ନୂଆଦିଲ୍ଲୀ: 'ଭାରତର ଲୌହ ମାନବୀ-ଇନ୍ଦିରା ଗାନ୍ଧୀ'ଙ୍କ 102 ତମ ଜନ୍ମ ବାର୍ଷିକୀ। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, କଂଗ୍ରେସ ଅନ୍ତରୀଣ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଶ୍ରଦ୍ଧାଞ୍ଜଳୀ ଅପର୍ଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେପଟେ, ଇନ୍ଦିରା ଗାନ୍ଧୀଙ୍କ ସ୍ମାରକୀ ‘ଶକ୍ତିସ୍ଥଳ’ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସୋନିଆ ଗାନ୍ଧୀ । ତେବେ ଚଳିତ ବର୍ଷ ରାହୁଲ ଗାନ୍ଧୀ ସମାଧି ସ୍ଥଳ ପହଞ୍ଚି ନଥିବାବେଳେ ଗତବର୍ଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
1917 ମସିହା ନଭେମ୍ବର ଆଜିର ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ସେ ଏକ ମାତ୍ର କନ୍ୟା । 1966ରୁ 1977 ଯାଏଁ ପରେ 1980ରୁ 1984 ଯାଏଁ ସର୍ବାଧିକ ଦିନ ଦେଶ ସେବା କରିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ ।
ପାକିସ୍ତାନ ଠାରୁ ବାଂଲାଦେଶର ବିଭାଜନ ସମୟରେ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ । ଯେଉଁଥି ପାଇଁ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଇନ୍ଦିରାଙ୍କୁ ମା ଦୁର୍ଗାଙ୍କ ଅବତାରରେ ଅବିହିତ କରିଥିଲେ ।