ ଦେଲେ ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ।

2.ଅଡୁଆରେ ହାସ୍ଯ ଅଭିନେତା ପ୍ରଜ୍ଞାନ

ପ୍ରଜ୍ଞାନ ଖଟୁଆଙ୍କ ନାଁରେ ବଜରଙ୍ଗ ଦଳ ଆଣିଛି ସାଂଘାତିକ ଅଭିଯୋଗ । ହିନ୍ଦୁ ଦେବାଦେବୀଙ୍କୁ ଅଭିନୟ ଆଳରେ ମଜାକ ଉଡାଉଛନ୍ତି ।

3.ଏସସିବି ଓ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଅଣ-କୋଭିଡ ଚିକିତ୍ସା ପାଇଁ ଏସଓପି ଜାରି

କଟକ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହର ମେଡିକାଲରେ ଅଣ-କୋଭିଡ ଚିକିତ୍ସା ପାଇଁ ଏସଓପି ଜାରି । କୋଭିଡ ପର୍ଯ୍ୟବେକ୍ଷକ ନେତୃତ୍ବରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ।

4.ଏଣିକି ରାସନ ସାମଗ୍ରୀ ନେବାକୁ ଦରକାର ପଡିବନି ଫିଙ୍ଗର ପ୍ରିଣ୍ଟ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାସନ ସାମଗ୍ରୀ ନେବା ବେଳେ ଫିଙ୍ଗର ପ୍ରିଣ୍ଟକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ପାଇଁ ଯୋଗଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

5.ପାଟନା-ଗୟା ରେଳଷ୍ଟେସନରେ କାର ସହ ଧକ୍କା ହେଲା ଟ୍ରେନ: ଦମ୍ପତି ମୃତ ଓ ଶିଶୁ ଗୁରୁତର

ପାଟନା-ଗୟା ରେଳଷ୍ଟେସନର ପଠୋହୀ ନିକଟରେ ଏକ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ବେଆଇନ ଭାବେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ଏକ କାର୍ ପାଟନାରୁ ରାଞ୍ଚି ଯାଉଥିବା ଟ୍ରେନ ସହ ଧକ୍କା ହୋଇଛି ।

6. ବିଏସପିର 6 ବିଧାୟକ କଂଗ୍ରେସରେ ମିଶିବା ଘଟଣା, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କଂଗ୍ରେସ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ନୋଟିସ୍‌ ଦେବା ଘଟଣାରେ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି ।

7.କୋଭିଡ-19 ମୁକାବିଲା: ନୂତନ ରଣନୀତି ଆପଣେଇବାକୁ 4 ରାଜ୍ୟକୁ କେନ୍ଦ୍ରର ଚିଠି

କୋଭିଡ-19 ସଂକ୍ରମଣ ବିସ୍ତାରକୁ ଦୃଷ୍ଟିରେ ରଖି ବିହାର, ଆସାମ, ଓଡିଶା ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

8. 9ଟି ରାଜ୍ୟରେ ଚାଲିଛି ପଙ୍ଗପାଳ ଦମନ ଅଭିଯାନ

ସମଗ୍ର ଉତ୍ତର ଭାରତରେ ଏବେବି ଜାରି ରହିଛି ପଙ୍ଗପାଳଙ୍କ ଦୌରାତ୍ମ୍ୟ । କୃଷି ମନ୍ତ୍ରଣାଳୟ କହିଛି ଯେ, 16 ଜୁଲାଇ ରାତିରେ ରାଜସ୍ଥାନ, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ଅଭିଯାନ କାର୍ଯ୍ୟ କରାଯାଇଥିଲା।

9. ୟୁଜିସିର ଶେଷ ବର୍ଷ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ, ସୁପ୍ରିମକୋର୍ଟ ଗଲେ ଆଦିତ୍ୟ ଠାକରେ

ସମସ୍ତ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ୟୁଜିସି ନିର୍ଦ୍ଦେଶାବଳୀ ଜାରି କରି କହିଛି । ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଶିବସେନା ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ।

10.‘ଠିକ୍‌ ସମୟରେ ଆରମ୍ଭ ହେବ ବୁଲେଟ ଟ୍ରେନ କାର୍ଯ୍ୟ, ସରିଛି 60% ଜମି ଅଧିଗ୍ରହଣ’

ରେଲବାଇ ବୋର୍ଡ ଅଧ୍ୟକ୍ଷକଙ୍କ ଅନୁଯାୟୀ ବୁଲେଟ ଟ୍ରେନ ଆରମ୍ଭ କରିବାର ପ୍ରସ୍ତାବିତ ସମୟ ଏପର୍ଯ୍ୟନ୍ତ ବୃଦ୍ଧି କରାଯାଇ ନାହିଁ। ଆଶା କରାଯାଉଛି ଯେ ଏହି ହାଇ ସ୍ପିଡ ରେଳ କରିଡର ଠିକ ସମୟରେ ପ୍ରସ୍ତୁତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.