ETV Bharat / bharat

'ମିସାଇଲ ମ୍ୟାନ' ଅବଦୁଲ କଲାମଙ୍କ 88 ତମ ଜୟନ୍ତୀ - kalams birth day

କଲାମ ଥିଲେ ଜଣେ ଅସାଧାରଣ ବ୍ୟକ୍ତିତ୍ବ ଓ ପ୍ରେରଣାର ଉତ୍ସ । ''ଅପେକ୍ଷା କରୁଥିବା ବ୍ୟକ୍ତିଙ୍କୁ ତାହା ମିଳିଥାଏ, ଯାହା ଚେଷ୍ଟା କରିଥିବା ବ୍ୟକ୍ତି ଛାଡି ଯାଇଥାଏ'' । ଏପରି ଅନେକ ପ୍ରେରଣାଦାୟୀ ଶିକ୍ଷା ଦେଇଯାଇଛନ୍ତି କଲାମ । ଏବେ ବି ତାଙ୍କର ଉତ୍ତୁଙ୍ଗ ବ୍ୟକ୍ତିତ୍ବ କୋଟି କୋଟି ଜନସାଧାରଣଙ୍କୁ ଅନୁପ୍ରାଣିତ କରିଆସୁଛି ।

ଫାଇଲ ଫଟୋ
author img

By

Published : Oct 15, 2019, 9:14 AM IST

Updated : Oct 16, 2019, 12:01 PM IST

'ସ୍ବପ୍ନ ତାହା ନୁହେଁ ଯାହା ଶୋଇବା ସମୟରେ ଆସିଥାଏ, ସ୍ବପ୍ନ ତାହା ଯାହା ଆମକୁ ଶୋଇବାକୁ ଦିଏ ନାହିଁ'

'ସଫଳତାର କାହାଣୀ ନୁହେଁ ବିଫଳତାର କାହାଣୀ ପଢ, ସଫଳତାରୁ କେବଳ ବାର୍ତ୍ତା ମିଳେ କିନ୍ତୁ ବିଫଳତା ରାସ୍ତା ଦେଖାଇଥାଏ'

ହାଇଦ୍ରାବାଦ: ଖ୍ୟାତି ମିସାଇଲ ମ୍ୟାନର, ବ୍ୟକ୍ତିତ୍ବ କିନ୍ତୁ ଅତ୍ୟନ୍ତ ସରଳ । ଭାରତର ମହାନ ବ୍ୟକ୍ତିଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଯାହାଙ୍କ ଆଗରେ ଆପେ ଆପେ ନତମସ୍ତକ ହୋଇଯାଏ ମଥା । ଆଜି ସେହି ମହାନ ଜନନାୟକଙ୍କ 88ତମ ଜନ୍ମ ଜୟନ୍ତୀ । 1931 ଅକ୍ଟୋବର ଆଜିର ଦିନରେ ଧରାପୃଷ୍ଠରେ ପାଦ ଥାପିଥିଲେ ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମ ।

‘ଲୋକଙ୍କ ରାଷ୍ଟ୍ରପତି କଲାମ’

ତାମିଲନାଡୁର ରାମେଶ୍ବରଠାରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ କଲାମ । ପିଲାଟି ଦିନରୁ ଅଭାବ ଅନଟନରେ ଦିନ କଟିଥିଲା । ଆଉ ଅଭାବ ମେଣ୍ଟାଇବା ଏକଦା ସେ ଖବରକାଗଜ ମଧ୍ୟ ବାଣ୍ଟିଥିଲେ । ପିଲାଟି ଦିନରୁ ରୁଚି ଇଂରାଜୀ ଉପନ୍ୟାସ, ସୌରମଣ୍ଡଳ, ସୌରଜଗତ, ମହାକାଶ ଉପରେ ରଖୁଥିବା କଲାମ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ)ରେ ବୈଜ୍ଞାନିକ ଭାବରେ ଯୋଗ ଦେଇଥିଲେ ।

ସେଠାରେ ସେ, ଭାରତର ପ୍ରଥମ ସାଟେଲାଇଟ(ଏସଏଲଭି-3)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଳାଇଥିଲେ । 1980ରେ ରୋହିଣୀ ଉପଗ୍ରହକୁ ପୃଥିବୀ କକ୍ଷପଥରେ ଅତି ନିକଟରେ ସ୍ଥାପିତ କରିବାରେ ସଫଳ ହେବାରେ ଡିଆରଡିଓର ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ହୋଇଥିଲେ । ତାଙ୍କର ପ୍ରଚଣ୍ଡ ପ୍ରତିଭା ବଳ ଓ ତତ୍ବାବଧାନରେ 1988ରେ ପୋଖରାନ ଠାରେ ଭାରତ ଦ୍ବିତୀୟ ପରମାଣୁ ଶକ୍ତି ପରୀକ୍ଷା କରିଥିଲା । ଯାହା ବିଶ୍ବରେ ପରମାଣୁ ଶକ୍ତିସମ୍ପନ୍ନ ଦେଶ ତାଲିକାରେ ସାମିଲ ହୋଇପାରିଥିଲା ।

ସେ ସବୁବେଳେ ଯୁବଶକ୍ତି ଉପରେ ବିଶ୍ବାସ କରୁଥିଲେ । ଯୁବକମାନେ ଆଗକୁ ଆସିଲେ ଭବିଷ୍ୟତ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିହେବ ବୋଲି ଅନେକ ଥର ମତ ପ୍ରକାଶ କରିଛନ୍ତି । ଆଉ ତାଙ୍କର ଏହି ଶାନ୍ତ ସ୍ବଭାବ, ସରଳ ଜୀବନଯାପନ ଓ ଉଚ୍ଚଭିଳାଷ ଯୋଗୁଁ ରାଷ୍ଟ୍ରପତି ଭାବେ ଲୋକଙ୍କ ନିକଟତର ହୋଇପାରିଥିଲେ । 2002ରୁ 2007 ପର୍ଯ୍ୟନ୍ତ ଭାରତର ପ୍ରଥମ ଅବିବାହିତ ଓ ବୈଜ୍ଞାନିକ ରାଷ୍ଟ୍ରପତି ଥିଲେ । 48ଟି ବିଦ୍ୟାଳୟରୁ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ ।

ଦେଶପ୍ରତି ତାଙ୍କ ଏଭଳି ନିସ୍ବାର୍ଥ ପର ସେବା ଏବଂ ଦେଶକୁ ଆଧୁନିକ କରିବା ଦିଗରେ ସମସ୍ତ ଜ୍ଞାନକୌଶଳ ସମ୍ପନ୍ନ ପ୍ରେରଣା ଯୋଗାଇବା ଯୋଗୁଁ ୧୯୯୯ରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ, ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।

ପିପୁଲ୍ସ ପ୍ରେସିଡେଣ୍ଟ୍ରର ଆଖ୍ୟା ପାଇଥିବା ଏହି ବ୍ୟକ୍ତି ଜଣକ ସବୁବେଳେ ପିଲାଙ୍କ ଗହଣରେ ରହିବାକୁ ପସନ୍ଦ କରୁଥିଲେ । ଜୀବନର ଶେଷ ନିଶ୍ବାସ ସିଲଂର ଆଇଆଇଏମ ଛାତ୍ରଙ୍କୁ ସମ୍ବୋଧନ କରିବା ସମୟରେ ନେଇଥିଲେ । ତେଣୁ କଲାମଙ୍କ ଜନ୍ମ ଜୟନ୍ତୀକୁ ପ୍ରତିବର୍ଷ ବିଶ୍ବ ଛାତ୍ର ଦିବସ ରୂପେ ପାଳନ କରାଯାଉଛି ।

Intro:Body:

BLANK FOR LINK  

Conclusion:
Last Updated : Oct 16, 2019, 12:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.