ETV Bharat / bharat

ଆଜି ସନ୍ଥ ସିପାହୀ ଗୁରୁ ଗୋବିନ୍ଦ ସିଂହଙ୍କ ଜୟନ୍ତୀ - ଶିଖ ଧର୍ମର ସନ୍ଥ ସିପାହୀ ଥିଲେ ଗୁରୁ ଗୋବିନ୍ଦ ସିଂହ

ଶିଖ ଧର୍ମର 10ତମ ଗୁରୁ, ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମଦିନ । ସେ ଏକାଧାରାରେ ଜଣେ ସିପାହୀ, ଲେଖକ, କବି ଓ ଦାର୍ଶନିକ ଥିଲେ । ଅଧିକ ପଢନ୍ତୁ...

Guru Gobind Singh Jayanti
ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ
author img

By

Published : Jan 2, 2020, 10:55 AM IST

Updated : Jan 2, 2020, 12:05 PM IST

ହାଇଦ୍ରାବାଦ: ଆଜି ଶିଖ ଧର୍ମର 10ତମ ବା ଅନ୍ତିମ ଗୁରୁ ଗୋବିନ୍ଦ ସିଂହଙ୍କ ଜୟନ୍ତୀ । ସୌର୍ଯ୍ୟ ଓ ସାହାସର ପ୍ରତୀକ ଗୁରୁ ଗୋବିନ୍ଦ ସିଂଙ୍କର ଜନ୍ମ ପୌଷ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥୀରେ ବିହାରର ପାଟନାରେ ହୋଇଥିଲା । ଗୁରୁ ଗୋବିନ୍ଦ ଆଧ୍ୟାତ୍ମିକ ଗୁରୁ ହେବା ସହ ଜଣେ ସାହାସୀ ଯୋଦ୍ଧା, କବି ଓ ଦାର୍ଶନିକ ମଧ୍ୟ ଥିଲେ ।

Guru Gobind Singh Jayanti
ଗୁରୁଦ୍ବାରରେ ମଥା ଟେକୁଛନ୍ତି ଶିଖ ଶ୍ରଦ୍ଧାଳୁ

ସେ ଖାଲସା ପନ୍ତର ସ୍ଥାପନା କରିଥିଲେ । ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମଦିନକୁ ପ୍ରକାଶ ପର୍ବ ଭାବେ ମଧ୍ୟ ପାଳନ କରାଯାଇଥାଏ । ଗୋବିନ୍ଦ ସିଂ ଗୁରୁ ଗ୍ରନ୍ଥ ସାହିବକୁ ପୂର୍ଣ୍ଣ କରିଥିଲେ । କୁହାଯାଏ ଖାଲସା ପନ୍ତର ରକ୍ଷା କରିବା ପାଇଁ ଅନେକଥର ମୋଗଲଙ୍କ ଆକ୍ରମଣର ଶିକାର ହୋଇଥିଲେ । ଶିଖଙ୍କୁ ବାଲ, କଡା, କଚ୍ଛା, କୃପାଣା ଓ କନ୍ଧା ଧାରଣ କରିବା ଭଳି 5 ଟି ଆଦେଶ ଗୁରୁ ଗୋବିନ୍ଦ ସିଂହ ହିଁ ଦେଇଥିଲେ । ଏହାକୁ 'ପାଞ୍ଚ କକାର' ମଧ୍ୟ କୁହାଯାଏ । ଯାହାକୁ ଧାରଣ କରିବା ପ୍ରତ୍ୟେକ ଶିଖ ପାଇଁ ଅନିର୍ବାଯ୍ୟ ଅଟେ ।

Guru Gobind Singh Jayanti
ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଟ୍ବିଟ କରି ଶୁଭେଚ୍ଛା

ଗୁରୁ ଗୋବିନ୍ଦ ସିଂହଙ୍କୁ ଜଣେ ଭଳ ଲେଖକ ମଧ୍ୟ ଥିଲେ । ତାଙ୍କ ଜୀବନକାଳ ଭିତରେ ସେ ଅନେକ ଗ୍ରନ୍ଥ ଲେଖିଛନ୍ତି । କୁହାଯାଏ ସେ ତାଙ୍କ ଦରବାରରେ ସର୍ବଦା 52 କବିଙ୍କ ଓ ଲେଖଙ୍କ ଉପସ୍ଥିତରେ ରହି ଆଲୋଚନା ଓ ଲେଖାଲେଖି କରୁଥିଲେ । ତଣୁ ତାଙ୍କୁ 'ସନ୍ଥ ସିପାହୀ' ବୋଲି ମଧ୍ୟ କୁହାଯାଏ । ସେ ଜଣେ ଜ୍ଞାନୀ ସୈନ୍ୟ ଭାବେ ପରିଚିତ। ସେ ଆରବି, ପାର୍ସୀ, ପଞ୍ଜାବୀ ଓ ସଂସ୍କୃତ ଆଦି ଭାଷା ଶିଖିଥିଲେ । ଏହା ସହିତ ସେ ଧନୁତୀର, ଖଣ୍ଡା, ଭାଲା ଆଦିର ବ୍ୟବହାର ମଧ୍ୟ ଜାଣିଥିଲେ ।

ସେ ସବୁବେଳେ କହୁଥିଲେ ଯେ, କେବେବି ଧର୍ଯ୍ୟ ହାରିବା କଥା ନୁହଁ ପରିସ୍ଥିତି ଯେମିତି ବି ହୋଇଥାଉନା କାହିଁକି ସମସ୍ତ ପରିସ୍ଥିତିରେ ନିଜକୁ ସ୍ଥିର ରଖିବା ସହ ନିଜ ବ୍ୟକ୍ତିତ୍ବକୁ ସବୁବେଳେ ପରୀକ୍ଷା କରିବା ଉଚିତ । ଏହାସହ ପ୍ରତ୍ୟେକ ଦିନ କିଛି ନା କିଛି ଭଲ କଥା ଶିଖିବା ଉଚିତ । ଏହା ଦ୍ବାରା ବ୍ୟକ୍ତି ମନରେ ସକାରତ୍ମକ ଭାବନାର ସଂଚାର ହେବ ।

ସନ୍ଥ ସିପାହୀ ଗୁରୁ ଗୋବିନ୍ଦ ସିଂହଙ୍କ ଜୟନ୍ତୀ

ଶିଖ ଧର୍ମର ଅନ୍ତିମ ଗୁରୁଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

Intro:Body:

blank

Conclusion:
Last Updated : Jan 2, 2020, 12:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.