ETV Bharat / bharat

କୋରୋନା ଭୟରେ ତାଜମହଲରେ ନମାଜ ପାଠ ବନ୍ଦ - ଖୋଲିବନି ଆଗ୍ରାର ନମାଜପୀଠ

ଦେଶରେ ତାଲାବନ୍ଦ ଖୋଲିଥିଲେ ବି ତାଜମହଲର ନମାଜପାଠ ବନ୍ଦ ରହିଛି । କୋରୋନା ସଂକ୍ରମଣକୁ ଆଖିରେ ରଖି ଆଗ୍ରା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ପ୍ରତି ଶୁକ୍ରବାର ନମାଜରେ ହେବାକୁ ଥିବା ନମାଜପାଠକୁ ବନ୍ଦ ରଖାଯାଇଛି ।

Today Taj will be closed for Namazis
ଖୋଲିବନି ଆଗ୍ରାର ନମାଜପୀଠ
author img

By

Published : Sep 25, 2020, 3:04 PM IST

ଆଗ୍ରା: କୋରୋନା ସଂକ୍ରମଣର 188 ଦିନ ପରେ ବି ଆଗ୍ରାର ନମାଜପୀଠ ଖୋଲିବନି । ଏବେ ବି ନମାଜ ପଢିବାକୁ ଅନୁମତି ମିଳିବ ନାହିଁ । କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତି ନିଆଯାଇଛି ।

ତାଲାବନ୍ଦର 188 ଦିନ ପରେ 21 ସେପ୍ଟେମ୍ବରରେ ତାଜମହଲ ଓ ଆଗ୍ରା କିଲ୍ଲା ଖୋଲିଛି ହେଲେ ନମାଜ ପାଠ କରିବାକୁ ମୁସଲିମ ସମ୍ପ୍ରଦାୟଙ୍କୁ ଅନୁମତି ମିଳିନାହିଁ । ଆଗ୍ରାରେ କୋରୋନା ସ୍ଥିତି ସଂଙ୍ଗୀନ ରହିଛି । ପ୍ରତିଦିନ 100ରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଣୁ ମସଜିଦରେ ପ୍ରତି ଶୁକ୍ରବାର ହେବାକୁ ଥିବା ନମାଜପାଠକୁ ବନ୍ଦ କରାଯାଇଛି । ସାପ୍ତାହିକ ବନ୍ଦରେ 2ଘଣ୍ଟା ତାଜମହଲ ଖୋଲା ରହୁଛି ।

ଆସନ୍ତା ଶୁକ୍ରବାର ସୁଦ୍ଧା ନମାଜ ପାଠକୁ ଅନୁମତି ମିଳିଲେ ଗାଇଡଲାଇନ ଆନୁସାରେ ଶାହି ମସଜିଦରେ ନମାଜପାଠ ହେବ ବୋଲି ତାଜମହଲ କମିଟି ଅଧ୍ୟକ୍ଷ ସେଦର ଇବ୍ରାହିମ ଜୈଦି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.