ETV Bharat / bharat

ଦୁର୍ଷ୍କମ ରୋକିବାକୁ ହାଇଦ୍ରାବାଦରେ ପୂଜାରୀଙ୍କ ପୂଜାପାଠ

ମହିଳାଙ୍କ ସୁରକ୍ଷା ପାଇଁ ମନ୍ଦିରରେ ପୂଜାରୀଙ୍କ ପୂଜାଅର୍ଚ୍ଚନା । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦର ବାଲାଜୀ ମନ୍ଦିରରେ । ଦିନକୁ ଦିନ ସମାଜରେ ବଢୁଥିବା ଦୁଷ୍କର୍ମକୁ ରୋକିବା ପାଇଁ ଚାଲିଥିଲା ଗାଈଙ୍କୁ ପୂଜା।

author img

By

Published : Jun 26, 2019, 5:07 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ ବଢିଚାଲିଛି ମହିଳାଙ୍କ ପ୍ରତି ଦୁର୍ଷ୍କମ । ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ ଅପରାଧରେ ପରିଣତ ହୋଇଗଲାଣି । ପ୍ରତ୍ୟେକ ଦିନ ଏହି ଅପରାଧ ବିଭିନ୍ନ ସ୍ଥାନରେ ହେଉଥିବା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ଏକ ଅଧ୍ୟୟନରୁ ସୂଚନା ମିଳିଛି ।

ସମାଜର କିଛି ଦେହଲୋଭୀ ରାକ୍ଷସ 8 ମାସରୁ ଆରମ୍ଭ କରି 80 ବର୍ଷ ପର୍ଯ୍ୟନ୍ତ ବୃଦ୍ଧ ମହିଳାଙ୍କୁ ମଧ୍ୟ ମାନସିକ ଓ ଶାରୀରିକ ସ୍ତରରେ ହଇରାଣ କରିବାକୁ ପଛାଉନାହାଁନ୍ତି । ତେବେ ଏନେଇ ବିଭିନ୍ନ ନିୟମ କାନୁନ ରହିଥିଲେ ମଧ୍ୟ କମିବାର ନାଁ ନେଉନି ଦୁର୍ଷ୍କମର ଚେର । ଏଭଳି ପରିସ୍ଥିତିରେ ଭାରତରେ ଦୁର୍ଷ୍କମ କମେଇବା ପାଇଁ ହାଇଦ୍ରାବାଦରେ ମନ୍ଦିର ପୂଜାରୀଙ୍କ ଚାଲିଛି ପୂଜା ଅର୍ଚ୍ଚନା ।

ଖବର ଅନୁଯାୟୀ, ହାଇଦ୍ରାବାଦରେ ଥିବା ଚିଲକୁରୀ ବାଲାଜୀ ମନ୍ଦିରରେ ଚାଲିଛି କଳାଗାଈ ପୂଜା ଅର୍ଚ୍ଚନା । ଏନେଇ 3 ଗାଈ ସହ ମନ୍ଦିର ବେଢା ପରିଦର୍ଶନ କରାଯାଉଛି । ତେବେ ଏହା ପ୍ରଥମ ଥର ନୁହେଁ ଦେଶର ବିଭିନ୍ନ ଅସୁବିଧା ପରିସ୍ଥିତିରେ ମଧ୍ୟ ମନ୍ଦିରର ପୂଜାରୀମାନେ ପୂଜା କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.