ETV Bharat / bharat

ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ: ସ୍ମୃତିରେ ମହାପୁରୁଷ - ଗାନ୍ଧୀ ଜୟନ୍ତୀ

ଅକ୍ଟୋବର 2 ଅର୍ଥାତ ଆଜିର ଦିନରେ ଭାରତ ମାଟିର ଜନ୍ମ ନେଇଥିଲେ ଦୁଇ ମହାପୁରୁଷ । ଜଣେ ଜାତିର ପିତା ମହାତ୍ମା ଗାନ୍ଧୀ ତ ଅନ୍ୟ ଜଣେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଦେଶରେ ବିଭିନ୍ନ କାର୍ଯ୍ଯକ୍ରମ କରାଯାଉଛି । ଅଧିକ ପଢନ୍ତୁ...

ଆଜି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ପାଳୁଛି ଦେଶ

author img

By

Published : Oct 2, 2020, 9:19 AM IST

ହାଇଦ୍ରାବାଦ: ଆଜି ବାପୁଙ୍କ 151 ତମ ଜନ୍ମଜୟନ୍ତୀ । ଦେଶର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀକୁ ସାରା ଦେଶ ପାଳୁଛି । ଆଜି ଆଉ ଜଣେ ମହାନ ବ୍ୟକ୍ତିଙ୍କ ମଧ୍ୟ ଜନ୍ମଜୟନ୍ତୀ । ଅକ୍ଟୋବର 2 ତାରିଖରେ ଭାରତ ମାଟିରେ ଜନ୍ମ ନେଇଥିଲେ ଦୁଇ ମହାପୁରୁଷ । ସେ ହେଉଛନ୍ତି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗାନ୍ଧୀ ଅହିଂସା ଆଧାରରେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ । ଶାସ୍ତ୍ରୀଙ୍କ ଜୀବନ ଅସରନ୍ତି ପ୍ରେରଣାର ଉତ୍ସ । ଯାହାଙ୍କ ଜୀବନ ସାଧୁ ଓ ନୀତିବାନ ରହିବାକୁ ପ୍ରଚୁର ପ୍ରେରଣା ଦିଏ ।

ମହାତ୍ମା ଗାନ୍ଧୀଙ୍କ ପ୍ରକୃତ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ । ଅକ୍ଟୋବର 2 ତାରିଖ 1869 ତାରିଖରେ ଗୁଜୁରାଟର ପୋର ବନ୍ଦର ଜନ୍ମ ଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ । ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜୀ ବୋଲି ଆଦରରେ କୁହାଯାଏ । ଗାନ୍ଧୀଙ୍କୁ ମହାତ୍ମାର ଆଖ୍ୟା ଦେଇଥିଲେ ଗୁରୁ ରବୀନ୍ଦ୍ରନାଥ ଟାଗୋର । ଟାଗୋର ମହାତ୍ମା କଥା କହି ଶାନ୍ତିନିକେତନ ଆଶ୍ରମରେ ଗାନ୍ଧୀଙ୍କୁ ସମ୍ବୋଧିତ କରିଥିଲେ। ରାଜକୁମାରୀ ଶୁକ୍ଲା ମହାତ୍ମା ଗାନ୍ଧୀଙ୍କୁ ସର୍ବପ୍ରଥମେ ‘ବାପୁ’ ବୋଲି ଡାକିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମେ ଗାନ୍ଧୀଜୀଙ୍କୁ ଜାତିର ପିତାର ଆଖ୍ୟା ଦେଇଥିଲେ ।

ମହାତ୍ମା ଗାନ୍ଧୀଙ୍କ ପିତାଙ୍କ ନାମ କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତଲିବାଇ। ମହାତ୍ମା ଗାନ୍ଧୀଙ୍କ ପିତା ପୋରବନ୍ଦରର ଦିୱାନ ଥିଲେ। ତାଙ୍କ ମା ପୁତଲିବାଇ ଜଣେ ଗୃହିଣୀ ଥିଲେ। ମାତ୍ର 13 ବର୍ଷ ବୟସରେ ଗାନ୍ଧୀ କସ୍ତୁରବାଙ୍କୁ ବିବାହ କରିଥିଲେ । ଗାନ୍ଧୀ ଏବଂ କସ୍ତୁରବାଙ୍କର ଚାରି ପୁତ୍ର ହିରାଲାଲ, ମଣିଲାଲ, ରାମଦାସ ଏବଂ ଦେବଦାସ ଥିଲା।

ଦେଶକୁ ସ୍ବାଧୀନତା ଆଣିବାକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଅନେକ ଆନ୍ଦୋଳନ କରାଯାଇଥିଲା । ଭାରତଛାଡ ଆନ୍ଦୋଳନ , ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ । 1942 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ଘଟାଇବାକୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଡାକରା ଦିଆଯାଇଥିଲା। ଗାନ୍ଧୀଜୀଙ୍କ କର ବା ମର ଡାକରାରେ ଏକଜୁଟ ହୋଇଥିଲା ସାରା ଭାରତ । ଶେଷରେ ବ୍ରିଟିଶ ସରକାର ଭାରତ ଛାଡିବାକୁ ବାଧ୍ୟ ହୋଇଥିଲେ ।

ଚଳିତ ବର୍ଷ ଶାସ୍ତ୍ରୀଙ୍କର 117 ତମ ଜନ୍ମଦିନ ପାଳନ କରାଯାଉଛି । ନିଜର ବିନମ୍ରତା ପାଇଁ ଜଣାଶୁଣା ଲାଲ ବାହାଦୂର ଶାସ୍ତ୍ରୀଙ୍କ କୁଶଳ ନେତ୍ବତ୍ବ ଏବଂ ଜନକଲ୍ୟାଣକାରୀ ବିଚାର ପାଇଁ ସବୁବେଳେ ମନରେ ରହିବେ । ତାଙ୍କ ପରି ବିନମ୍ରତା ବ୍ୟକ୍ତିଙ୍କ ପରି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ନାହାଁନ୍ତି । ୧୯୦୪ ଅକ୍ଟୋବର ୨ ତାରିଖରେ ଉତ୍ତରପ୍ରଦେଶର ମୁଗଲସରାୟରେ ଜନ୍ମ ଗ୍ରହଣ କରିଥିଲେ। ଛୋଟ ବେଳରୁ ତାଙ୍କ ଜୀବନ ସଂଘର୍ଷରେ ବିତିଥିଲା। ମାତ୍ର ୧୬ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଲାଲା ବାହାଦୂର ଶାସ୍ତ୍ରୀ ଭାରତକୁ ସ୍ବାଧୀନତା ଦେବାକୁ ଲଢିଥିଲେ। ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅଦ୍ବିତୀୟ ପ୍ରତିଭା ତାଙ୍କୁ ଆଣିଦେଇଥିଲା ଅଭୂତ ପରିଚୟ। ସେ ଗାନ୍ଧିଙ୍କ ବିଚାର ଏବଂ ଜୀବନଶୈଳୀ ତାଙ୍କୁ ପ୍ରେରଣା ଯୋଗାଉଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.