ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Sep 5, 2020, 12:59 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର

1-ରାଜ୍ୟରେ ଅଣାୟତ୍ତ କୋରୋନା: ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ । 7 ମୃତ ।

2-କୋରୋନା ନେଲା ପୁଣି 7 ଜୀବନ, ମୋଟ ମୃତ୍ୟୁ ସଂଖ୍ୟା 538କୁ ବୃଦ୍ଧି

ରାଜ୍ୟରେ କୋରୋନା ନେଲା ପୁଣି 7 ଜୀବନ । ମୃତକଙ୍କ ତାଲିକାରେ ଜଣେ 13 ବର୍ଷୀୟ ନାବାଳକ ରହିଛି ।

3-ଛତିଶଗଡରେ ଓଡିଆ ଶ୍ରମିକ ବସ୍ ଦୁର୍ଘଟଣା ଘଟଣା, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଛତିଶଗଡ଼ ରାୟପୁରଠାରେ ଶନିବାର ସକାଳେ ହୋଇଥିବା ସଡ଼କ ଦୁର୍ଘଟଣାରେ ମୃତକଙ୍କୁ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

4-ଛତିଶଗଡ ଶ୍ରମିକ ବସ୍ ଦୁର୍ଘଟଣା ଘଟଣା: ସରକାର କରୁଛନ୍ତି ସମସ୍ତ ସହଯୋଗ

ଛତିଶଗଡ ରାୟପୁର ଠାରେ ଓଡିଶା ଶ୍ରମିକଙ୍କ ବସ ଦୁର୍ଘଟଣା ଉପରେ ଓଡିଶା ମୋ ପରିବାର ପକ୍ଷରୁ ପ୍ରେସମିଟ । ତୁରନ୍ତ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ସହ ମୃତଦେହକୁ ଗଞ୍ଜାମ ଫେରାଇ ଆଣିବାକୁ ସରକାର ବ୍ୟବସ୍ଥା କରୁଛନ୍ତି ।

5-ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରଟ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ; ମୃତ ସଂଖ୍ୟା 8କୁ ବୃଦ୍ଧି

ଛତିଶଗଡ ରାୟପୁରର ଚେରି ଖେଡି ନିକଟରେ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା । ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏହି ବସ ସୁରଟ ଅଭିିମୁଖେ ଗସ୍ତ କରୁଥିଲା ।

6-ଭାରତରେ ସଂକ୍ରମଣ 40 ଲକ୍ଷ ଛୁଇଁଲା, 24 ଘଣ୍ଟାରେ 86,432 ନୂଆ ମାମଲା

ଦେଶରେ ହୁ ହୁ ହୋଇ ମାଡିଚାଲିଛ କୋଭିଡ୍ ସଂକ୍ରମଣ। ଶନିବାର ସୁଦ୍ଧା ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 40 ଲକ୍ଷ ଅତିକ୍ରମ କରିଛି। ଗତ 24 ଘଣ୍ଟା ମଧ୍ୟରେ ଭାରତର 86,432 ନୂତନ ମାମଲା ଚିହ୍ନଟ କରିଛି। ଏହାସହ ସମାନ ସମୟରେ 1,089 ମୃତ୍ୟୁ ମାମଲା ରେକର୍ଡ କରିଛି।

7- ବିଶ୍ବରେ କୋରୋନା ସଂକ୍ରମଣ 2.62 କୋଟି ପାର, ଏପର୍ଯ୍ୟନ୍ତ 8.67 ଲୋକଙ୍କ ମୃତ୍ୟୁ

ଶୁକ୍ରବାର ସୁଦ୍ଧା ମୋଟ କୋରୋନା ମାମଲା 26,208,690ରେ ପହଞ୍ଚି ମୃତ୍ୟୁ ସଂଖ୍ୟା 867,219କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE)ପ୍ରକାଶ କରିଛି। ସଂକ୍ରମିତ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଥିବାବେଳେ ମୃତ୍ୟୁ ମାମଲାରେ ମଧ୍ୟ ଏହା ତୃତୀୟ ସ୍ଥାନରେ ରହିଛି । ଭାରତ ହେଉଛି ତୃତୀୟ ଦେଶ ଯେଉଁଠାରେ ସବୁଠାରୁ ସକ୍ରିୟ ମାମଲା ରହିଛି ।

8-‘ଅରୁଣାଚଳରୁ 5 ଯୁବକଙ୍କୁ ଉଠାଇ ନେଇଛି ଚୀନ ସେନା’

ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ।

9-9 ଦଫା ଦାବି ନେଇ ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ

ବିଛିନ୍ନ ଅଂଚଳର ପଣସପୁଟ,ଅଣ୍ଡରାପାଲି,ଯୋଡାମ୍ଭ,ଗାଜଳମାମୁଡ଼ି ଓ ନାକାମାମୁଡ଼ି ପଞ୍ଚାୟତର ହଜାର ହଜାର ଅଧିବାସୀମାନେ ମାଲକାନଗିରି ଜିଲ୍ଲାର ବିଛିନ୍ନା ଅଞ୍ଚଳରେ ଥିବା ପଣସପୁଟ ଗ୍ରାମରେ ଏକଜୁଟ ହୋଇ ସରକାର ଓ ପ୍ରଶାସନର ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ।

10-ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କୁ କୋରୋନା

ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ହେଲେ କୋରୋନା ସଂକ୍ରମିତ । ଜଳ ଶକ୍ତି ମନ୍ତ୍ରୀ ବଲଦେବ ସିଂ ଅଲଖଙ୍କ ଆଣ୍ଟିଜେନ୍ ଅନୁସନ୍ଧାନରେ ଏହି ରିପୋର୍ଟ ସକରାତ୍ମକ ହୋଇଛି। ଏନେଇ ଅଲଖ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.