ଚଣ୍ଡିଗଡ: ହରିୟାଣାର ଟୋହାନରେ ନିୟମକୁ ନେଇ କଠୋର ହେଉଛି ଟ୍ରାଫିକ ପୋଲିସ । ସହରରେ ବିନା ସାଇଲେନ୍ସରରେ ଚାଲୁଥିବା ବାଇକ ଉପରେ କାଟୁଛି ଚାଲାଣ । ଏନେଇ ସୋମବାର ସାଇଲେନ୍ସର ବିନା 2ଟି ବୁଲେଟ ସହ ବିନା କାଗଜ ପତ୍ରର 5ଟି ବୁଲେଟର ଚାଲାଣ କାଟିଥିଲା ।
ପୋଲିସ ଟ୍ରାଫିକ ଇନଚାର୍ଜ ବସାଉ ରାମ କହିଛନ୍ତି ଯେ, ସହର ସାରା ପୋଲିସର ଚେକିଂ ଅଭିଯାନ ଜାରି ରହିଛି । ଆଉ ସର୍ବ ପ୍ରଥମେ ପୋଲିସ ସେହି ବାଇକ ଗୁଡିକର ଚାଲାଣ କାଟୁଛି ଯେଉଁ ବାଇକ ଗୁଡିକରେ ଲାଇସେନ୍ସ ନାହିଁ । ଆଉ ଗାଡିର କାଗଜପତ୍ର ନଥିବା ଚାଳକଙ୍କର ମଧ୍ୟ ଚାଲାଣ କାଟୁଛି । ଏହାସହ ଅନ୍ୟ ଗାଡି ଚାଳକଙ୍କର ମଧ୍ୟ ଚାଲାଣ କାଟୁଛି ଯେଉଁମାନଙ୍କର ହେଲମେଟ ନାହିଁ ।
ତେବେ କର୍କଶ ଶବ୍ଦ ବାହାର କରୁଥିବା 2ଟି ବୁଲେଟ ଚାଳକଙ୍କର ଠାରୁ 20 ହଜାର ଚାଲାଣ କଟାଯାଇଥିଲା । ଏନେଇ ସମୁଦାୟ 14 ଜଣ ଚାଳକଙ୍କ ଠାରୁ ଚାଲାଣ କଟାଯାଇଛି । ଯାହାଦ୍ବାରା ପୋଲିସ 1 ଲକ୍ଷ 15 ହଜାର ଟଙ୍କାର ଚାଲାଣ ଆଦାୟ କରିଥିଲା ।
ଗତ ଦୀପାବଳିରେ ବାଣ ଫୁଟାଇବା ଓ ପରାଲୀ ଜଳାଇବା ଦ୍ବାରା ବାୟୁପ୍ରଦୂଷଣର ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହା ସ୍ବାସ୍ଥ୍ୟପାଇଁ ହାନିକାରକ ଅଟେ । ଏନେଇ ଏସପିଙ୍କ ଆଦେଶ ଅନୁସାରେ ପ୍ରଦୂଷଣ ମୁକ୍ତ ସପ୍ତାହ ପାଳନ କରାଯାଉଛି । ତେଣୁ ପୋଲିସ ବିଭାଗ ପକ୍ଷରୁ ଅଧିକ ଧୁଆଁ ବାହାର କରୁଥିବା ଗାଡି ଏହାସହ କାଗଜପତ୍ର ନଥିବା ଗାଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।