ETV Bharat / bharat

ଟମାଟୋରେ ରହିଥାଏ ଏହି ଅଦ୍ଭୁତ ଶକ୍ତି, ଜାଣନ୍ତୁ...

author img

By

Published : Oct 21, 2019, 1:35 PM IST

ଦୃଷ୍ଟି ଶକ୍ତି ପାଇଁ ବେଶ ଲାଭଦାୟକ ଟମାଟୋ । ହୃଦ ରୋଗ ସହ ଜଡିତ ରୋଗଠାରୁ ଦୂରେଇ ରଖିବାରେ ମଧ୍ୟ ସହାୟକ ହୋଇଥାଏ ଟମାଟୋ । ସମ୍ପୂର୍ଣ୍ଣ ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଭଲ ସ୍ବାସ୍ଥ୍ୟ ସହ ନିରୋଗ ରହିବା ପାଇଁ ପ୍ରତିଦିନ ଆମେ ଫଳ ଓ ପରିବା ଖାଉଛେ । ପ୍ରତ୍ୟକ ଫଳ ଓ ପରିବାର ଅଲଗା ଅଲଗା ଫାଇଦା ରହିଛି । କେଉଁ ଫଳ ଓ ପରିବା ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତିରେ ବୃଦ୍ଧି ପାଇଥାଏ ତ ଆଉ କାହାକୁ ଖାଇବା ଦ୍ବାରା ଆଖିର ଦୃଷ୍ଟି ଶକ୍ତିରେ ବୃଦ୍ଧି ହୋଇଥାଏ । ଆଉ କିଏ ପାଚନ ପ୍ରକ୍ରିୟାରେ ବୃଦ୍ଧି କରିଥାଏ ତ ଆଉ କିଏ ହାର୍ଟ ପାଇଁ ବେଶ ଲାଭ ଦାୟକ ହୋଇଥାଏ । ଏହି ଫଳ ଓ ପରିବା ଭିତରେ ଗୋଟିଏ ହେଉଛି ଟମାଟୋ । ଏହା କେବଳ ଗୋଟିଏ ନୁହଁ ବରଂ 5 ପ୍ରକାରର କ୍ୟାନସର ଭଳି ଖତରନାକ ରୋଗ ସହ ଅନ୍ୟ ରୋଗରୁ ଆମକୁ ସୁରକ୍ଷିତ ରଖିଥାଏ । ଆସନ୍ତୁ ଜାଣିବା ଏହାର ବିଷୟରେ ।

Tomatoes
ହୃଦରୋଗର କରିଥାଏ ସମସ୍ୟା

ଆଖି ପାଇଁ ବେଶ ଲାଭଦାୟକ

ଦୃଷ୍ଟି ଶକ୍ତି ପାଇଁ ଏହା ବେଶ ଲାଭଦାୟକ ଅଟେ । ଟମାଟୋରେ ଭିଟାମିନ 'ଏ' ର ମାତ୍ରା ପ୍ରଚୁର ରହିଛି । ଯାହା ଆଖି ସହ ଯୋଡିହୋଇଥିବା ଅନେକ ରୋଗରୁ ରକ୍ଷା କରିବାକୁ ସାହାଯ୍ୟ ହୋଇଥାଏ । ଏଥିରେ ଥିବା ଏଣ୍ଟି-ଅକ୍ସିଡେଣ୍ଟସ ଫ୍ରୀ ରେଡିକଲସକୁ ରୋକିଥାଏ । ଯାହାଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ ।

ହୃଦୟ ପାଇଁ ସ୍ବାସ୍ଥ୍ୟକର

ବର୍ତ୍ତମାନ ସମୟରେ ହୃଦ ରୋଗ ଏକ ସାଧାରଣ କଥା ହୋଇଗଲାଣି । ଡାଇବେଟିସ ରୋଗୀଙ୍କୁ ଏହି ରୋଗ ହେବାର ଅଧିକ ଆଶଙ୍କା ରହିଥାଏ । ଟମାଟୋରେ ଲାଇକୋପୀନ ରହିଥାଏ । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡାଇବେଟିସ ରୋଗୀଙ୍କ ଉପରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, 30 ଦିନ ଧରି ଲଗାତାର ଏହର ସେବନ କରିବା ଦ୍ବାରା ତାଙ୍କ ରକ୍ତରେ ଲିପିଡ ପେରାଅକ୍ସିଡେଶନର ମାତ୍ରା କମ ହୋଇଥିବା ଦେଖିବାକୁ ମିଳିଥିଲା । ଯାହା ହୃଦ ରୋଗ ସହ ଜଡିତ ରୋଗଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ ।

Tomatoes
ଆଖି ପାଇଁ ବେଶ ଲାଭଦାୟକ

କ୍ୟାନସର ଠାରୁ ସୁରକ୍ଷା ଦିଏ

ଟମାଟୋ ଲଙ୍ଗ, ପ୍ରୋଟେସ୍ଟ, ଅସ୍ଥି, ଓଭାରୀ, ଓ ପେଟ କ୍ୟାନସରରୁ ସୁରକ୍ଷା ଦେଇଥାଏ । ଟମାଟୋରେ ରହିଥିବା ଲାଇକୋପିନ ଏକ ଶକ୍ତିଶାଳୀ ଏଣ୍ଟି-କ୍ୟାନସର ଅଟେ । ଲାଇକୋପିନର ହାଇ ଇଣ୍ଟେକ କ୍ୟାନସରରୁ ସୁରକ୍ଷା ଦେଇଥାଏ ।

ପାଚନକ୍ରିୟା ପାଇଁ ବେଶ ସାହାଯ୍ୟକାରୀ

ଅନିୟମିତ ଭାବେ ଖାଦ୍ୟଗ୍ରହଣ ଯୋଗୁଁ ଅନେକ ଲୋକ ପାଚନକ୍ରିୟାର ସମସ୍ୟା ଭୋଗୁଛନ୍ତି । ଯଦି ଏହିଭଳି ଲୋକମାନେ ନିୟମିତ ଟମାଟୋ ଖାଇବେ ତେବେ ଏହା ଅତ୍ୟନ୍ତ ଲାଭଦାୟକ ହୋଇପାରିବ । କାରଣ ଏଥିରେ ଫାଇବର ଗୁଣ ଭରପୁର ରହିଛି ।

ଉଚ୍ଚ ରକ୍ତଚାପରେ ନିୟନ୍ତ୍ରଣ

ଟମାଟୋରେ ଭରି ରହିଥିବା ପୋଟାସିୟମ ଯୋଗୁଁ ଏହ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ରକ୍ତ ଧମନୀ ଓ ରକ୍ତ ବାହିକାର ସମସ୍ୟାକୁ କମ କରିଥାଏ । ଯେଉଁଥିରେ ରକ୍ତର ସଞ୍ଚାର ବୃଦ୍ଧି ପାଇଥାଏ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.