ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS @1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 28, 2020, 12:59 PM IST

1-ରାଜ୍ୟରୁ ଗୋଟିଏ ଦିନରେ 3235 ନୂଆ ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ରାଜ୍ୟରୁ 3235 ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 12 ହଜାର 609 ରେ ପହଞ୍ଚିଛି ।

2-ରାଜ୍ୟରେ କୋରୋନା କାୟା, ଗୋଟିଏ ଦିନରେ ଗଡିଲା 16 ମୁଣ୍ତ

ରାଜ୍ୟରେ ପୁଣି 16 ଜୀବନ ନେଲା କୋରୋନା । ମୋଟ ମୃତ୍ୟୁ ସଂଖ୍ୟା ଛୁଇଁଲା 813 ।

3-+3 ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ତାଲିକା ପ୍ରକାଶ, ଆଗରେ ବିଜେବି କଲେଜ

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅପ ମାର୍କ ତାଲିକା । ତାଲିକାରେ ଆଗରେ ରହିଛି ବିଜେବି କଲେଜ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୧ ଲକ୍ଷ ୫୮ହଜାର ୫୪୦ ଛାତ୍ରଛାତ୍ରୀ ।

4-UPSC ସିଭିଲ୍‌ ପ୍ରିଲିମନାରୀ ପରୀକ୍ଷା ସ୍ଥଗିତ ରଖିବା ଅସମ୍ଭବ, 30ରେ ପରବର୍ତ୍ତୀ ଶୁଣାଣି

ଅକ୍ଟୋବର 4 ରେ ଧାର୍ଯ୍ୟ ହୋଇଛି UPSC ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ତାରିଖ ଘୁଞ୍ଚାଇବାକୁ ଆବେଦନ କରାଯାଇଥିଲା । ବେଳେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଅକ୍ଟୋବର 4 ରେ ଧାର୍ଯ୍ୟ ହୋଇଥିବା ସିଭିଲ ସର୍ଭିସ ପରୀକ୍ଷାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ସୁପ୍ରିମକୋର୍ଟକୁ କୁହାଯାଇଛି ।

5-ଟ୍ୟୁମର ଆକ୍ରାନ୍ତ କୁନିଙ୍କୁ ସହାୟତାର ହାତ ବଢାଇଲା ପୁରୀ ଜିଲ୍ଲା ପ୍ରଶାସନ

ଟ୍ୟୁମରରେ କଷ୍ଟ ପାଉଛି କୁନି। ଆଉ ହାତ ଯୋଡି ସାହାଯ୍ୟ ପାଇଁ ସମସ୍ତଙ୍କୁ କରୁଛି କାକୁତି ମୀନତି। ଆଉ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓଟି ଦେଖିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ କୁନି ପଣ୍ଡାଙ୍କୁ 20 ହଜାର ଟଙ୍କା ପ୍ରାଥମିକ ଚିକିତ୍ସା ପାଇଁ ସହାୟତା ଦିଆଯାଇଛି।

6-କଙ୍ଗାରୁକୋର୍ଟରେ ଅମାନୁଷିକ ଅତ୍ୟାଚାର: ଯୁବକକୁ ବାନ୍ଧିଲେ, ଉଲଗ୍ନ କରି ପିଟିଲେ

ଅନୈତିକ କାର୍ଯ୍ୟ ବେଳେ ଧରା ପଡ଼ିଲେ ଯୁବକ। ଖୁଣ୍ଟରେ ବାନ୍ଧି ଉଲଗ୍ନ କରି ନିସ୍ତୁକ ପିଟିଲେ ଉତ୍ୟକ୍ତ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଚୌମୁଖ ଅଞ୍ଚଳରେ ।

7-କୃଷି ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାଖଲ

କୃଷି ବିଲ୍ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ସେପଟେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। କେରଳର କଂଗ୍ରେସ ସାଂସଦ ଟିଏନ୍ ପ୍ରତାପନ ସୁପ୍ରିମକୋର୍ଟରେ କୃଷି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି।

8-କୃଷି ବିଲକୁ ବିରୋଧ, ଭଗତ ସିଂଙ୍କ ଗାଁରେ ଧାରଣାରେ ବସିଛନ୍ତି କ୍ୟାପଟେନ ଅମରିନ୍ଦର

ମୋଦି ସରକାର ଆଣିଥିବା କୃଷି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ପଞ୍ଜାବ ଏବଂ ହରିୟାଣାରେ ଏହି ନିୟମକୁ ଖୋଲାଖୋଲି ବିରୋଧ କରୁଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି(ସୋମବାର) ଏହି ଆଇନ ବିରୋଧରେ ଧାରଣାରେ ବସିଛନ୍ତି ।

9-ମାଙ୍ଗାଲୁରୁରୁ ସୁନା ବିସ୍କୁଟ ଚାଲାଣ ବେଳେ ଧରିଲା ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍

ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନ ବନ୍ଦରରେ 6ଟି ସୁନା ବିସ୍କୁଟକୁ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଜବତ କରିଛି । ଏହି ସୁନା ବିସ୍କୁଟ ଗୁଡିକ ଦୁବାଇରୁ ହାଇଦ୍ରାବାଦକୁ ଚାଲାଣ ହେଉଥିଲା । ଦୁବାଇ-ମାଙ୍ଗାଲୋର-ହାଇଦ୍ରାବାଦକୁ ଉଡାଣ ଭରୁଥିବା ବିମାନଯାତ୍ରୀ ଏହି ସୁନା ବିସ୍କୁଟକୁ ଚାଲାଣ କରୁଥିଲେ ।

10-‘ଯଦି ମୁଁ କୋରୋନାରେ ଆକ୍ରାନ୍ତ ହୁଏ, ମମତାଙ୍କୁ ଯାଇ ଆଲିଙ୍ଗନ କରିବି’

ପୁଣି ମମତାଙ୍କୁ ବାଣ ମାରିଲା ଭାଜପା । ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ବିଜେପି ନବ ନିଯୁକ୍ତ ଜାତୀୟ ସଚିବ ଅନୁପମ ହଜ୍ରା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.