ହାଇଦ୍ରାବାଦ: ଆର୍ଥିକ ଅସୁବିଧା ବିନା ଆବଶ୍ୟକ କରୁଥିବା ଉତ୍ତମ ସ୍ବାସ୍ଥ୍ୟ ସେବା ସମସ୍ତେ ପାଇପାରିବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର 12 ତାରିଖରେ ସର୍ବଭାରତୀୟ ସ୍ବାସ୍ଥ୍ୟ କଭରେଜ ଦିବସ ପାଳନ କରାଯାଏ । ଏହି ଦିବସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ପ୍ରୋତ୍ସାହିତ କରାଯାଇଥାଏ । ଏହି ଦିନ ପ୍ରଥମେ ସର୍ବସମ୍ମତି କ୍ରମେ ମିଳିତ ଜାତିସଂଘ ସମସ୍ତ ଦେଶର ନାଗରିକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ସଂକଳ୍ପ ନେଇ ବିଶ୍ବରେ ଏକ ଆହ୍ବାନ ସୃଷ୍ଟି କରିଥିଲା ।
ଚଳିତ ବର୍ଷର ବିଷୟବସ୍ତୁ:-
ସର୍ବଭାରତୀୟ ସ୍ବାସ୍ଥ୍ୟ କଭରେଜ ଦିବସ 2020ର ବିଷୟବସ୍ତୁ ହେଉଛି 'ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ: ସମସ୍ତଙ୍କୁ ସୁରକ୍ଷା ଦେଇ ମହାମାରୀକୁ ଦୂରୀଭୂତ କରିବା ଏବଂ ଏକ ନିରାପଦ, ସୁସ୍ଥ ଭବିଷ୍ୟତ ଗଠନ କରିବା' । ଏହି ଦିନ କୋଭିଡ-19ର ପ୍ରଥମ ମାମଲା ଚିହ୍ନଟ ହୋଇଥିବାବେଳେ ଉକ୍ତ ରିପୋର୍ଟ 1 ବର୍ଷ ପୂରଣ କରୁଛି । ତେବେ ମହାମାରୀ ସଂକ୍ରମଣ କମିବା ଫଳରେ ପ୍ରତ୍ୟେକ ମହାମାରୀ ବା ସ୍ବାସ୍ଥ୍ୟବସ୍ଥା ଦୀର୍ଘସ୍ଥାୟୀ ନୁହେଁ ବୋଲି ଏହି ଦିବସ ବାର୍ତ୍ତା ପ୍ରେରଣ କରିବ।
UHCକୁ ମାର୍ଗଦର୍ଶନ ଯୋଗାଉଥିବା ଦଶଟି ନୀତି:-
- ବିଶ୍ବବ୍ୟାପୀ
- ସମାନତା
- ଅଣ-ବହିଷ୍କାର ଏବଂ ଅଣ-ଭେଦଭାବ
- ଉପଯୁକ୍ତ ଯତ୍ନ ଯାହା ଯୁକ୍ତିଯୁକ୍ତ ଏବଂ ଉତ୍ତମ ଗୁଣ
- ଆର୍ଥିକ ସୁରକ୍ଷା
- ରୋଗୀଙ୍କ ଅଧିକାରର ସୁରକ୍ଷା
- ଦୃଢ ଜନସ୍ବାସ୍ଥ୍ୟ ପାଇଁ ବ୍ୟବସ୍ଥା
- ଉତ୍ତରଦାୟିତ୍ବ ଏବଂ ସ୍ବଚ୍ଛତା
- ସମ୍ପ୍ରଦାୟର ଅଂଶଗ୍ରହଣ
- ଲୋକଙ୍କ ହାତରେ ନିଜ ସ୍ବାସ୍ଥ୍ୟର ସୁରକ୍ଷା
ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ:-
ଭାରତର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଦିବସର ଲକ୍ଷ୍ୟ ସମ୍ପର୍କରେ ସଚେତନ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି । ଦେଶରେ ଜରୁରୀକାଳୀନ ସେବା ପାଇଁ 1 ଲକ୍ଷ 50 ହଜାର ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଉଛି । ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ 10 କୋଟି ଲୋକଙ୍କୁ 5 ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ଯୋଗାଇଦେବା ପାଇଁ ଭାରତ ସରକାର ଯୋଜନା କରିଛନ୍ତି ।
ଏହି ଦିବସର ବିଭିନ୍ନ ସୁବିଧା:-
ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା
- ଦାରିଦ୍ର୍ୟତାକୁ କମାଇବା
- ସ୍ବାସ୍ଥ୍ୟକ୍ଷେତ୍ରରେ ଅଧିକ ଉନ୍ନତି ଆଣିବା
- ଆର୍ଥିକ ସୁରକ୍ଷା ଯୋଗାଇବା
- ସ୍ବଚ୍ଛ ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା