ETV Bharat / bharat

ଟମାଟୋ-ରସୁଣ ପାଇଁ ବିକଳ ହେଉଛି ପାକ୍ - new delhi

ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ତିକ୍ତତା ଦେଖାଦେଇଛି, ତାହାର ପୁରା ପ୍ରଭାବ ପଡିଛି ବ୍ୟବସାୟ ଉପରେ। ପୁଲୱାମା ଆକ୍ରମଣର ପ୍ରତିଶୋଧ ଭାରତ ନେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ଅଧିକ ବୃଦ୍ଧି ପାଇଥିଲା।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Mar 10, 2019, 3:01 AM IST

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ତିକ୍ତତା ଦେଖାଦେଇଛି, ତାହାର ପୁରା ପ୍ରଭାବ ପଡିଛି ବ୍ୟବସାୟ ଉପରେ। ପୁଲୱାମା ଆକ୍ରମଣର ପ୍ରତିଶୋଧ ଭାରତ ନେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ଅଧିକ ବୃଦ୍ଧି ପାଇଥିଲା। ତେବେ ଭାରତରୁ ଯାଉଥିବା ଟମାଟୋ ଓ ରସୁଣର ରପ୍ତାନୀକୁ ବନ୍ଦ କରିଦିଆଯାଇଥିଲା। ଯାହାଫଳରେ ପାକିସ୍ତାନରେ ଟମାଟୋ ପାଇଁ ହାହାକାର ଦେଖିବାକୁ ମିଳିଗଲା।

ତେବେ ଏତେ ଅଭାବ ମଧ୍ୟରେ ଯେତେବେଳେ ଭାରତରୁ ଦୁଇଟି ଟ୍ରକ ପାକିସ୍ତାନ ବଜାରରେ ପହଞ୍ଚିଥିଲା। ସୂଚନା ମୁତାବକ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଟ୍ରକରୁ ସଫା ହୋଇଯାଇଥିଲା ସମସ୍ତ ବସ୍ତା। ତେବେ ଏଥିରୁ ଜଣାପଡୁଛି ଯେ, ଭାରତ ହାତରେ ନୁହେଁ ଯଦି ପାକିସ୍ତାନକୁ ଭାତରେ ମାରିବାକୁ ଚେଷ୍ଟା କରେ ହୁଏତ ପାକିସ୍ତାନ ସୁଧୁରିବାରେ ଲାଗିବ।

ଏଠାରେ କହିରଖୁଛୁ, ଭାରତ ପାକ୍ ମଧ୍ୟରେ ସୁସମ୍ପର୍କ ସ୍ଥାପନା ପାଇଁ ବିଭିନ୍ନ ମହଲରୁ ସତଚେଷ୍ଟା ଚାଲିଛି। ହେଲେ ପାକିସ୍ତାନ କେବେବି ସୁଧୁରିବାରେ ନାଁ ନେଉନାହିଁ। ଗୋଟିଏ ପଟେ ଶାନ୍ତିର ବାର୍ତ୍ତା ନେଇ ନୂଆ ଦେଶ ଗଢିବାକୁ ଆହ୍ୱାନ ପାକ ପ୍ରଧାନମନ୍ତ୍ରୀ ଦେଉଥିବାବେଳେ ଅନ୍ୟପଟେ ଆତଙ୍କୀମାନେ ନିଜ ବର୍ବରତା ଦେଖାଇବାରେ ପଛାଉନାହାଁନ୍ତି।

ଖାସ ସେଇଥିପାଇଁ ପାକକୁ ଶାସ୍ତି ଦେବାକୁ ଭାରତ ସବୁ ପ୍ରକାର ଉପାୟ ଆପଣେଇଛି। ଟମାଟୋ ଓ ରସୁଣର ରପ୍ତାନୀ ବନ୍ଦ ଏହାର ଏକ ବଡ ଉଦାହରଣ। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପରେ ଏବେ ଶ୍ରୀନଗରରୁ ପାକିସ୍ତାନର ଚକୌଟି ମଧ୍ୟରେ ଟ୍ରକ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.